Odisha News Portal

ସୀମା ଲଙ୍ଘିଲା ଓଡିଶା ପୋଲିସ : ବୃଦ୍ଧା ଚା’ ଦୋକାନୀଙ୍କ ଦେହରେ ତତଲା ଚା’ ଫିଙ୍ଗିଲେ ମଦ୍ୟପ ପୁଲିସ କର୍ମଚାରୀ, କିଭଳି ଦଣ୍ଡ ଦେବା ଦରକାର ଏହି ପୁଲିସ ବାବୁ ଙ୍କୁ କମେଣ୍ଟ କରନ୍ତୁ….

0 161

ଆଜିର ସମାଜରେ ଅନେକ ପ୍ରକାର ଘଟଣାଘଟୁଛି , ଯାହାକୁ ସାଧାରଣ ମନୁଷ୍ୟ ମାନଙ୍କ ପାଇଁ ଅସହ୍ୟ ହୋଇଯାଉଛି । ଅନେକ ପ୍ରକାର ଦୁଷ୍କର୍ମ , ନାରୀ ନିର୍ଯ୍ୟତନା ଏପରି ଆହୁରି ଅନେକ କିଛି ଘଟୁଛି । ତେବେ ସମସ୍ତ ସମସ୍ୟାର ସମ୍ମୁଖୀନ ହେଲେ ଆମ ଉପରେ କୌଣସି ଅତ୍ୟଚାର ହେଲେ ଆମେ ପୋଲିସ ପାଖକୁ ଧାଇଁଥାଉ । କାରଣ ସେ ଆମକୁ ଆମ ସମସ୍ୟାର ସମାଧାନ କରନ୍ତି ଏବଂ ଆମକୁ ନ୍ୟାୟ ପ୍ରଦାନ କରନ୍ତି । ମାତ୍ର ଯଦି ସେହି ପୋଲିସ ଆମ ପ୍ରତି ଅନ୍ୟ କରେ ତେବେ ଆମେ କାହାପାଖକୁ ଆମର ଆବେଦନ କହିବା ପାଇଁ ଯିବୁ , କାହାକୁ ନ୍ୟାୟ ମାଗିବା ପାଇଁ ଯିବା ।

ପୋଲିସ ମାନଙ୍କୁ ନ୍ୟାୟର ଦେବତା କୁହାଯାଏ ସେମାନେ ଅନେକ କଷ୍ଟ ସହ୍ୟ କରି ଆମ ମାନଙ୍କୁ ପ୍ରତ୍ୟେକ ବିଷମ ମୂହୂର୍ତ୍ତରେ ମଧ୍ୟ ଆମ ମାନଙ୍କ ସୁରକ୍ଷା କରିଥାନ୍ତି । ସେମାନଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ସେମାନେ ଜନତାଙ୍କୁ ବା ଦେଶକୁ ସର୍ବଦା ସୁରକ୍ଷା ଦେବା ପାଇଁ ଚେଷ୍ଟିତ ହୋଇଥାନ୍ତି ।

କାରଣ ଏହା ହେଉଛି ସେମାନଙ୍କର କର୍ତ୍ତବ୍ୟ , ମାତ୍ର ଯଦି ସେମାନ ନିଜର କର୍ତ୍ତବ୍ୟକୁ ଭୁଲିଯିବେ ସାମାନ୍ୟ କଥା ପାଇଁ ଜନତଙ୍କ ପ୍ରତି ଅତ୍ୟାଚାର କରିବେ ତେବେ ଏହି ସାଧାରଣ ଜନତା କରିବେ କଣ । କାରଣ ଏବେ ଏପରି ଏକ ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଛି , ଯେଉଁଥିରେ ଏହି ପୋଲିସ ବାବୁଙ୍କର ନ୍ୟାୟ , କର୍ତ୍ତବ୍ୟ ଦେଖିବାକୁ ମିଳିଛି । ସାମାନ୍ୟ କଥା ପାଇଁ ସେ ଜନତାଙ୍କୁ ଏପରି ନ୍ୟାୟ ପ୍ରଦାନ କରୁଛନ୍ତି । ତେବେ କଣ ରହିଛି ସଂପୂର୍ଣ୍ଣ ଘଟଣାଟି ଆସନ୍ତୁ ଜାଣିବା ।

ସମସ୍ତ ସୀମା ଲଘିଂଲା ବର୍ବରତା , ରୋବାବ ଦେଖାଇଲା ଖାକି ବର୍ଦୀ । ଚା ଦେବାରେ ବିଳମ୍ବ ହେବାରୁ ବୃଦ୍ଧାଙ୍କ ଉପରେ ଗରମ ଚା ଫିଙ୍ଗିଲେ ପୋଲିସ କର୍ମଚାରୀ । ଆଉ ତାହା ପରେ କଲବଲ ହୋଇ ଡାକ୍ତରଖାନାଙ୍କୁ ଚାଲିଲେ ଏହି 70 ବର୍ଷୀୟ ମହିଳା । କୋରାପୁଟ ଜିଲ୍ଲା ଦାମନଗଡର ଶାନ୍ତ ପରିବେଶରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଦାମନଯୋଡି ଥାନାର ହାବିଲଦାର ସାମନ ହୋତା ଚା ପୋପାଡିଥିବା କାନ୍ଦି କାନ୍ଦି କହିଛନ୍ତି ବୃଦ୍ଧା ଜଣକ ।

ସେହି ବୃଦ୍ଧା ଜଣକ କାନ୍ଦି କଗାନ୍ଦି କହିଥିଲେ କି ସେ ଚା କରିକି 2 -3 ଜଣଙ୍କୁ ଚା ଦେଉଥିଲେ ସେହି ସମୟରେ ପୋଲିସ ଆସିକରି ତାଙ୍କର ଚା ତାଙ୍କ ଉପରେ ପକେଇଦେଲେ । ହୋତା ବାବୁ କୁଆଡୋ ବୃଦ୍ଧାଙ୍କ ଦୋକାନଙ୍କୁ ଚା ପିଇବାକୁ ଯାଇଥିଲେ ।

 ମାତ୍ର ବୃଦ୍ଧି ଜଣକ ଚା ତିଆରି କରି ଆଣିବାରେ ସାମାନ୍ୟ ଟିକେ ବିଳମ୍ବ କରିଦେବାରୁ ହଠାତ ରାଗି ଯାଇଥିଲେ ପୋଲିସ କର୍ମଚାରୀ । ତାହା ପରେ ସେହି ପୋଲିସ କର୍ମଚାରୀ ସଙ୍ଗେ ସଂଙ୍ଗେ ସେହି ଗରମ ଚାକୁ ବୃଦ୍ଧାଙ୍କ ଉପରେ ଢାଳି ଦେଇଥିବାର ଅଭିଯୋଗ ହୋଇଛି । ଗରମ ଚା ପଡି ବୃଦ୍ଧାଙ୍କ ପିଠିରେ ଫୋଟକା ହେବା ସହିତ ଛାଲ ଉତୁରି ଯାଇଥିବା ଦେଖିବାକୁ ମିଳିଛି ।

ତେବେ ସେହିପରି ଗୁରୁତର ଅବସ୍ଥାରେ ବୃଦ୍ଧା ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଣେ ମା ପ୍ରତି ହାବିଲଦାରର ଏପରି ଏକ ନିଷ୍ଟୁର କାମକୁ ସହ୍ୟ କରି ପାରୁନି ଆଜିର ଏ ସଭ୍ୟ ସମାଜ ।