Odisha News Portal

ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ କୁନି ଝିଅ କଲେ କମାଲ… ଦେଖନ୍ତୁ Video

ହଁ ଆଜ୍ଞା ଆଜି ର ଦୁନିଆରେ ଲୋକ ମାନଙ୍କର ନିଜ ପାଇଁ ତ ସମୟ ବାହାର କରିବା କଷ୍ଟ କର ହେଇପଡିଲାଣି , ଲୋକ ମାନଙ୍କର ଜୀବନ ରକ୍ଷା ବିଷୟରେ ଚିନ୍ତା କରିବା ତ ବହୁତ ଦୂରର କଥା, ତେବେ କୁନି ଝିଅ ମାମାଲି ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କ ପାଇଁ କରିଛନ୍ତି କିଛି ଏଭଳି କାମ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ପ୍ରସଂଶା ନ କରି ରହିପାରିବେ ନାହିଁ, ତେବେ ଆସନ୍ତୁ ଜାଣିବା କୁଣିଝିଅ ମାମାଲି ପଣ୍ଡା କଣ ସେ କାର୍ଯ୍ୟ କରିଛନ୍ତି ଯାହା ଫଳରେ ସେ ସେସିଆଲ ମିଡ଼ିଆ ଆଗରେ ଏତେ ପ୍ରଶଂସା ର ପାତ୍ର ହେଇପାରିଛନ୍ତି |

ଭଦ୍ରକ ଜିଲ୍ଲାର ଭଣ୍ଡାରୀ ପୋଖରୀ ନିକଟସ୍ଥ ବୟାବନପୁର ସୋର ପଦା ଗାଁ ରେ ବାପା ଜ୍ୟାତିଶ ପଣ୍ଡା ଓ ମାଆ ରଚନା ପଣ୍ଡା, ପିଲା ଦିନରୁ ଗରିବ ଲୋକ ମାନଙ୍କର ସେବା କରିବା ପକ୍ଷୀ ମାନଙ୍କୁ ଖାଇବାକୁ ଦେବା ଏମିତିକୁ କୋଭିଡ ସମୟରେ ଲୋକ ମାନଙ୍କୁ ସାହାଯ୍ୟ କରିବା କାମ ବି ଏହି କୁନି ଝିଅଟି କରିଥାନ୍ତି, ଆଉ ଏବେ ସେ ଗୋଟିଏ ନୂଆ ପ୍ରାୟସରେ ବାହାରିଛନ୍ତି ଯାହା ଆମର ପ୍ରଶାସଙ୍କ ଧ୍ୟାନ ଦେବା କଥା ସେ କଥାଟି ଵା କାମଟି ଆଜି କରୁଛନ୍ତି କୁନି ଝିଅ ମାମାଲି ପଣ୍ଡା, ଭଣ୍ଡାରିପୋଖରୀ ନିକଟରେ ଥିବା ରାସ୍ତା ମାନଙ୍କରେ ଲୋକ ମାନଙ୍କର ସୁବିଧା ପାଇଁ ମଝିରେ ମଝିରେ ହୋପ୍ସ କରାଯାଇଛି ଯାହା ଫଳରେ ବେପରୁଆ ହୋଇ ରାସ୍ତାରେ ଗାଡି ଚଳାଉଥିବା ଲୋକ ମାନଙ୍କ ଯୋଗୁଁ ଆମ ଜନ ସାଧାରଣ ମାନଙ୍କର କିଛି ବି କ୍ଷତି ହେବ ନାହିଁ |

କିନ୍ତୁ ରାସ୍ତାରେ ବହୁତ ହୋପ୍ସ ତ ରହିଛି କିନ୍ତୁ ହୋପ୍ସ ଗୁଡିବ ଦୁରକୁ ଦେଖା ଯାଉନାହିଁ ଆଉ ଯାହା ଫଳରେ ଗାଡି ଚଳାଇବା ବେଳେ ସେହି ହୋମ୍ପସ କୁ ଦେଖି ନ ପାରି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ବଡ ବଡ ଦୁଘାଟଣା ଘଟି ବହୁତ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଉଛି , ଯାହାକୁ ଦେଖି ମାମାଲିଙ୍କ ମନରେ ବହୁତ କଷ୍ଟ ହେଉଛି , ଆଉ ସେ ମଧ୍ୟ ଚେଷ୍ଟା କରିଛନ୍ତି ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଆଉ ଧଳା ରଙ୍ଗ ଆଣି ରାସ୍ତାରେ ଭଣ୍ଡାରିପୋଖରୀ ପାଖରେ ଥିବା ସମସ୍ତ ରାସ୍ତାର ହୋପ୍ସ ରେ ରଙ୍ଗ କରୁଛନ୍ତି, ଯାହା ଫଳରେ ଦୂରରୁ ଆସୁଥିବା ସେହି ଲୋକ ମାନେ ହୋପ୍ସ କୁ ଦେଖି ପାରିବେ ଓ ସତର୍କତା ସହିତ ଗାଡି ଚଳାଇବେ|

ତେବେ ମାମାଲିଙ୍କ ଏହି ସମସ୍ତ କାମରେ ତାଙ୍କର ବାପା ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି, ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି ଓ କୁନି ଝିଅଟିର ଏଭଳି କାମ ଦେଖି ଭିୱାରସ ମାନେ ମଧ୍ୟ ଭଲ ଭଲ କମେଣ୍ଟ ଦେବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।