Odisha News Portal

ଦେଖନ୍ତୁ ଭିଡ଼ିଓ – ଜଣେ ଆଦର୍ଶ ଶିକ୍ଷକ ଙ୍କର ହୋଇଛି ଏମିତି ଦୁର୍ଦଶା ଭିଡ଼ିଓ ନିଆଁ ଭଳି ଭାଇରାଲ…ସତରେ କ’ଣ ପୋଲିସ ଏମିତି….

ବନ୍ଧୁଗଣ ଆପଣ ଜାଣିଛନ୍ତି କିଭଳି ଭାବରେ ଧୀରେ ଧୀରେ ଭାରତରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଏକ ରେକର୍ଡ ସ୍ତରରେ ପହଞ୍ଚିଲାଣି ଏହି ଭାଇରସ। ଏଥିପାଇଁ ମାନବ ସମାଜ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହେଉଛି। ଏକ ପ୍ରକାର ଭୟ ଭିତରେ ସମୟ ଅତିବାହିତ ହେଉଛି।ଅର୍ଥନୀତି କୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି ବିଶ୍ୱରେ। ସମସ୍ତ ପ୍ରକାରର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ବିଶ୍ଵ ଗତି କରୁଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଆମ ଦେଶ ଭାରତ।କରନା ଭଳି ମାରାତ୍ମକ ଭୂତାଣୁ କେବଳ ଆମ ଦେଶ ଭାରତ ନୁହଁ ,ସମଗ୍ର ବିଶ୍ୱରେ କୋରୋନା ଭାଇରସ ତାଣ୍ଡବ ରଚୁଛି। ଆଉ ଏହାକୁ ପୁଣି ନିୟନ୍ତ୍ରଣ କୁ ଆଣିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାରେ ଲାଗିଛନ୍ତି।

ଯେହେତୁ ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇ ଯାଇଛି ତେଣୁ ଏହା ବହୁତ୍ ଶୀଘ୍ର ଲୋକଙ୍କୁ ସଂକ୍ରମିତ କରୁଛି। କାରଣ ଏହା ଭାଇରସ ର ଏକ ନୂଆ ରୂପ।ଆଉ ଏହି ନୂତନ ଷ୍ଟ୍ରେନ ର ଭାଇରସ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇ ଥିବା ବେଳେ ଆମେ କୋଭିଡ ନିୟମ ମାନିଲେ ହିଁ କରୋନା ସଂକ୍ରମଣ ରୋକି ପାରିବା। ତେଣୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ ସରକାର୍ ନିର୍ଦେଶ ଦେଇଛନ୍ତି। ଆଉ ଏହି ସମୟରେ ଲୋକଙ୍କ ମନରେ ମାସ୍କ ପିନ୍ଧିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଜଣେ ଶିକ୍ଷକ ଆପଣେଇ ଛନ୍ତି ଏକ ନିଆରା ପ୍ରୟାସ।

ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି ରାୟଗଡ଼ା ର ଏକ ସ୍କୁଲ ର।ସେ ଏକ ଭିନ୍ନ ଢ଼ଙ୍ଗରେ ଲୋକଙ୍କୁ ହସେଇ ହସେଇ କରନା ସଚେତନତା ସୃଷ୍ଟି କରୁଛନ୍ତି। ମାସ୍କ ପିନ୍ଧିବା ପାଇଁ ସେ କୌତୁକିଆ ଢଙ୍ଗରେ ଲୋକଙ୍କ ମନରେ ଏକ ସକାରାତ୍ମକ ଧାରଣା ସୃଷ୍ଟି କରୁଛନ୍ତି। ପ୍ରଥମେ ସେ ଏପରି ଭାବରେ ହାସ୍ୟାତ୍ମକ ଢଙ୍ଗରେ ଏକ ଭିଡିଓ ସୁଟ କରି ଲୋକଙ୍କୁ ଏହା ଜନେଇ ଥିଲେ ଯେ ମାସ୍କ ନ ପିନ୍ଧିବା କାରଣରୁ ତାଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଥିଲା।ଏହାପରେ ତାଙ୍କୁ ମାସ୍କ ପିନ୍ଧିବା ପାଇଁ ଆଉ ଅଡୁଆ ହେଲା ନାହିଁ ଯେମିତି ଆଗରୁ ହେଉଥିଲା। ମାସ୍କ ନ ପିନ୍ଧିବା ପାଇଁ ଲୋକ ମାନେ କେତେ କଣ ବାହାନା କରନ୍ତି। ଅନେକ ସମୟରେ ସେମାନେ ବାହାରକୁ ବିନା ମାସ୍କ ରେ ପଲାଇ ଯାଇଥାନ୍ତି।

ଯାହା ଫଳରେ ସେମାନେ ସଂକ୍ରମିତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସି ନିଜ ପାଇଁ ଓ ନିଜ ପରିବାର ପାଇଁ ବିପଦ ସୃଷ୍ଟି କରୁଛନ୍ତି। ତେଣୁ ଏହି ଶିକ୍ଷକ ଜଣଙ୍କ ଏହିଭଳି ଏକ ଭିନ୍ନ ପ୍ରୟାସ କମେଡି ମାଧ୍ୟମରେ କରି ଲୋକଙ୍କ ନିକଟତର ହୋଇଛନ୍ତି ଏବଂ ସଚେତନ କରାଇବା ପାଇଁ ସକ୍ଷମ ହୋଇଛନ୍ତି। ତେବେ ଏହି ଶିକ୍ଷକଙ୍କର ଏହିଭଳି କମେଡି ମାଧ୍ୟମରେ ସଚେତନତା ବାର୍ତ୍ତା ର ଭିଡିଓ ବେଶ୍ ଭାଇରାଲ ହେବା ପରେ ସେ ଲୋକ ଲୋଚନକୁ ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।