Odisha News Portal

ଜାଣନ୍ତୁ ଇ- ଶ୍ରମ କାର୍ଡ କଣ ? ଏହାକୁ ଆପଣ କିପରି ଆବେଦନ କରିବେ ଜାଣନ୍ତୁ ? କେତେ ଟଙ୍କା ମିଳିବ ଜାଣନ୍ତୁ

ବନ୍ଧୁଗଣ କଣ ଆପଣଙ୍କ ପାଖରେ ରହିଛି କି ଇ ଶ୍ରମ କାର୍ଡ? ଯଦି ଆପଣଙ୍କ ପାଖରେ ରହିଛି ତେବେ ଆପଣମାନେ ଅନେକ ଗୁଡ଼ିଏ ସୁବିଧା ସୁଯୋଗ ପାଇ ପାରିବେ। ଆଉ ଯଦି ଆପଣଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ କରା ଯାଇଥିବା ଏହି କାର୍ଡ ଟି ନାହିଁ ତେବେ ଆପଣ ଏହାକୁ କେମିତି ପାଇବେ, ଏହାକୁ କିପରି ଆବେଦନ କରିବେ, ଆସନ୍ତୁ ଜାଣିବା ଆଜି ଆମେ ଏହି ଲେଖା ମାଧ୍ୟମରେ। ବନ୍ଧୁଗଣ ଲେବର କାର୍ଡ କଣ ଅଟେ ଏଵଂ ଏହି କାର୍ଡ କଲେ ହିତାଧିକାରୀ ମାନେ କେଉଁ ସବୁ ସୁବିଧା ପାଇବେ ତାହା ହୁଏତ ଆପଣମାନେ ଜାଣିଥିବେ। କିନ୍ତୁ ଏବେ ଯେଉଁ ଇ ଶ୍ରମ କାର୍ଡ ଆସିଛି ଏହାଦ୍ୱାରା ଆପଣ କେଉଁ ସବୁ ସୁବିଧା ପାଇ ପାରିବେ ତାହା ମଧ୍ୟ ଜାଣିବା ଦରକାର୍।

ତେବେ ପ୍ରଥମତଃ ଆପଣ ଏହା ଜାଣି ରଖିବା ଦରକାର୍ ଯେ ଏହି ଇ ଶ୍ରମ କାର୍ଡ ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଦ୍ବାରା ଜାରି କରା ଯାଇଛି ଏବଂ ଏହି କାର୍ଡ ଅନ୍ୟ ସମସ୍ତ ଯୋଜନାରେ ଦିଆ ଯାଉଥିବା କାର୍ଡ ଠାରୁ କିଛି କ୍ଷେତ୍ରରେ ଅଲଗା ରହିଛି। ଲେବର କାର୍ଡ ଠାରୁ ଏହା ଭିନ୍ନ ଅଟେ। କିଛି ଲୋକଙ୍କ କହିବା ଅନୁସାରେ ଏହା ଲେବର୍ କାର୍ଡ, କିନ୍ତୁ ଏହାକୁ ସଂପୂର୍ଣ୍ଣ ଭାବରେ ଲେବର କାର୍ଡ କହି ହେବ ନାହିଁ। ତେବେ ଇ ଶ୍ରମ ରେ ରେଜିଷ୍ଟ୍ରେସନ କରିବା ଦ୍ୱାରା ଶ୍ରମିକ ମାନେ ଏକବର୍ଷ ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ର ଲାଭ ପାଇ ପାରିବେ।

ସମ୍ପୂର୍ଣ ବିକଳାଙ୍ଗ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ସେମାନଂକୁ ୨ ଲକ୍ଷ ଟଙ୍କା ମିଳିବ। ଏବଂ ଆଂଶିକ ବିକଳାଙ୍ଗ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ସୁବିଧା ମିଳିବ। ଏହାଦ୍ୱାରା ସରକାର ଦାଦନ ଶ୍ରମିକ ମାନଙ୍କୁ ସହଯୋଗ କରିବା ସହିତ ସେମାନଙ୍କୁ ସୁବିଧା ସୁଯୋଗ ଦେଇ ପାରିବେ। ଏହି କାର୍ଡ ଧାରୀ ମାନେ ସମସ୍ତ ପ୍ରକାରର ଜରୁରୀ କାଳୀନ ପରିସ୍ଥିତି, ଯେମିତି କି ଜାତୀୟ ମହାମାରୀ ଭଳି ସ୍ଥିତି ରେ ସୁବିଧା ପାଇ ପାରିବେ। ଏମାନଙ୍କୁ ନିଯୁକ୍ତି ସୁଯୋଗ ମଧ୍ୟ ସରକାର ଦେଇ ପାରନ୍ତି ବୋଲି କୁହା ଯାଉଛି।ଯେଉଁମାନେ କୌଣସି ସଂଘ ଦ୍ଵାରା ଚାଳିତ ନୁହେଁ କିମ୍ୱା ଜଡ଼ିତ ନୁହେଁ ସେମାନେ ଏହି ଇ ଶ୍ରମ କାର୍ଡ ଦ୍ଵାରା ଲାଭ ପାଇ ପାରିବେ।

ଏହିଭଳି ଅନେକ ଜରୁରୀ କାଳୀନ ସୁବିଧା ସୁଯୋଗ ସରକାର ଙ୍କ ତରଫରୁ ଶ୍ରମିକ ମାନଙ୍କୁ ଯୋଗାଇ ଦେବାର ଯୋଜନା ରହିଛି।ଏହି କାର୍ଡ ଦ୍ବାରା ଗରିବ ଶ୍ରମିକ ମାନେ ଏହିଭଳି ଅନେକ ସୁବିଧା ପାଇବା ସହିତ ସେମାନଙ୍କ ପାଇଁ ଏହା ଅନ୍ଯ କେତେକ କ୍ଷେତ୍ରରେ ମଧ୍ୟ ଉପଯୋଗୀ ହେବ ଏବଂ ସେମାନେ ଏହାଦ୍ୱାରା ଉପକୃତ ହେବେ। କିପରି ଭାବରେ ସେମାନେ ସହାୟତା ପାଇ ପାରିବେ ଏବଂ ନିଜର ଦୈନନ୍ଦିନ ଜୀବନକୁ ପରିଚାଳିତ କରିବେ ସେଥିପ୍ରତି ସରକାର୍ ଧ୍ୟାନ ଦେବାକୁ ଚାହୁଁଛନ୍ତି ଏହି ଇ ଶ୍ରମ କାର୍ଡ ମାଧ୍ୟମରେ।
ତେଣୁ ଆପଣ ଏସବୁ ସୁବିଧା ପାଇବାକୁ ଚାହୁଁଥିଲେ ଏହି କାର୍ଡ କୁ ବହୁତ୍ ଜଲଦି କରି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।