ଝିଅ ଆମର ନୂଆ ବୋହୂ ସିରିଏଲ୍ ର ଅଭିନେତ୍ରୀ Puja ଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ, ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି…

ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ। ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ। ତେବେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ।

ସେହିପରି ଏବେ ସାମ୍ନାକୁ ଆସିଛି ଜଣେ ଜଣାଶୁଣା ସିରିଏଲ ଅଭିନେତ୍ରୀଙ୍କ ଡାନ୍ସ ଭିଡିଓ।ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ତରଙ୍ଗରେ ପ୍ରସାରିତ ହେଉଥିବା ଝିଅ ଆମର ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ପୂଜା।ଏହି ଭିଡିଓ ରେ ସେ କିପରି ଭାବରେ ଲୋକପ୍ରିୟ ସାମି ଗୀତରେ ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ। ଗୀତର ତାଳେ ତାଳେ ସେ କରୁଥିବା ଏହି ଡାନ୍ସ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ଅଭିନେତ୍ରୀ ଜଣଙ୍କ ଅନ୍ୟଜଣେ ଯୁବତୀଙ୍କ ସହ କିପରି ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ଜାଣି ପାରିବେ।

ଏହି ଭିଡିଓ ରେ ଅଭିନେତ୍ରୀ ଜଣଙ୍କ ଯେଉଁ ଭଳି ଭାବରେ ଅନବରତ ଗୀତର ତାଳରେ ହସ ହସ ମୁଖରେ ନୃତ୍ୟ କରି ଚାଲିଛନ୍ତି ତାହା ଦେଖିବାର କଥା। ଯାହାକୁ ଦେଖି ସମସ୍ତେ ଆନନ୍ଦ ନେଉଛନ୍ତି। ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଆମେ ଆପଣଙ୍କୁ କହୁଥିବା ଏହି ଅଭିନେତ୍ରୀ ଙ୍କ ବିଷୟରେ ଆସନ୍ତୁ ଆଉ କିଛି ଅଜଣା କଥା ଜାଣିବା।ଝିଅ ଆମର ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ପୂଜା ଙ୍କ ପ୍ରକୃତ ନାମ ହେଉଛି ଲାବରିନ ଖାନମ୍ (Lavreen Khanam). ତାଙ୍କର ପ୍ରକୃତ ଘର ହେଉଛି ଯାଜପୁର।

ତେବେ ଯାଜପୁର କଲେଜ୍ ରେ ପାଠ ପଢିବା ସମୟରେ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିବାରୁ ସେ ଏଥିପାଇଁ ମୁମ୍ୱାଇ ଚାଲି ଯାଇଥିଲେ ଏବଂ ସେଠାରେ ମଡେଲିଂ ଶିଖୁଥିଲେ।ଏବଂ ପୁଣି ସେ ଓଡ଼ିଶାକୁ ଫେରିଥିଲେ ଏବଂ ଏଠାରେ ଏକ କମ୍ପାନୀ ରେ ଚାକିରି କରୁଥିଲେ।ପରେ ସେ ଝିଅ ଆମର ନୂଆ ବୋହୂ ପାଇଁ ହେଉଥିବା ଆଡିସନ୍ ରେ ସେ ଭାଗ ନେଇ ସେ ଏହି ଶୋ ର ବିଜେତା ମଧ୍ଯ ହୋଇଥିଲେ। ଆଉ ଏବେ ପୂଜା ଏହି ଧାରାବାହିକରେ ଲିଡ ହିରୋଇନ୍ ଭାବରେ ତାଙ୍କର ଅଭିନୟ ଜାରି ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment