ଝିଅ ମାନେ ଛୋଟ ଡ୍ରେସ ପିନ୍ଧିବା ନେଇ କଣ କହିଲେ ଅଭିନେତ୍ରୀ ଅର୍ଚିତା… ଦେଖନ୍ତୁ Video

ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ। ତାଙ୍କ ଚେହେରା ଯେମିତି ସ୍ଵୀଟ ଆଉ କ୍ୟୁଟ ସେମିତି ଚୁଲବୁଲି ବି ଅଟନ୍ତି ଏହି ଅଭିନେତ୍ରୀ ଜଣଙ୍କ। ଅନେକ ବର୍ଷ ଧରି ଓଡିଆ ସିନେମା ଜଗତରେ ସେ କାମ କରି ଆସୁଛନ୍ତି।ତାଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।

ଏଥିପାଇଁ ସମସ୍ତେ ତାଙ୍କୁ ବହୁତ୍ ଭଲ ପାଆନ୍ତି।ତେବେ ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ସେ ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି। ଅନେକ ସମୟରେ ସେ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖି ଥିବାର ଦେଖିବାକୁ ମିଳିଥାଏ।

ନିଜର ସୁନ୍ଦର୍ ମୁହୂର୍ତ୍ତକୁ ମଧ୍ୟ ଅନେକ ସମୟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ତେବେ କେବଳ ଅଭିନୟ ଜଗତ ସମ୍ପର୍କୀୟ ନୁହଁ ଅନ୍ୟ ବିଷୟ ଉପରେ ମଧ୍ୟ ସେ ନିଜର ମତକୁ ବ୍ୟକ୍ତ କରିଥାନ୍ତି। ଗଣମାଧ୍ୟମ ସମ୍ମୁଖରେ ସେ ଅନେକ ପ୍ରସଙ୍ଗକୁ ନେଇ ବାଇଟ ମଧ୍ୟ ଦେଇଥାନ୍ତି।ତେବେ ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଅର୍ଚ୍ଚିତା ଝିଅ ପିଲା ମାନଙ୍କର ଛୋଟ ଡ୍ରେସ୍ ପିନ୍ଧିବାକୁ ନେଇ ନିଜର ମତ ରଖିଛନ୍ତି।ସେ କହିଛନ୍ତି ଯେ ଯଦି ପ୍ରଫେଶନ ରେ ଜଣେ ଏପରି କିଛି ଡ୍ରେସ୍ ପିନ୍ଧୁଚି ତାହେଲେ ସେ ତାର ଅଭିନୟରେ ଚରିତ୍ର ଅନୁସାରେ ପିନ୍ଧୁଚି।

କିନ୍ତୁ ବାହାରେ କିମ୍ୱା ସବୁ ସ୍ଥାନରେ ଏପରି ଡ୍ରେସ୍ ପିନ୍ଧିବା ପୂର୍ବରୁ ଭାବିବା ଉଚିତ୍। କାରଣ ଯେଉଁ ଜାଗାରେ ଏମିତି ଛୋଟ ଡ୍ରେସ୍ ପିନ୍ଧିବା କଥା ନୁହେଁ,ସେ ଜାଗାରେ ପିନ୍ଧିଲେ ନିହାତି ଲୋକେ କହିବେ। ବିଚ୍ ରେ ପିନ୍ଧିଲେ କେହି କିଛି କହିବେନି କିନ୍ତୁ ମନ୍ଦିରରେ ଛୋଟ ଡ୍ରେସ୍ ପିନ୍ଧିଲେ ତ ଲୋକେ କହିବେ। ଆଉ ଏହାଛଡା ସବୁଆଡ଼େ ଝିଅ ମାନଙ୍କୁ ଡ୍ରେସ୍ କୁ ଦେଖିକି ସେମାନଙ୍କୁ ଜଜ୍ କରିବା ମଧ୍ୟ ଉଚିତ୍ ନୁହେଁ ବୋଲି ଅଭିନେତ୍ରୀ ଅର୍ଚ୍ଚିତା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment