ଜଳେଶ୍ବର ଅଞ୍ଚଳରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଜଙ୍ଗଲ ଭିତରକୁ ଜୋର ଜବରଦସ୍ତ ଟାଣି ନେଇ ଜଣେ କଲେଜ ଛାତ୍ରୀଙ୍କ ସହିତ ହୋଇଛି ଅସଦାଚରଣ । ଏହାପରେ ଝିଅଟିର ଆପତ୍ତି ଜନକ ଅବସ୍ଥାରେ ଭିଡିଓ ସୁଟ୍ କରାଯାଇ ଟଙ୍କା ଦାବି କରିବା ସହିତ ଭିଡିଓ ଭାଇରାଲ କରିଛନ୍ତି ଦୁ୍ର୍ବୃତ । ଏନେଇ ତାଳସାରୀ ମେରାଇନ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଖବର ।ତେବେ ପର୍ଯ୍ୟଟନ ସ୍ଥଳି ତାଳସାରୀରେ ଲଜ୍ଜା ଡେଇଂଲା ସୀମା ସରାହତ ।
ଜଣେ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ ମାରିବା ସହିତ ଅଶ୍ଳୀଳ ଭିଡିଓ ସୁଟ୍ କରି ବ୍ଲାକମେଲିଙ୍ଗର ଅଭିଯୋଗ । ଆଉ ପଇସା ନ ଦେବାରୁ ଭିଡିଓ ଭାଇରାଲ । ଏମିତି କିଛି ଖବରକୁ ନେଇ ଏବେ ବାଲେଶ୍ବର ମଥାରେ କଳଙ୍କର ଟିକା ।
ଖବର ଅନୁଯାୟୀ , ଗତ ଅଗଷ୍ଟ ମାସ 1 ତାରିଖ ଦିନ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ତଳସାରି ସମୁଦ୍ର କୂଳକୁ ବୁଲିବା ପାଇଁ ଯାଇଥିଲେ । ହେଲେ ଏହି ସମୟରେ ତିନି ଜଣ ଦୁର୍ବୃତ ଉଭୟଙ୍କୁ ବାଉଁଶ ବାଡିରେ ପିଟିବା ସହିତ ଯୁବତୀଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏପରିକି ଯୁବତୀଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରି, ପାଖରେ ଥିବା ସମସ୍ତ ଟଙ୍କା ନେଇ ଯାଇଥିଲେ । ତେବେ କେବଳ ଏତିକିରେ ଶେଷ ହୋଇ ଯାଇନଥିଲା ଏମାନଙ୍କର ଅତ୍ୟାଚାର ।
20 ହଜାର ଟଙ୍କା ବଦଳରେ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲେ । ତେବେ ଯୁବକ ଜଣକ ନିଜର ଜଣେ ବନ୍ଧୁଙ୍କୁ ଡାକି ଏଠାରେ 2 ହଜାର ଟଙ୍କା ଦେଇଥିଲେ ଏବଂ 6 ତାରିଖରେ ବାକି ଟଙ୍କା ଦେବାକୁ ମୁଲଚାଲ କରିଥିଲେ । ହେଲେ ଆସିଲା ବେଳେ ପୋଲିସକୁ ଜଣାଇଲେ କିମ୍ବା ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲେ । ହେଲେ ନିର୍ଦ୍ଧାରିତ 6 ତାରିଖରେ ସେମାନେ ପଇସା ଦେଇ ପାରିନଥିଲେ । ତେଣୁ ଦୁର୍ବୃତ ମାନେ ଭିଡିଓକୁ ଭାଇରାଲ କରି ଦେଇଥିଲେ ।ଏନେଇ ଯୁବତୀଙ୍କ ପୁରୁଷ ବନ୍ଧୁ ତାଳସାରୀର ମେରାଇନ ଥାନାରେ ଅଭିଯୋେଗ କରିଥିଲେ ।
ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଅଭିଯୋଗ ପରେ ମଧ୍ୟ ପୋଲିସର କାର୍ଯ୍ୟନୁଷ୍ଠାନ ଜାରି କରିନଥିଲା । ଏନେଇ ନକ୍ଷତ୍ର ନ୍ୟୁଜ ତରଫରୁ ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସମସ୍ତେ ବିଭିନ୍ନ ଆଳ ଦେଖାଇ ଘଟଣାରୁ ନିଜକୁ ଦୂରେଇ ରଖିଥିଲେ ।
ଏପରିକି ସେହି ଭିଡିଓରେ ଜଣେ ଅଭିଯୁକ୍ତଙ୍କ ମୁହଁ ଦେଖାଯାଉଥିବା ବେଳେ ଅଭିଯୋଗକାରୀ ଯୁବକ ମଧ୍ୟ ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ଏବଂ ତାଙ୍କ ନାଁ ଅଶୋକ ବୋଲି ଏତେଲାରେ ଉଲ୍ଲେଖ କରିଥିଲେ । ତଥାପି ଖୋଲମଖୋଲା ବୁଲୁଛନ୍ତି ଅଭିଯୁକ୍ତମାନେ ।
ଯେଉଁଠି ଏଭଳି ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତ୍ବ ଦେଇ ତଦନ୍ତ କରିବା କଥା ସେଠାରେ ପୋଲିସ ନିଜକୁ ଦୂରେଇ ରଖୁଛି । ଯାହାକୁ ନେଇ ସ୍ଥାନୀୟ ପୋଲିସ ମଧ୍ୟ ସନ୍ଦେହର ବଳୟ ଭିତରେ । ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି୍ ଏହି ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟ ତଥା ରାଜ୍ୟ ବାହାରୁ ନିତି ଦିନ ଅନେକ ପର୍ଯ୍ୟଟକ ଆସୁଛନ୍ତି ।ତେଣୁ ସେମାନେ କେତେ ସୁରକ୍ଷିତ ଆପଣ ହିଁ ବିଚାର କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।