ଯୌତୁକ ପାଇଁ ଚାଲିଗଲା ନିରୀହ ଝିଅର ଜୀବନ… କେମିତି ଝଟପଟ ହୋଇ ଯାଉଛି ଜୀବନ… ଦେଖନ୍ତୁ Video

ସମାଜ ଯେତେ ଆଗକୁ ଆସିଲେ ମଧ୍ୟ ସେହି ପୁରୁଣା ପ୍ରଥା ଓ ପରମ୍ପରା ରହିଛି ଏବଂ ଲୋକ ମାନେ ମଧ୍ୟ ସଚେତନ ହୋଇ ପାରି ନାହାନ୍ତି। ଆଉ ଏବେ ଏକ ନିର୍ମମ ଭାବରେ ହତ୍ୟା କରା ଯାଇଥିବା ଘଟଣା କେନ୍ଦ୍ରାପଡା ରେ ଦେଖା ଦେଇଛି। ଏହି ନାରୀ କୁ ମାରିବା ର କାରଣ ହେଲା ୧ ଲକ୍ଷ ଟଙ୍କା ଯାହା ପାଇଁ ସ୍ୱାମୀ ସାଜିଲା ଅଭିଯୁକ୍ତ। ଏହିଠାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିବା ସହିତ ଉତ୍ତେଜନା ମଧ୍ୟ ଦେଖା ଦେଇଛି। ଆଉ ଏହି ଘଟଣା ପୁଣି ନାରୀ ନିର୍ଯ୍ୟାତନା ନେଇ ଦେଖା ଦେଇଛି। ସମାଜ ଯେତେ ଆଗକୁ ଆସିଲେ ମଧ୍ୟ ବର୍ତ୍ତମାନ ସମୟରେ ଲୋକ ମାନେ ମଧ୍ୟ ସେତିକି ସଚେତନ ହୋଇ ନାହାଁନ୍ତି। ଏହିପରି ଘଟଣା ଏବେ ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି। ଏହିଠାରେ ବିବାହ ପରେ ଯୌତୁକ କୁ କେନ୍ଦ୍ର କରି ବିଭିନ୍ନ ସମୟରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତିକ୍ତତା ଦେଖା ଯାଇଥାଏ କିନ୍ତୁ ସେହିଦିନ ସେହି ମହିଳା ବା ସ୍ତ୍ରୀ ଙ୍କୁ ହତ୍ୟା କରି ଦେଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ପରି ଆଗରୁ ଅନେକ ଘଟଣା ମଧ୍ୟ ଘଟିଛି ଯାହାର ଆଜି ଯାଏ ନ୍ୟାୟ କେଉଁଠାରେ ମିଳି ନାହିଁ। ଯଦି ଆଇନ ଅନୁଯାୟୀ ଠିକ ଭାବରେ ନ୍ୟାୟ ମିଳିବ ତେବେ ଏହିପରି ବେଶୀ ଘଟଣା ଘଟିବ ନାହିଁ। ଆଉ ଏହି ଘଟଣା ରେ ସୂଚନା ଅନୁଯାୟୀ ସେହି ସ୍ୱାମୀ ଓ ସ୍ତ୍ରୀ ଦୁହେଁ କିଛି ଦିନ ତଳେ ବିବାହ କରିଥିଲେ ହେଲେ ସେହି ସମୟରେ ସେ ରାଞ୍ଚି ରେ ରହୁଥିଲେ। ଆଉ କିଛି ଦିନ ସେମାନେ ବହୁତ ଖୁସିରେ ରହିବା ପରେ ଗାଁ କୁ ଫେରି ଆସିଥିଲେ। ଆଉ ଯୌତୁକ ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ ସ୍ୱାମୀ। ଆଉ ସେହି ସମୟରେ ସ୍ତ୍ରୀ ତାଙ୍କୁ ସିଧା ସିଧା ମନା କରି ଦେଇଥିଲା ଏବଂ ଏହିଭଳି ତିକ୍ତତା ଆରମ୍ଭ ହୋଇ ଯାଇଥିଲା। ତା ପରେ ଆଉ ଦିନେ ଝିଅ ତାର ମା ଙ୍କୁ କାନ୍ଦି କାନ୍ଦି ଟଙ୍କା ମାଗିଲା ହେଲେ ଟଙ୍କା ମିଳିଲା ନାହିଁ ଏବଂ ଫୋନ କାଟିବା ର କିଛି ସମୟ ପରେ ଖବର ମିଳିଲା ଯେ ମୃତ୍ୟୁ ବରଣ ହୋଇ ଯାଇଛି।

ଏହି ସ୍ୱାମୀ ଯିଏ ସାତ ଜନ୍ମ ସାଥିରେ ରହିବ ବୋଲି ଅଗ୍ନି କୁ ଶାଖୀ ରଖି ବିବାହ କରିଥିଲେ ହେଲେ ଶେଷରେ ଏହିପରି ପଶୁ ପାଲଟିଗଲା ଯାହା ତାଙ୍କର ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଆଉ ସେହି ଝିଅ ର ମାଆ କହିବା କଥା ଯେ ଝିଅର ବୟସ ହୋଇ ନଥିଲା ଜବରଦସ୍ତ ବାହାଘର କରା ଯାଇଥିଲା ଏବଂ ପୁଅ ର ମାମୁଁଙ୍କର ଚକ୍ରାନ୍ତ ରେ ଫସେଇ। ଏହି ଘଟଣା ଟି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରେ ଘଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment