Odisha News Portal

ଜାଣନ୍ତୁ ଗୋରଖନାଥ ମହାଦେବ ଙ୍କ ଅଲୌକିକ ମହିମା। ଏପରି ମହିମା ଶୁଣିଲେ ଆପଣଙ୍କ ହୃଦୟ ଭକ୍ତି ରେ ଭରି ଉଠିବ।

ଆମର ହିନ୍ଦୁ ଧଧର୍ମରେ ଅନେକ ଦେବତା ରହିଛନ୍ତି ଏବଂ ଯାହାଙ୍କର ମହିମା ଏବଂ କୃପା ସର୍ବଦା ଲୋକମାନଙ୍କ ଉପରେ ରହିଥାଏ । ତେବେ ସମସ୍ତ ଭଗବାନ ଶିବ ହେଉଛନ୍ତି ଟିକେ ଭିନ୍ନ ଯାହାଙ୍କୁ ଭୋଳାନାଥ ନାମରେ ମଧ୍ୟ ଜଣାଯାଇଥାଏ କାରଣ ସେ ଏତେ ଭୋଳା କି ଭକ୍ତରେ ଡାକରେ ତାଙ୍କୁ ଶୀଘ୍ର ତାର ବର ପ୍ରଦାନ କରିଥାନ୍ତି । ମହାଦେବ ଙ୍କ ଅନେକ କୃପା ଏବଂ ମହିମା ରହିଛି । ତାଙ୍କ ଉପରେ ଯେଉଁମାନେ ଭରଷା ଏବଂ ଭକ୍ତି କରନ୍ତି ସେମାନଙ୍କ ର କୌଣସି ବିପଦ କିମ୍ବା ଆପଦ ଆସେ ନାହିଁ ।

ତେବେ ଭୋଳାନାଥଙ୍କର ଅନେକ ରୂପ ରହିଛି ଅନେକ ନାମରେ ତାଙ୍କୁ ଜଣାଯାଇଥାଏ ଏବଂ ସେ ବିଭିନ୍ନ ସ୍ଥାନରେ ବିନ୍ନ ଭିନ୍ନ ରୂପରେ ବାସ କରନ୍ତି , ତେବେ ଆଜି ଆମେ ଆପଣ ମାନଙ୍କୁ ଭୋଳାନାଥଙ୍କର ସେହିପରି ଏର ରୂପ ବା ମନ୍ଦିର ବିଷୟରେ କହିବୁ ଯାହାକୁ ହୁଏତ ଆପଣ ମାନେ ଜାଣିଥିବେ ।

ମାତ୍ର ସେହି ମନ୍ଦିର ବିଷୟରେ ଜାଣିଲେ ମଧ୍ୟ ତାହାର ମହିମା ସଂପର୍କରେ ହୁଏତ କମ ମାତ୍ରାରେ ଅବଗତ ଥିବେ । ଆମେ ଆପଣ ମାନଙ୍କୁ ଯେଉଁ ମନ୍ଦିର କଥା କହୁଛୁ ତାହା ଓଡିଶାରେ ଅବସ୍ଥିତ ଅଟେ , ମହାଦେବଙ୍କର ଗୋରଖନାଥ ମନ୍ଦିର । ଏହି ଗୋରଖନାଥ ମହାଦେବ ଙ୍କ ମନ୍ଦିର ରେ ଅନେକ ଅଲୌକିକ ଘଟଣା ଦେଖିବାକୁ ମିଳେ ।

ଏହି ମନ୍ଦିର ସୀମାରେ ଲାଗି ରହିଛି ଏକ ବଟ ବୃକ୍ଷ। ଏହି ବୃକ୍ଷ ରେ ଅନେକ ଲୋକ ଆସି ନିଜର ମାନସିକ ରଖନ୍ତି। ଆଉ ସବୁ ମାନସିକ ମଧ୍ୟ ସଫଳ ହେଉଥିବାର ଅନେକ ଭକ୍ତ ମଧ୍ୟ ନିଜର ଭକ୍ତି ପ୍ରକାଶ କରନ୍ତି ।

ଏହି ମନ୍ଦିରର ଆରମ୍ଭ ତ୍ରେତୟା ଯୁଗରେ ହୋଇଥିଲା ଯେତେବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଶ୍ରୀରାମଚନ୍ଦ୍ର ନିଜେ ସୀତାଙ୍କ ର ଅନ୍ୱେଷଣ ରେ ବାହାରିଥିଲେଏହି ସମୟରେ ସୀତାଙ୍କୁ ପାଇବା ପାଇଁ ଶ୍ରୀରାମଚନ୍ଦ୍ର ନିଜେ ଗୋରଖନାଥ ମହାଦେବ ଙ୍କ ସ୍ମରଣ କରି ପୂଜା କରିଥିଲେ। ଆଉ ଗୋରଖନାଥ ନିଜେ ଆବିର୍ଭାବ ହୋଇ ଏହି ପୂଜା ରେ ମହାଦେବ ଶ୍ରୀରାମଚନ୍ଦ୍ର ଙ୍କୁ ଆଶୀର୍ବାଦ ଦେଇଥିଲେ ।

ଏହି ମନ୍ଦିରରେ ଅଲୌକିକ ଘଟଣା ଘଟିଥାଏ ଯଦି କୌଣସି ବ୍ୟକ୍ତିକୁ ବିଷଧର ସାପ ଦଂଶନ କରିଥାଏ ତେବେ ଏଠାରେ ଏହି ଲୋକ ମାନେ ଆସି ବିଭୁତି ଏବଂ ବେଲ ପତ୍ର ଜଳ ପାନ କରି ଭଲ ହେଉଥିବାର ଅନେକ ସାକ୍ଷାତ ଦ୍ରଷ୍ଟା କହନ୍ତି ।

ଏହା ସହିତ ଅନେକ ବନ୍ଧ୍ୟାକରଣ ହୋଇଥିବା ମହିଳାମାନେ ଆସି ଏଠାରେ ସନ୍ତାନ ପ୍ରାପ୍ତି କରିବାର ମଧ୍ୟ ସୌଭାଗ୍ୟ ଅର୍ଜନ କରିଛନ୍ତି । ମହାଦେବ ଙ୍କ ବିଭୁତି ଅନେକ ରୋଗ ଏବଂ ବଂଶଗତ ରୋଗରୁ ଉଦ୍ଧାର କରୁଥିବାର ଅନେକ ଭକ୍ତ ନିଜର ସମବେଦନା ଜଣାନ୍ତି । ତେଣୁ ଯଦି ଆପଣ ମାନେ କେଉଁ ସମୟରେ କେଉଁ ମନ୍ଦିରରକୁ ଯଛିବା କଥା ଭାବୁଛନ୍ତି ତେବେ ନିଶ୍ଚିତ ରୂପରେ ଥରେ ଗୋରଖନାଥ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।