Odisha News Portal

ଜୟ ମା” ! ଏହି ମନ୍ଦିର ଭିତରକୁ ସିଲେଇ ହୋଇଥିବା ବସ୍ତ୍ର ପିନ୍ଧି ଯିବା ମନା, ଏହାର ପ୍ରକୃତ ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

0 48

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି । ଦେବଭୂମିରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲଖିତ୍ ହୁଏ । ଆମ ଦେଶ ଏଭଳି ଅଜବ ଘଟଣାରେ ଭରି ରହିଛି, ଆଉ ଭଗବାନଙ୍କ ଉପରେ ଲୋକଙ୍କର ମଧ୍ୟ ବହୁତ ବିଶ୍ବାସ ତଥା ଭରସା ରହିଛି । ଆଉ ଏହି ଦେବଭୂମି ଭାରତ ବର୍ଷରେ ରହିଛି ଅନେକ ମନ୍ଦିର ଆଉ ମସଜିଦ୍ ।

ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି। ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ। ହିନ୍ଦୁ ଧର୍ମରେ ଭଗବାନ 33 କୋଟି ଦେବା ଦେବୀ ବୋଲି ବିଶ୍ୱାସ କରାଯାଏ।

ଏହି ଦେବାଦେବୀ ମାନେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମରେ ଏବଂ ରୂପରେ ଦେଖିବାକୁ ମିଳିଥାଏ । ଏମିତି କିଛି ମନ୍ଦିର ରହିଛି ଯାହା ପୁରାତନ କାଳରୁ ପୂଜା କରାଯାଉଛି ଏବଂ ଏହି ମନ୍ଦିର ପଛରେ ଏକ ରୋଚକପୂର୍ଣ୍ଣ କାହାଣୀ ଲୁଚି ରହିଥିବାର ଶୁଣିବାକୁ ମିଳିଥାଏ । ତେବେ ଆଜି ଆମେ ସେମିତି ଏକ ମନ୍ଦିର ଏବଂ ଏହି ମନ୍ଦିର ପଛରେ ରହିଥିବା ଅକୁହା କାହାଣୀ ବିଷୟରେ ଜାଣିବା । 

ତେବେ ସେହି ମନ୍ଦିରଟି ତାନ୍ତିୱାର୍ଡା ଜିଲ୍ଲାର ନକ୍ସଲ୍ ଇଲାକାରେ ଘଞ୍ଚ ଜଙ୍ଗଲ ଏବଂ ପାହାଡ ମଧ୍ୟରେ ଥିବା 137 ବର୍ଷର ପୂରୁଣା ମନ୍ଦିର । ଏହି ମନ୍ଦିରଟି ମାତ୍ର 32 ଟି କମ୍ବରେ ଛିଡା ହୋଇଛି ଯେଉଁଥି ପାଇଁ କୁହାଯାଏ ଯେ ଏହି ମନ୍ଦିରକୁ ରାଜା ଅନମଦେବ ଭୂଲରେ ନିର୍ମାଣ କରିଥିଲେ ।

ଏହି ମନ୍ଦିରର ଆଉ ଏକ ବିଶେଷତଃ ହେଉଛି ଏହି ମନ୍ଦିରକୁ କୌଣସି ପ୍ରକାର ସିଲେଇ ହୋଇଥିବା ବସ୍ତ୍ର ପିନ୍ଧିଯିବା ମନା ହୋଇଥାଏ । ତେବେ ଏହି ମନ୍ଦିର ପଛରେ ଏକ କାହାଣୀ ରହିଛି ଚାଲନ୍ତୁ ଜାଣିବା –

ଅନମଦେବ ଯେତେବେଳେ ମୋଙ୍ଗଲ ମାନଙ୍କ ଦ୍ବାରା ପରାସ୍ତ ହୋଇ ଏଣେତେଣେ ବୁଲୁଥିଲେ ସେତେବେଳେ ତାଙ୍କୁ କୁଳଦେବୀ ଦର୍ଶନ ଦେଇ କହିଥିଲେ ଯେ ସେ ଘୋଡାରେ ଏକ ବିଜୟ ଯାତ୍ରା ଆରମ୍ଭ କରିବେ । ରାଜା ଆଗରେ ଏବଂ ମାଁ ପଛରେ ଚାଲିବେ କିନ୍ତୁ ରାଜା ପଛକୁ ବୁଲି ଚାହିଁବେ ନାହିଁ । ସେ ଯେଉଁ ରାଜ୍ୟ ବୁଲିବେ ସେହି ରାଜ୍ୟ ତାଙ୍କର ହୋଇଯିବ । ରାଜା ନିଜର ଯାତ୍ରା ଉତ୍ତର ଦିଗରୁ ଆରମ୍ଭ କରିଥିଲେ ଏବଂ ମାଁ ଙ୍କ ପାଉଁଜି ଶବ୍ଦ ଶୁଣି ଜାଣୁଥିଲେ ମାଁ ତାଙ୍କ ପଛରେ ଆସୁଛନ୍ତି ।

ଏହାପରେ ସଂଖିନୀ ଏବଂ ଡଂକିନୀର ତ୍ରିବେଣୀ ନଦୀ ସ୍ରୋତରେ ମାଁଙ୍କ ପାଉଁଜି ଆଉ ଶୁଭିଲା ନାହିଁ ଏବଂ ରାଜା ପଛକୁ ବୁଲି ଚାହିଁଦେଲେ । ମାଁ ସେଇଠି ପାତାଳୀ ହୋଇଗଲେ । ମାଁ ଦନ୍ତେଶ୍ବରୀ ରାଜାଙ୍କୁ ସ୍ବପ୍ନାଦେଶ ଦେଇ କହିଲେ ସଂଖିନୀ ଏବଂ ଡଂକିନୀ ନଦୀ ସଂଗମରେ ସେ ସ୍ଥାପିତ ଅଛନ୍ତି । କୁହାଯାଏ ମାଁ ଦନ୍ତେଶ୍ବରୀଙ୍କ ଯେଉଁ ମୂର୍ତ୍ତି ଏବେ ମନ୍ଦିରରେ ପୂଜା ପାଉଛି ତାହା ଏକ ପ୍ରକଟ ହୋଇଥିବା ମୂର୍ତ୍ତି ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।