Odisha News Portal

ଝିଅ ଅଭିଯୋଗ କଲେ ପୁଅକୁ ବନ୍ଧା ହେଉଛି ,ହେଲେ ପୁଅ ମାନଙ୍କୁ ହାରାସମେଣ୍ଟ ହେଲେ କେହି ଶୁଣୁ ନାହାନ୍ତି… ଏହି ଝିଅ କଲା ପର୍ଦାଫାଶ… ଦେଖନ୍ତୁ Video

ଆଜିର ଅନେକ ଯୁବପିଢି ପ୍ରେମକୁ ଯେଉଁଭଳି ଭାବରେ ଗ୍ରହଣ କରୁଛନ୍ତି ତାହା ତ ଆପଣ ଜାଣିଥିବେ। ଅନେକାଂଶରେ ଏପରି ଖବର ସାମ୍ନାକୁ ଆସିବାକୁ ଲାଗୁଛି। ଯାହାକୁ ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।ସେମାନଙ୍କ ପାଇଁ ପ୍ରେମ ଭଳି ପବିତ୍ର ଜିନିଷ ଏବେ କଳଙ୍କିତ ହେବାକୁ ଲାଗିଲାଣି। ପ୍ରେମ ଭଳି ଏକ ପବିତ୍ର ଜିନିଷକୁ, ଭାବନାକୁ ବୁଝିବା ପୂର୍ବରୁ ସେମାନେ ପ୍ରେମ କରି ବସୁଛନ୍ତି। ତେବେ ଅନେକ ସମୟରେ ସେମାନେ ଏମିତି କିଛି କାର୍ଯ୍ୟ କରି ବସୁଛନ୍ତି ଯାହାକୁ ନେଇ ସେମାନେ ଲଜ୍ଜିତ, ଅପମାନିତ ହେବା ସହ ନିନ୍ଦିତ ହେଉଛନ୍ତି।ଏପରି ଅନେକ ଲଜ୍ୟାଜନକ ଘଟଣା ସଂପର୍କରେ ଆପଣ ଅନେକ ସମୟରେ ଅସିଥିବେ।

ତେବେ ଆଗ ସମୟରେ ଯେମିତି ପ୍ରେମ ରହିଥିଲା, ସେହିଭଳି ପ୍ରେମ ଏବେ ଆଉ ପ୍ରାୟତଃ ଦେଖିବାକୁ ମିଳୁନାହିଁ।ଅନେକାଂଶରେ ପ୍ରେମରେ ବାସ୍ତବ ପରିଭାଷା ଏବେ ପରିବର୍ତ୍ତନ ହେବାକୁ ଲାଗିଲାଣି। କୁହା ଯାଇଥାଏ ପ୍ରେମ ହେଉଛି ଶାଶ୍ଵତ, ଚିରନ୍ତନ ଏବଂ ପବିତ୍ର ସଂପର୍କ।ପ୍ରେମ ଏକ ଏମିତି ଜିନିଷ ଯାହା ମାନେନା ସମାଜର କଟକଣା କି କୌଣସି ବାଧା ବିଘ୍ନ। ନିଜର ମନର ମଣିଷକୁ ପାଇବା ପାଇଁ ଜଣେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ। ପ୍ରେମର ବାସ୍ତବ ପରିଭାଷା କୁ ଯିଏ ବୁଝିଛି ସେ କୌଣସି ବି ପ୍ରତିବନ୍ଧକ କୁ ସମସ୍ୟା ବୋଲି ଭାବି ନଥାଏ।
ପ୍ରେମକୁ ସେ ଉଚିତ୍ ସମ୍ମାନ ଦେଇଥାଏ।

ତା ପାଖରେ ଥାଏ କେବଳ ଗୋଟିଏ ଲକ୍ଷ୍ୟ, କେମିତି ବି ହେଉ ସେ ତାର ମନ ମଣିଷ, ଜୀବନ ସାଥିର ହାତ ଧରିବ। ଆଉ ଏମିତି ରେ ପ୍ରେମ ଆଗରେ ସବୁ ବାଧାବିଘ୍ନ ବି କୁଆଡେ ହାର ମାନିଥାଏ।ପ୍ରେମ କରୁଥିବା ଲୋକ ମାନଙ୍କ ଭିତରେ ଏକ ଭିନ୍ନ ଧରଣର ନିବିଡତା ଏବଂ ଭାବ ପ୍ରବଣତା ରହିଥାଏ।କିନ୍ତୁ ଏବେ ଅନେକ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ଆଜିର ଯୁବପିଢି ଙ୍କ କ୍ଷେତ୍ରରେ।ଯାହାକୁ ନେଇ ଜଣେ ଯୁବତୀ ଏବେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଆଜିକାଲି କଲେଜ ପଢିବାକୁ କହି ଝିଅ ପୁଅ ମାନେ ହୋଟେଲ୍ ରେ ରହୁଛନ୍ତି।ଏହା କଣ ଠିକ୍ କଥା।

ନିଜର କ୍ୟାରିଅର ନଗଢି ସେମାନେ ଏଭଳି ଭାବରେ ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି। ଏହାଛଡା ଝିଅ ମାନେ ଯାହା କହୁଛନ୍ତି ତାକୁ ହିଁ ସମସ୍ତେ ମାନୁଛନ୍ତି।ଝିଅ ମାନେ ପୁଅ ମାନଙ୍କ ନାମରେ ଅଭିଯୋଗ ଆଣିଲେ ସଙ୍ଗେ ସଙ୍ଗେ ପୁଅକୁ ଏବଂ ପୁଅର ପରିବାର କୁ ଜେଲ୍ କୁ ଟାଣି ନିଆ ଯାଉଛି ଏବଂ ପରେ କୋର୍ଟ ଫରୱାର୍ଡ କରି ଦିଆ ଯାଉଛି। ଆଉ ସେହି କ୍ଷେତ୍ରରେ ଯଦି ପୁଅ ଗୋଟେ ଅଭିଯୋଗ କରି ତେବେ ତାର ଅଭିଯୋଗ କୁ ଗୁରୁତ୍ବ ଦିଆ ଯାଏନାହିଁ କିମ୍ୱା ଝିଅ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଏ ନାହିଁ ବୋଲି ରମାଦେବୀ କଲେଜ ରେ ପଢୁଥିବା ଏହି ଯୁବତୀ ଜଣଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।