ଆଜିକାଲି ଦୁନିଆରେ ସମସ୍ତେ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କ ପ୍ରତି ଖରାପ ଚିନ୍ତା କରନ୍ତି। ସେମାନେ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କର କ୍ଷତି କରିଥାନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ନିଜ ବିଷୟରେ ଚିନ୍ତା କରନ୍ତି ଏବଂ ସେମାନେ କ୍ଷତି ଘଟାଇଥାନ୍ତି। ସବୁଆଡେ ବିଭିନ୍ନ ପ୍ରକାର ଦୁର୍ନୀତି ଦେଖିବା ପାଇଁ ମିଳୁଛି। ଛୋଟ ଅଫିସର ଠାରୁ ଆରମ୍ବ କରି ବଡ଼ ଅଧିକାରୀ ଏହା ବ୍ୟତୀତ ଆଜିକାଲିର ନେତା ମନ୍ତ୍ରୀ ମାନେ ମଧ୍ୟ ଗରିବ ଲୋକଙ୍କ ରକ୍ତ ଶୋଶୁଛନ୍ତି। ତେବେ ସମାଜରୁ ଏସବୁ ଅନ୍ୟାୟ ଅପରାଧ ରୋକିବା ପାଇଁ ଆମ ସରକାର ପୋଲିସ ମାନଙ୍କୁ ନିୟଜିତ କରିଥାନ୍ତି।
ହେଲେ କିଛି ଏପରି ପୋଲିସ ଅଫିସର ଅଛନ୍ତି ଯେଉଁମାନେ କି ନିଜ କ୍ଷମତାର ଅପବ୍ୟବହାର କରିଥାନ୍ତି। ଆପଣ ମାନେ ଅନେକ ଖବର ସୋସିଆଲ ମିଡ଼ିଆ ଇତ୍ୟାଦିରେ ଦେଖିବା ପାଇଁ ପାଇଥିବେ। ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଖବର ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆପଣ ମାନେ ଏଭଳି ପୋଲିସ ଅଫିସରଙ୍କ ପ୍ରତି ଘୃଣାଭାବ ନିଶ୍ଚିତ ଆସିବ। ଜଣେ ପୋଲିସ ବାବୁ ମଦ ପିଇ ଜଣେ ଯୁବକଙ୍କୁ ମାରୁଥିବା ବେଳେ ତାଙ୍କ ସ୍ତ୍ରୀ ଚପଲରେ ମାଡ଼ ମାରିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ଏଭଳି ଏକ ଘଟଣା ଲକ୍ଷନୌ ରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ସ୍ୱାମୀ ସ୍ତ୍ରୀ ଉଭୟ ଷ୍ଟେସନ ରେ ଯାତ୍ରା କରିବା ପାଇଁ ବହାରିଥିଲେ। ଆଉ ସେମାନେ ଗାଡିକୁ ଅପେକ୍ଷା କରିଥିଲେ। ଯାହାର ଫଳ ସ୍ୱରୂପ ସେମାନେ ଅନେକ ସମୟ ଧରି ଠିଆ ହୋଇଥିଲେ। ଏହାପରେ ସେମାନକୁ ଜଣେ ପୋଲିସ ବାବୁ ଆସି କିଛି ଜିନିଷ ପତ୍ର ଉଠାଇ ବୋହିବା ପାଇଁ କହିଲେ ଏହାପରେ ବ୍ୟକ୍ତି ଜଣକ ସିଧା ସିଧା ମନା କରିଦେଇଥିଲେ। ଯାହା ଫଳରେ ପୋଲିସ ବାବୁ ଜଣକ ସଂଗେ ସଂଗେ ରାଗିଯାଇଥିଲେ। ଏବଂ ତାଙ୍କୁ ମାଡ ମାରିଵା ଆରମ୍ଭ କଲେ। ଏହାପରେ ପାଖରେ ବ୍ୟକ୍ତି ଜଣକ ସ୍ତ୍ରୀ ଠିଆ ହୋଇଥିଲେ।
ସେ ନିଜ ପାଦରୁ ଚପଲ କାଢ଼ି ତାଙ୍କ ଗାଲରେ ମାରିଥିଲେ। ଏହାପରେ ପୋଲିସ ବାବୁ ଜଣକ ମହିଳା ଜଣକୁ ଠେଲି ଦେଇଥିଲେ। ଏହାପରେ ମାଡି ଖାଇଥିବା ପୋଲିସ ବାବୁଙ୍କ କହିବା କଥା ଯେ ତାଙ୍କର ପୁଅକୁ ପ୍ରଥମେ ମାଡ ମାରିବା କାରଣରୁ ତାଙ୍କ ସହିତ ଏଭଳି କିଛି ଝଗଡ଼ା ହୋଇଥିଲା। ହେଲେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ କହିବା କଥା ଯେ ପୋଲିସ ବାବୁ ଜଣକ ବହୁତ ମଦ ପିଇ ଥିଲେ। ଯାହାର ଫଳ ସ୍ୱରୂପ ସେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ତାପରେ ଏଭଳି କିଛି ଘଟଣା ସୃଷ୍ଟି ହୋଇଥିଲା। ଯାହାବି ହେଉ ଚପଲରେ ମାଡ଼ ଖାଇବା ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।