Odisha News Portal

ଜରୁରୀ ଖବର – ଫୁଣି ଭୟଙ୍କର ବର୍ଷା ! ଆଜିଠୁ ଓଡ଼ିଶାର ଏହି ୧୮ ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କଲା ପାଣିପାଗ ବିଭାଗ… ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0 251

ରାଜ୍ୟରେ ଅନୁଭୂତ ହେଉଛି ଗ୍ରୀଷ୍ମ ପ୍ରବାହ। ତାତି ରୁ ଉଦ୍ଧାର ପାଇବା ପାଇଁ ସମସ୍ତେ ଚାହୁଁ ଥିବା ବେଳେ ଆସନ୍ତା କାଲି ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଯାହା ସୂଚନା ରହିଛି ୮ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଗତକାଲି ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା ରହିଛି ।ସେହି ଭଳି ଆସନ୍ତାକାଲି ଅପରାହ୍ନରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ କାଳବୈଶାଖୀ ସମ୍ଭାବନା ରହିଛି ବୋଲି କୁହା ଯାଇଛି।

ତେଣୁ କାଳ ବୈଶାଖୀ କୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାଣ୍ଣିଂ ଜାରି କରାଯାଇଛି । ଆପଣ ଜାଣିଛନ୍ତି ରାଜ୍ୟର କିଛି ଜିଲ୍ଲାର ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କିଛିଦିନ ଧରି ଅଧିକ ରହିଛି।

ସ୍ଥିତି ଅନୁସାରେ ଭୁବନେଶ୍ୱରରେ ସପ୍ତାହେ ପର୍ଯ୍ୟନ୍ତ ଗରମରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ବହୁତ କମ ଅଟେ।ତେଣୁ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲିସିୟସ ଉପରକୁ ଡେଇଁପାରେ ବୋଲି କୁହା ଯାଇଛି। ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଉପରେ ରହିଛି। ତେବେ ଗତକାଲି ଅର୍ଥାତ୍ ଗୁରୁବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବାରିପଦା ଠାରେ ସର୍ବାଧିକ ୩୯.୪ ଡିଗ୍ରି ରେକର୍ଡ କରା ଯାଇଥିଲା।

ସେହିପରି କନ୍ଧମାଳ ଠାରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରି ରେକର୍ଡ କରା ଯାଇଥିଲା।ତେବେ ଜାରି ହୋଇଥିବା ସତର୍କ ସୂଚନା ଅନୁଯାୟୀ ଗତକାଲି ଶୁକ୍ରବାର ଦିନ ୧ଟା ୩୦ରୁ ଶନିବାର ସକାଳ ୮ଟା୩୦ ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୂଆପଡା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କୁହା ଯାଇଛି।

ରାଜ୍ୟର କିଛି ଜିଲ୍ଲା ଯଥା ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୋନପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି।

ତେଣୁ ଏହିସବୁ ଜିଲ୍ଲାରେ ୟେଲ୍ଲ ୱାର୍ନିଂ ଜାରି କରାଯାଇଛି। ସେହିପରି ୨୦ ତାରିଖ ସକାଳ ୮ଟା ୩୦ରୁ ୨୧ ତାରିଖ ସକାଳ ୮ଟା ୩୦ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା ସହିତ ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା, କୋରାପୁଟ ଜିଲ୍ଲା ମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ଏସବୁକୁ ନେଇ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜିଲ୍ଲା ମାନଙ୍କୁ ଦିଆ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।