Odisha News Portal

ଜ୍ୟୋତିଷ୍କ ଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ସବୁଠାରୁ ଅଧିକ ପ୍ରେମ କରିଥାନ୍ତି !

0 3

ଆଜି ଆମେ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ପ୍ରକାର ପ୍ରେମ କରିଥାନ୍ତି । ଜ୍ୟୋତିଷଶାସ୍ତ୍ରରେ ପ୍ରେମ ଏବଂ ପ୍ରଣୟକୁ ଗୁରୁତ୍ବ ଦିଆଯାଇଛି । ତେବେ ଚାଲନ୍ତୁ ଜାଣିନେବା ରାଶି ଅନୁସାରେ ବ୍ୟକ୍ତିଙ୍କର ପ୍ରେମ ଓ ପ୍ରଣୟର ସଂପର୍କ କେମିତି ରହିଥାଏ । 1. ମେଷ ରାଶି-
ଏହି ରାଶିର ବ୍ୟକ୍ତି ମାନଙ୍କ ପାଖରେ ସାହସ , ଆତ୍ମ ବିଶ୍ବାସ ଏବଂ ଦୃଢ ଇଚ୍ଛାଶକ୍ତି ରହିଥାଏ । ସେ ବନ୍ଧୁତା ହେଉ କିମ୍ବା ପ୍ରେମ ସବୁଥିରେ ଏମାନେ ମାହିର୍ ଅଟନ୍ତି । ଯଦି ଏମାନେ କାହାକୁ ଭଲ ପାଇଥାନ୍ତି ତେବେ ନିଷ୍ଠାର ସହିତ ଭଲ ପାଇଥାନ୍ତି । ଏମାନଙ୍କୁ ନିଜ ସ୍ବାଧୀନତା ବେଶ୍ ପ୍ରିୟ ତେଣୁ ବିବାହ ପରେ ଯଦି୍ ତାଙ୍କୁ ଏହି ସ୍ବାଧୀନତା ଦିଆଯିବ ନାହିଁ ତେହେଲେ ସଂପର୍କ ଆଉ ଆଗକୁ ଯାଇ ପାରିବ ନାହିଁ ।

2. ବୃଷ ରାଶି –
ଏହି ରାଶିର ବ୍ୟକ୍ତି ଯଦି କାହାକୁ ଥରେ୍ ହୃଦୟ ଦେଇଛନ୍ତି ତେବେ ସେମାନଙ୍କୁ କେବେ ଧୋକା ଦିଅନ୍ତି ନାହିଁ । କିନ୍ତୁ ଏମାନଙ୍କୁ ସଂମ୍ପୂର୍ଣ୍ଣ ଭାବରେ ନିଜର କରିବା ସହଜ ନୁହଁ । ଏମାନେ ଧନୁ ରାଶି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ନୁହଁ ।

3. ମିଥୁନ ରାଶି-

ଏମାନେ ସବୁବେଳେ ହସଖୁସିରେ ରହିବା ଏବଂ ମଜାମସ୍ତି କରିବାକୁ ପସନ୍ଦ କରିଥାନ୍ତି । ଏମାନେ ପ୍ରେମରେ ସ୍ବଚ୍ଛା ଏବଂ ବିଶ୍ବସ୍ତ ହୋଇଥାନ୍ତି , ତେଣୁ ଏମାନଙ୍କ ପାର୍ଟନରଙ୍କ ରାଶି ମଧ୍ୟ ମିଥୁନ ରାଶି ହେବା ଉଚିତ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏମାନଙ୍କର ମକରରାଶି ସହ ବିବାହ କେବେ ବି ସଫଳ ହୋଇନଥାଏ ।

