Odisha News Portal

ବଡ଼ ଖୁଲାସା; ଅବୈଧ ସମ୍ପର୍କ ଦେଖି ଦେବାରୁ କରିଦେଲେ ନାବାଳିକା କୁ ନିର୍ମମ ହତ୍ୟା , ଅପରାଧି ଙ୍କୁ କିପରି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ଜଣାନ୍ତୁ….

ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁ ର 7 ବର୍ଷର ଶିଶୁ କନ୍ୟା ବିଷ୍ଣୁପ୍ରିୟାର ମୃତ ଦେହ ଉଦ୍ଧାର କରା ଯାଇଛି । ତେବେ ନିଖୋଜ ଶିଶୁ କନ୍ୟାର ତଣ୍ଟି କାଟି ହତ୍ୟା କରି ଖାଲରେ ପୋତି ଦେଇ ଥିଲା ତାର ସଂପର୍କୀୟ ମାମୁଁ । ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ଏବଂ ସଂପର୍କୀୟ ମାମୁଁ ଙ୍କୁ ପୋଲିସ ଅଟକ୍ ରଖି ପଚରାଉଚରା କରିଛି । ମୃତ ଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । ଆଉ ଏହି ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।

ତେବେ 3 ଦିନ ହେଲା ନିଖୋଜ ଥିଲା ବିଷ୍ଣୁପ୍ରିୟା ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁ ର 7 ବର୍ଷର ଶିଶୁ କନ୍ୟା ବିଷ୍ଣୁପ୍ରିୟାର ମୃତ ଦେହ ଉଦ୍ଧାର କରା ଯାଇଛି । ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ତେବେ ଚାଲନ୍ତୁ ଜାଣିବା ଏହି ଘଟଣା ବିଷୟରେ ସଂମ୍ପୂର୍ଣ୍ଣ ବିବରଣୀ ।

ତେବେ ଗତ 11 ତାରିଖ ଦିନ ଏହି ଭୟାନକ ତଥା ହୃଦୟବିଦାରକ ଘଟଣାଟି ଘଟିଛି । ସେଦିନ ବାଲିଆପାଳ ବ୍ଲକର 6ଟି ପଞ୍ଚାୟତର ଲୋକମାନେ ପେଟ୍ରୋଲ କେମିକାଲକୁ ବିରୋଧ କରି ଗୋଟିଏ ହ୍ୟୁମାନ କ୍ୟାମ୍ପ ସୃଷ୍ଟି କରିଥିଲେ ଏବଂ 25 କିଲୋମିଟିର ରାସ୍ତା ସମସ୍ତେ ହାତ ଧରାଧରି ହୋଇ ଛିଡା ହୋଇଥିଲେ । ଆଉ ଏହେ ହେଉଛି ସେହି ଦିନର ଘଟଣା । ଜମ୍ଭିରାଇ ଗ୍ରାମର 7 ବର୍ଷର ଝିଅ ନେଉଳି ଓରଫ ବିଷ୍ଣୁପ୍ରିୟା ଆସିଥିଲେ ନିଜ ମାମୁଁ ଘର ସୁନ୍ଦରକୋଇଲି ଗ୍ରାମକୁ । ଆଉ ମାମୁଁ ଘରକୁ ଆସିବା ପରେ ଦେଖିଥିଲେ କି ତାଙ୍କର ଆଇମାଁ ଘରେ ନଥିଲେ । ତେଣୁ ସେ ତାଙ୍କ ଆଇଙ୍କୁ ଖୋଜିଖୋଜି ବାହାରକୁ ଚାଲିଯାଇଥିଲେ ।

ତେବେ ଏହାର କିଛି ଘଣ୍ଟା ପରେ ବା ସଂନ୍ଧ୍ୟା ସମୟରେ ଯେତେବେଳେ ବିଷ୍ଣୁପ୍ରିୟାଙ୍କୁ ଖୋଜା ପଡିଲା ସେ ସେତେବେଳେ ଘରେ ନଥିଲେ କିମ୍ବା ଆଇମାଁ ଙ୍କ ଘରେ ନଥିଲେ । ଏହାପରେ ସମସ୍ତେ ବହୁତ ଖୋଜାଖୋଜି କରିଲେ ଏବଂ ତାପର ଦିନ 7ଟି ପଞ୍ଚାୟତରେ ମାଇକରେ ଏନାଉନ୍ସ ହୋଇଥିଲା କିନ୍ତୁ ବିଷ୍ଣୁପ୍ରିୟାର କୌଣସି ସନ୍ଧାନ ମିଳିନଥିଲା ।

ଆଉ ଏହାପରେ ବିଷ୍ଣୁପ୍ରିୟାଙ୍କ ବାପା ଗତ କାଲି ବାଲିଆପାଳ ଥାନାରେ ଏତେଲା ଦର୍ଜ କରିଥିଲେ । ଏହାପରେ ବାଲିଆପାଳ ଥାନା ଆଇଆଇସି ବିମଳ ନାୟକ ବିଷ୍ଣୁପ୍ରିୟାଙ୍କ ସଂପର୍କିୟ ମାମୁଁ ନଟବର ସାହୁଙ୍କୁ ଅଟକ ରଖିଥିଲେ । ଆଉ କାଲିର ପଚରାଉଚରା ପରେ ଆଜି ସକାଳେ ବିଷ୍ଣୁପ୍ରିୟାଙ୍କ ଶବ ଖାଲ ମଧ୍ୟରୁ ମିଳିଥିଲା ଏବଂ ତାର ଗଳା କାଟି ହତ୍ୟା କରାଯାଇଥିବା ଜଣା ପଡିଥିଲା ।

କିନ୍ତୁ ଏନେଇ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ ଯେ, କଣ ପାଇଂ ଏତେ ଛୋଟ ଶିଶୁଟିକୁ ହତ୍ୟା କରି ମରାଯାଇଥିଲା । ତେବେ ଜଣେ ମାମୁଁ ହୋଇ ଏତେ ଛୋଟ ଶିଶୁଟିକୁ ତଣ୍ଟି କାଟି ହତ୍ୟା କରିବାର କାରଣ କଣ ରହିଛି ବୋଲି ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ପରିବାର ତରଫରୁ କିମ୍ବା ପୋଲିସ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।