Odisha News Portal

ଜଣେ ବୃଦ୍ଧଙ୍କର ମଣିଷ ପଣିଆ ଚାଂଚଲ୍ୟ ସୃଷ୍ଟି କରିଛି,ତାଙ୍କ ମାନବିକତାକୁ ନମସ୍କାର

ବର୍ତ୍ତମାନ ସମୟରେ ମଣିଷ ନିଜପାଇଁ କିଛି ବି କରିବାକୁ ପଛେଇବନି।ଆଜିକାଲି ଲୋକ ସମସ୍ତେ ନିଜର ସ୍ୱାର୍ଥ କଥା ଭାବିଥାନ୍ତି।ଆଉ କେବେବି ଅନ୍ୟ କାହା ପାଇଁ ସମୟ ଦେଇନଥାନ୍ତି।ଯୁଗ ଦିନକୁ ଦିନ ବଦଳି ହେବାରେ ଲାଗିଛି।ମଣିଷ ନିଜର ହିତାହିତ ଜ୍ଞାନ ସବୁବେଳେ ଭୁଲି ଯାଉଛି।ସେ ନିଜ ପାଇଁ ମଣିଷ ପଣିଆ ଏବଂ ମାନବିକତା କୁ ଭୁଲି ଯାଉଛି।

ମଣିଷ ନିଜର ମାନବିକତା ଭୁଲି ଯିବା ଭଳି ଘଟଣା ଏବେ ବହୁତ ଦେଖା ଦେଇଛି,ଏହି ସମୟରେ ଏମିତି କିଛି ଘଟଣା ଆସିଛି ଯେଉଁଠି ମଣିଷ ପଣିଆ ମଧ୍ୟ ବଂଚି ରହିଛି। ଏମିତି କିଛି ଭଲ ଲୋକ ଅଛନ୍ତି ବୋଲି ଦୁନିଆ ଚାଲିଛି।

ଏହିଭଳି ଲୋକଙ୍କୁ ସମସ୍ତେ ଭଲ ପାଇଁ ଥାଆନ୍ତି। ଆଜି ଆମକୁ ସେହିଭଳି ଘଟଣା ମିଳିଛି ଯାହାକୁ ଦେଖିଲା ପରେ ଆପଣ ସାଲୁଟ ମାରିବେ ଏବଂ ତାଙ୍କୁ ସାବସି ମଧ୍ୟ କହିବେ କାରଣ ଏହି ଘଟଣାଟିରେ ଜଣେ ବୃଦ୍ଧ ଅନ୍ୟକୁ ଶିକ୍ଷିତ କରିବା ପାଇଁ କିପରି ତାର ମାନବିକତା ପ୍ରଦର୍ଶନ କରୁଛି। ଜଣେ ପାଠ ନ ପଢିଥିଲେ ଅନ୍ୟକୁ ବିଦ୍ୟା ଦେବାରେ ସେ ସମର୍ଥ। ଯାହା ସମସ୍ତଙ୍କୁ ଚମକେଇ ଦେଇଛି। ଯିଏ ଅନ୍ୟର ଭବିଷ୍ୟତ କୁ ଲକ୍ଷ କରି ନିଜକୁ ସମର୍ପଣ କରିଦେଇଛି।

୨୦୨୦ ରେ କରୋନା ମହାମାରୀ ସାରା ଦେଶରେ ତାଣ୍ଡବ ତାର ଦେଖେଇଛି।ଏହି ଭାଇରସ ରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଚେଷ୍ଟା ଚଲେଇଛନ୍ତି।ଏହି ମହାମାରୀ କବଳରୁ ନିଜକୁ ରକ୍ଷା କରିବା ପାଇଁ ଚାରିଆଡ଼େ ଲାକଡାଉନ ଏବଂ ଶଟଡାଉନ ଜାରି ହୋଇଥିଲା।ଏହି ସମୟରେ ସାରା ବିଶ୍ୱ ସ୍ତରରେ ବିଭିନ୍ନ କ୍ଷେତ୍ରରେ ବହୁତ ଜାଗାରେ ସବୁଥିରେ ଅସୁବିଧା ହୋଇଛି। ଏମିତି ପାଠ ପଢିବାରେ ମଧ୍ୟ ହୋଇଛି।ପିଲାମାନେ ପଢିବାରେ ଅବହେଳା ହେଲା।

 ଏହି ସମୟରେ ସରକାର ପିଲାମାନେ ପଢିବା ପାଇଁ ଅନଲାଇନରେ ବ୍ୟବସ୍ଥା କରିଥିଲେ।ଅନଲାଇନ ର ପଢିବାରେ ଅନେକ ପିଲା ଅସୁବିଧା ସମ୍ମୁଖିନ କଲେ। ସମସ୍ତଙ୍କ ପାଇଁ ଅନଲାଇନ ପ୍ଲାଟଫର୍ମ ସୁବିଧା ହଉନଥିଲା।ସେଥିପାଇଁ ଓଡ଼ିଶାର ଯାଜପୁର ଜିଲାର ଗୋଟିଏ ବୃଦ୍ଧ ନିଜର ପ୍ରତିଭା ଦେଖେଇଥିଲେ, ଏକ ଗଛ ମୂଳରେ ପିଲାଙ୍କୁ ମାଗଣାରେ ପାଠ ପଢାଉଥିଲେ।ଯାହା ଚାରିଆଡେ ଚାଂଚଲ୍ୟ ସୃଷ୍ଟି କରିଛି।

ଏହା ଜାତୀୟଗଣମଧ୍ୟମରେ ପ୍ରକାଶିତ ହୋଇଥିଲା ପରେ ତାଙ୍କୁ ପ୍ରଶଂସାର ଲହରୀ ହୋଇଥିଲା।ଆଉ ବର୍ତଣ୍ଡା ର ସରପଞ୍ଚ ବାବୁ କହୁଛନ୍ତି ତାଙ୍କର ସେତିକି କିଛି ନୁହେଁ ସେ ଆଜିକି ୭୫ ବର୍ଷ ଧରି ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି।ଆଉ ମଧ୍ୟ ସେ କହିଛନ୍ତି ବୃଦ୍ଧ ଜଣଙ୍କ ସରକାର ଙ୍କ ସହାୟତା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ କିଛି ସହାୟତା ମିଳିନାହିଁ।

ସେ ବୃଦ୍ଧ ଜଣଙ୍କ ସବୁବେଳେ କହିଥାନ୍ତି ପିଲାଙ୍କୁ ପାଠ ପଢେଇବା କଷ୍ଟ ନୁହେ ,ସେମାନଙ୍କୁ ପଢେଇଲେ ମତେ ବହୁତ ଖୁସି ମିଳିଥାଏ।ତେଣୁ ତାଙ୍କର ଏହି କାର୍ଯ୍ୟ ପାଇଁ କିଛି ଦରମା କିମ୍ବା ସହାୟତ ନେବେ ନାହିଁ।ଆଉ ସରପଞ୍ଚ ତାଙ୍କ ପାଇଁ ଗ୍ରାମରେ ଗୋଟିଏ ଗୃହ ନିର୍ମାଣ କରିବେ ସେଠାରେ ସେ ପିଲା ମାନଙ୍କୁ ପଢେଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।