4. କର୍କଟ ରାଶି-

ଭାବନାର ଗମ୍ଭିର ସାଗର ହେଉଛନ୍ତି କର୍କଟ ରାଶି । ଏମାନେ ଯେବେ କାହା ପ୍ରେମରେ ପଡନ୍ତି ତେବେ ପୂର୍ଣ୍ଣ ରୁପରେ ସେମାନଙ୍କର ହୋଇଯାିଥାନ୍ତି । ଏମାନେ କେବେ କୁମ୍ଭ ରାଶି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ନୁହଁ ।

5. ସିଂହରାଶି-

ଏମାନେ ଆକର୍ଷଣ ଏବଂ ଆତ୍ମବିଶ୍ବାସରେ ଭରପୁର ହୋଇଥାନ୍ତି । ଏମାନେ ଶାରିରୀକ ସଂପର୍କକୁ ନେଇ ନିଜ ସାଥିକୁ ନିରାଶ କରିଥାନ୍ତି ଆଉ ଏମାନଙ୍କର ଜିଦଖୋର ଗୁଣ ପାଇଁ ସଂପର୍କ ଭାଙ୍ଗିଯାଇଥାଏ ।

6. କନ୍ୟା ରାଶି-
ଏହି ରାଶିର ବ୍ୟକ୍ତିମାନେ କେବେ ବି କନ୍ୟା ରାଶିର ଲୋକଙ୍କୁ ବିବାହ କରନ୍ତୁ ନାହିଁ ।

7. ତୁଳାରାଶି-
ଏହି ରାଶିର ବ୍ୟକ୍ତି ନିଜ ସାଥୀଙ୍କ ସହ ସବୁପ୍ରକାର ଖୁସି ବାଣ୍ଟିବାକୁ ଭଲପାଆନ୍ତି । ଏମାନେ ନିଜ ସାଥୀର ସବୁ ପ୍ରକାର ଇଚ୍ଛା ପୂର୍ଣ୍ଣ କରିଥାନ୍ତି ।

8. ବିଛା ରାଶି-
ପ୍ରେମରେ ପଡିବା ଏବଂ ଏଥି୍ରେ ବୁଡିଯିବା ଏହି ରାଶିର ସ୍ବଭାବ । ଏମାନଙ୍କର ମେଷ ରାଶି ସହ କଦାପି ପଡେ ନାହିଁ ।

9. ଧନୁ ରାଶି-
ଏମାନେ ସବୁବେଳେ ନିଜ ସାଥୀଙ୍କ ସହ ଭିନ୍ନଭିନ୍ନ ଶୈଳୀରେ ସମୟ ବିତାଇବାକୁ ଭଲପାଇଥାନ୍ତି । ତେଣୁ ଏମାନଙ୍କର ବୃଷ ରାଶି ସହ ଆଦୌ ପଡେ ନାହିଁ ।

10. ମକର ରାଶି

ଏମାନେ ସ୍ବଚ୍ଚା ବିଶ୍ବାସି ଏବଂ ଏମାନେ ନିଜ ସାଥୀଙ୍କ ଠାରୁ ବି ଏସବୁ ଚାହିଁଥାନ୍ତି । ଏମାନେ କେବେ ବି ମିଥୁନରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ନୁହଁ ।

11.କୁମ୍ଭ ରାଶି-
ଏମାନେ କାହାର ଧ୍ୟାନ ରଖିବା ନଜାଣନ୍ତୁ ପଛେ କିନ୍ତୁ କାହାକୁ ଧୋକା ଦିଅନ୍ତି ନାହିଁ ।

12. ମୀନ ରାଶି-
ଯଦି ଆପମଙ୍କ ସାଥୀଙ୍କ ରାଶି ମୀନ ହୋଇଥାଏ ତେବେ ଆପଣ ଭାଗ୍ୟଶାଳୀ । କାରଣ ପ୍ରେମକୁ ପରିପ୍ରକାଶ କରିବା ଏବଂ ସଂପର୍କ ବଜାୟ ରଖିବା ଏହି୍ ରାଶିଙ୍କଠାରୁ ଶିଖିବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।