Odisha News Portal

ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ପୁଣି ଥରେ ଚର୍ଚ୍ଚାରେ, ତାଙ୍କ ମାନବିକତା ଏବେ ଭାଇରାଲ ହେଉଛି ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

ସମାଜରେ ବିଭିନ୍ନ ପ୍ରକାର ର ମଣିଷ ଦେଖା ଯାଇଥାନ୍ତି। ସବୁ ମଣିଷ ମାନଙ୍କ ମଧ୍ୟରେ କିଛି ନା କିଛି ପାର୍ଥକ୍ୟ ରହିଛି। ମଣିଷ ଜୀବନରେ ଅନେକ ଖରାପ ସମୟ ଆସିଥାଏ। କେହି ବିପଦ ସମୟରେ ସାହାର୍ଯ୍ୟ ର ହାତ ବଢ଼ାଇ ନଥାନ୍ତି। ସମସ୍ତେ ନିଜର ସ୍ୱାର୍ଥ ଥିବା ଯାଏ ପାଖରେ ରହି ଥାଆନ୍ତି ନିଜର କାମ ହାସଲ ହୋଇଗଲା ପରେ ପଳେଇ ଯାଇଥାନ୍ତି। କିନ୍ତୁ ଆଜି ଆମେ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବୁ ଯେ କି ସବୁ ସମୟରେ ସମସ୍ତଙ୍କ ପାଖରେ ଛିଡା ହୋଇଥାଆନ୍ତି। ସେହିପରି ସେ ମଧ୍ୟ ଲକଡାଉନ ବେଳେ ସମସ୍ତଙ୍କର ଦୁଃଖ ବୁଝିଥିଲେ ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ତଥା ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା। ରାନୀ ଆଇଟମ ଗୀତରେ ବେଶ ଭାବେ ପରିଚିତ।

ଏବେ ଗୋଟିଏ ଘଟଣା ଦେଖା ଦେଇଛି ଯାଜପୁର ଜିଲ୍ଲାର ଧର୍ମଶାଳା ଅନ୍ତର୍ଗତ କ୍ଷେତ୍ରପାଳ ଗାଁରେ। ଏଠାରେ ଜଣେ ବୀର ଯବାନଙ୍କର ଘର ରହିଛି ତାଙ୍କର ଏବେ ଶହୀଦ ହୋଇ ଯାଇଛି। ଯାହା ପାଇଁ ସାରା ରାଜ୍ୟ ଏବଂ ଦେଶ ଏବେ ଝୁରୁଛି ଏବଂ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଏହି ସମୟରେ ଶହୀଦ ଯବାନ ଙ୍କ ଘରେ ରାନୀ ପଣ୍ଡା ପହଂଚିଛନ୍ତି ଏବଂ ତାଙ୍କ ଘରେ ବୀର ଯବାନ ଙ୍କ ସ୍ତ୍ରୀ ଙ୍କୁ ଆଶ୍ୱାସନା ଓ ସମବେଦନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ନିଜ ତରଫରୁ ସହାୟତାର ମଧ୍ୟ ହାତ ବଢ଼େଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ବୀର ଯବାନ ଙ୍କ ନାମ ଶଶାଙ୍କ ଶେଖର ସାମଲ ଏବଂ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ପୁଅ ଓ ଆଉ ସବୁ ପରିବାରରେ ଅଛନ୍ତି। ଆଉ ରାନୀ ପଣ୍ଡା ମଧ୍ୟ ଦୁଃଖର ସହ କହିଛନ୍ତି ଏହିଭଳି ପରିସ୍ଥିତିରେ ଯଦି, “ମୁଁ ନ ଠିଆ ହେବି ତାହାହେଲେ ମଣିଷ ଜୀବନ ପାଇକି କିଛି ଲାଭ ନାହିଁ”।

ଆଉ ମଧ୍ୟ କହିଛନ୍ତି,“ଯାହାଙ୍କ ପାଇଁ ସାରା ଦେଶ ଏବଂ ଭାରତ ବାସୀ ଶାନ୍ତିରେ ଶୋଇ ପାରୁଛନ୍ତି ମୁ ଯଦି ତାଙ୍କ ପାଖରେ ନ ଠିଆହେବି ଖରାପ ଲାଗିବ ଏବଂ ଆଉ ମଧ୍ୟ ତାଙ୍କର ଗୋଟିଏ କୁନି ପୁଅଟେ ଅଛି ସେ ଏବେ ବାପା ଛେଉଣ୍ଡ ଏବଂ ଗୋଟିଏ ମା ର ପୁଅ ଚାଲିଯିବା,ସ୍ତ୍ରୀ ର ସ୍ୱାମୀ ଚାଲିଯିବା, ଭଉଣୀର ଭାଇ ଚାଲିଯିବା ତାହା କେତେ କଷ୍ଟ ସେମାନେ ଅଙ୍ଗେ ଲିଭଉ ଥିବେ।”

ଆଉ କହିଛନ୍ତି ସମସ୍ତଙ୍କର ଆଶୀର୍ବାଦ ଏବଂ ଭଗବାନଙ୍କର କୃପା ଦୃଷ୍ଟି ସବୁ ବେଳେ ପରିବାର ଉପରେ ରହିଥାଉ ଏବଂ ମୁଁ ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଅନୁରୋଧ କରୁଛି ଏହିଭଳି ପରିସ୍ଥିତିରେ ତାଙ୍କ ପରିବାର ପାଖରେ ଟିକିଏ ଛିଡ଼ା ହୁଅନ୍ତୁ।

ରାନୀ ପଣ୍ଡାଙ୍କ ଏହିଭଳି ମହାନ କାମ ପାଇଁ ସମସ୍ତଙ୍କ ମୁହଁରେ ଚର୍ଚ୍ଚା। ଯାହା ଏବେ ଗୋଟିଏ ଉଦାହରଣ ସୃଷ୍ଟି କରିଛି ସମଗ୍ର ମଣିଷ ଜାତି ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।