ବର୍ତ୍ତମାନ ସମୟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଭିଡିଓରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖିଲେ ହୁଏତ ଆପଣ ଖୁବ୍ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। କାରଣ ଭିଡିଓରେ କିଛି ସେହିଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଜଳ ଜାହାଜର ତଳେ ଥିବା ‘ରଡର’ ଉପରେ ବସି ୩ ଜଣ ବ୍ୟକ୍ତି ୧୧ ଦିନ ଧରି ୩୨୦୦ କିଲୋମିଟିର୍ ଯାତ୍ରା କରି ଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। କଥା ଟି ସହଜରେ କେତେକ ବିଶ୍ଵାସ କରି ପାରୁ ନାହାଁନ୍ତି କିନ୍ତୁ କଥାଟି ସତ। ସୋସିଆଲ ମିଡିଆରେ ଖବରଟି ପ୍ରସାର ହେବା ପରେ ଏହା ଏକ ଚର୍ଚ୍ଚିତ ଖବର ପାଲଟି ଯାଇଛି।
ଜଳ ଜାହାଜର ତଳେ ଥିବା ‘ରଡର’ ଉପରେ ବସି ୩ ଜଣ ବ୍ୟକ୍ତି ୧୧ ଦିନରେ ୩୨୦୦ କିଲୋମିଟିର୍ ଯାତ୍ରା କରିଛନ୍ତି।ଜାହାଜର ଯେଉଁ ସ୍ଥାନରେ ଏହି ୩ ଜଣ ସାଥୀ ବସିଥିଲେ ସମୁଦ୍ର ