ଜୀବନରେ ଯଦି ଦୁଃଖ ଅଠା ଭଳି ଲାଗିରହିଛି ତେବେ କୌଣସି ହନୁମାନ ମନ୍ଦିରରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ ? ହେବ ଚମତ୍କାର..

ହନୁମାନଜୀ କଳି ଯୁଗରେ୍ ଚିରଞ୍ଜୀବି ଦେବତା ଅଟନ୍ତି । ମାନେ ତାଙ୍କର ପୂଜା କରିବା ଦ୍ବାରା ଭକ୍ତର ସବୁ ଇଚ୍ଛା ବହୁତ ଶିଘ୍ର ପୂରଣ ହୋଇଥାଏ । ତେଣୁ ହନୁମାନଙ୍କର ପୂଜା ଯଦି ଆପଣ କରନ୍ତି ତେବେ ସେ ଆପଣଙ୍କର ସବୁ ଅସୁବିଧା ଦୂର କରି ଦେଇଥାନ୍ତି । ବିଶେଷ କରି ମଙ୍ଗଳବାର ଏବଂ ଶନିବାର ଦିନଟି ହନୁମାନଜୀଙ୍କର ପୂଜା ପାଇଂ ବହୁତ ଖାସ୍ ଦିନ ହୋଇଥାଏ । କେବଳ ଏହି ଦୁଇ ଦିନରେ ପ୍ରଭୁ ହନୁମାନ ପୃଥୀବି ପୂଷ୍ଠରେ ଭକ୍ତ ମାନଙ୍କର ଦୁଋଖ ବୁଝିଥାନ୍ତି ।

ଆଉ ଯଦି ଆପଣ ଏହି ଦୁଇ ଦିନ କିଛି ବିଶେଷ ଉପାୟ କରିଥାନ୍ତି ତାହେଲେ ହନୁମାନଜୀ ଆପଣଙ୍କର କଥା ବହୁତ ଶିଘ୍ର ଶୁଣିଥାନ୍ତି । ଆଉ ଆପଣଙ୍କର ଅସୁବିଧା ଯାହା ବି ହେଉ ନାଁ କାହିଁକି ସେ ଦୂର କରିଥାନ୍ତି ।

ଯେମିତିକି ପରିବାରର କୌଣସି ଅସୁବିଧା ହେଲେ କିମ୍ବା କୌଣସି ରୋଗରେ ଆପଣ ପଡିଥାଆନ୍ତୁ ନାଁ କାହିଁକି ଅଥବା ଆପଣ ଟଙ୍କା ପଇସାର ଅସୁବିଧାରୁ ପଡିଥାନ୍ତୁ ତେବେଏହି ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଜୀଙ୍କର ପୂଜା ଯଦି ଆପଣ ଶ୍ରଦ୍ଧା ଏବଂ ଭକ୍ତିର ସହିତ କରନ୍ତି ଏବଂ ଏହି ଗୋଟିଏ ଉପାୟକୁ ଯଦି ଆପଣ ଏହି ଦୁଇ ଦିନ ମଧ୍ୟରୁ ଗୋଟିଏ ଦିନରେ କରି ଦିଅନ୍ତି ତେବେ ଆପଣଙ୍କର ସବୁ ଅସୁବିଧା ଦୂର ହୋଇଥାଏ । ସବୁବେଳେ ଆପଣଙ୍କର ସବୁ ଅସୁବିଧାର ମୁଖ୍ୟ କାରଣ ହେଉଛି ଆପଣଙ୍କର ଗ୍ରହ ମାନଙ୍କର ଚଳନ ।

ଯେଉଂ ଉପାୟ ଆଜି ଆମେ ଆପଣଙ୍କୁ କହିବୁ ଶାସ୍ତ୍ରରେ ଏହା କୁହାଯାଇଛି ଯେ ଯେଉଁ ବ୍ୟକ୍ତି ବହୁତ ଅସୁବିଧାରେ ରହିଥିବ, ତେବେ ଏହି ଉପାୟକୁ ଅବଶ୍ୟ କରନ୍ତୁ । ଯାହ ଫଳରେ ତାଙ୍କୁ ସେହି ବଡ ଅସୁବିଧାରୁ ନିଶ୍ଚିତ ଭାବରେ ମୁକ୍ତି ମିଳିବ । ଏହି ଉପାୟକୁ ଆପଣଙ୍କୁ ସଂନ୍ଧ୍ୟା ସମୟରେ କରିବାକୁ ପଡିବ । ସଂନ୍ଧ୍ୟା ସମୟରେ ଏହି ଉପାୟକୁ କରିଲେ ତାହାର ପ୍ରଭାବ ଆପଣଙ୍କୁ ବହୁତ ଶିଘ୍ର ଦେଖିବାକୁ ମିଳିବ । ଏହି ଉପାୟକୁ ଆପଣ ନିଜ ଘରର ମନ୍ଦିରରେ କିମ୍ବା ଠାକୁର ଘରେ ବା ହନୁମାନଙ୍କ ମନ୍ଦିରରେ ମଧ୍ୟ କରିପାରିବେ ।ଏଥିପାଇଁ ଆଜପଣଙ୍କୁ ଅଟାରେ ଏକ ଦୀପ ତିଆରି କରିବାକୁ ପଡିବ । ଏହା ସହିତ ସେହି ଦୀପରେ ଏଗାର ଦାନୀ କରିବାକୁ ପଡିବ । ଦୀପରେ ଘିଅ ଢାଳି ଜଳାଇ ଦିଅନ୍ତୁ , ତାହାପରେ ସେହି ଏଗାର ଦାନୀରେ ବଳିତା ରଖି ଜଳାଇ ଦିଅନ୍ତୁ । ଏହାପରେ ହନୁମାନଙ୍କର ମନ୍ଦିର କିମ୍ବା ଘରର ଠାକୁର ଘରେ ହନୁମାନଙ୍କର ପ୍ରତିମା ସାମ୍ନାରେ ଏହାକୁ ରଖି ଦିଅନ୍ତୁ ।ଏହାପରେ ହନୁମାନଜୀଙ୍କର ଧ୍ୟାନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ହନୁମାନ ଚାଳିଷା ପାଠ କରନ୍ତୁ ।ହନୁମାନ ଚାଳିଷା ପାଠ କରିସାରିବା ପରେ ଗୋଟିଏ ଢାଳ ପାଣି ସଂମ୍ପୂର୍ଣ୍ଣ ପୂର୍ଣ୍ଣ କରି ଆଣନ୍ତୁ ଏବଂ ସେଥିରେ କିଛି ଗଙ୍ଗା ଝଳ ମିଶାନ୍ତୁ ଓ ଦୁଇ ଚାମର ଚିନି ମିଶାନ୍ତୁ ।

ଏହାପରେ ହନୁମାନଙ୍କର ନାମ ନେଇ ମନରେ ଜୟ ବଜରଙ୍ଗବଲୀ ଏହିପରି ଜପ କରି ଚାଲନ୍ତୁ । ତାପରେ କୌଣସି ଅସ୍ତଗଛର ପାଖକୁ ଯାଇ ସେହି ଗଛର ମୂଳରେ ସେହି ଜଳକୁ ଢାଳି ଦିଅନ୍ତୁ । ଏହାପରେ ସେହି ଗଛ ମୂଳରେ ଆପଣଙ୍କର ଯାହା ମନସ୍କାମନା କହି ଦିଅନ୍ତୁ । ଏହାପରେ ଚୁପଚାପ ଘରକୁ ଫେରି ଆସନ୍ତୁ । ଏହା କରିବା ଦ୍ବାରା ଆପଣଙ୍କର ସମସ୍ତ ଅସୁବିଧା ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment