ସାମ୍ନାକୁ ଆସିଲା ବଡ଼ ଖବର ! ଯାତ୍ରୀଙ୍କୁ ପଇଡ଼ ପିଆଇ ସବୁକିଛି ଲୁଟି ନେଲେ ଦୁର୍ବୃତ୍ତ… ଦେଖନ୍ତୁ Video ..

ନିଶା ଦେଇ ଯାତ୍ରୀଙ୍କ ଠାରୁ ଲୁଟ କଲେ ଲୁଟେରା। ପଇଡ଼ ପିଆଇ ସୁନା ଗହଣା ଆଉ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଦୁଇ ଜଣ ଭାଇ ଓ ସେମାନଙ୍କ ପତ୍ନୀ ପୁରୀରୁ ବ୍ରହ୍ମପୁର ଫେରୁଥିବା ବେଳେ ପଇଡ଼ରେ ନିଶା ଦେଇ ଲୁଟ କରି ନେଇଛନ୍ତି ଲୁଟେରା। ହଁ ଆଜ୍ଞା ଲୁଟ୍ କରିବା ପାଇଁ ଜଗିଛନ୍ତି ଲୁଟେରା। ସାବଧାନ, କେତେବେଳେ ବି ଆପଣ ହୋଇ ପାରନ୍ତି ଲୁଟ୍ ର ଶୀକାର। ଲୁଟ କରିବା ପାଇଁ ନୂଆ ନୂଆ ତାରିଖା ଅପଣାଉଛନ୍ତି ଲୁଟେରା ମାନେ। ପ୍ରଥମେ ଭଦ୍ର ଲୋକ ସାଜି ବିଶ୍ଵାସ ଜିତୁଛନ୍ତି ଆଉ ସୁଯୋଗ ପାଇଲା ମାତ୍ରେ କରି ନେଉଛନ୍ତି ଲୁଟ। ଏମିତି ଅନେକ ଘଟଣା ଆପଣ ପ୍ରତିଦିନ ଟିଭିରେ ଖବର କାଗଜ ମାନଙ୍କରେ ସୋସିଆଲ ମିଡିଆ ଆଦିରେ ଦେଖିବାକୁ ପାଉ ଥିବେ। ତେବେ ବର୍ତ୍ତମାନ ସମୟରେ ସେମିତି ଏକ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପଇଡ଼ରେ ନିଶା ଦେଇ ସୁନା ଗହଣା ଆଉ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ତେବେ ଏହି ଲୁଟର ଶୀକାର ହୋଇଛନ୍ତି ବ୍ରହ୍ମପୁର ସୂର୍ଯ୍ୟନଗରର ସୁବାଷ ଚନ୍ଦ୍ର ଆଚାରୀ ତାଙ୍କ ପତ୍ନୀ ସୁମତି ଆଚାରୀ ଏବଂଇନ୍ଦ୍ରାବତୀରେ ରହୁଥିବା ସୁବାଷ ଚନ୍ଦ୍ରଙ୍କ ଭାଇ କେ କିଶୋର ଆଚାରୀ ଏବଂ ତାଙ୍କ ପତ୍ନୀ ସାରଧା ଆଚାରୀ। ଗତ ରବିବାର ଦିନ ଏମାନେ ପୁରୀ ବାହାରି ଯାଇଥିଲେ ଆଉ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ କରିବା ପରେ ଗତକାଲି ରାତିରେ ପୁରୀ ଷ୍ଟେସନରେ ପହଁଚିଥିଲେ। ଟ୍ରେନ କିଛି ସମୟ ଲେଟ୍ ଥିଲା ଏହାପରେ ସେମାନେ ପୁରୀ ଷ୍ଟେସନରୁ ଟ୍ରେନରେ ଚଢ଼ିଥିଲେ।

ଏହାର କିଛି ସମୟ ପରେ ଦୁଇ ଜଣ ଯୁବକ ଆସି ସେମାନଙ୍କ ଅତି ନିଜର ପରି ବ୍ୟବହାର କରିଥିଲେ। ଆଉ କଥାବାର୍ତ୍ତା କରି ଅଧିକ ଘନିଷ୍ଟ ହେଉଥିଲେ। ଏହାପରେ ସାହାଯ୍ୟ କରିବା ଆଳରେ ଦୁଇ ଯୁବକ ସେମାନଙ୍କୁ ପଇଡ଼ ଆଣି ପିଇବା ପାଇଁ ଦେଇ ଥିଲେ। ଆଉ ସେହି ପଇଡ଼ ପିଇବାର କିଛି ସମୟ ପରେ ଚାରି ଜଣ ଯାକ ଅଚେତ୍ ହୋଇ ପଡ଼ିଥିଲେ। ଆଉ ଏହାର ସୁଯୋଗ ନେଇ ସୁନା ଗହଣା ଟଙ୍କା ଓ ମୋବାଇଲ ରହିଥିଲା ତାକୁ ଲୁଟି ନେଇଥିଲା ଦୁର୍ବୃତ୍ତ ଦୁଇ ଜଣ। ଏହାପରେ ସେମାନଙ୍କୁ ଅଚେତ୍ ଅବସ୍ଥାରେ ଦେଖି ବଗିରେ ଥିବା ଅନ୍ୟ ଯାତ୍ରୀ ମାନେ ଟିଟିକୁ ଖବର ଦେଇଥିଲେ।

ଏହାପରେ ବ୍ରହ୍ମପୁର ରେଳ ଷ୍ଟେସନରୁ ସେମାନଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରା ଯାଇଥିଲା ଚିକିତ୍ସା ପରେ ଜଣକର ଚେତା ଫେରିଛି। କେ ସୁମତିଙ୍କର ଚେତା ଫେରିବା ପରେ ସେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଅନ୍ୟ ତିନି ଜଣ ଯାତ୍ରୀଙ୍କ ଚେତା ଫେରି ନ ଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ବୋଲି କହିଛନ୍ତି ଡ଼ାକ୍ତର।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment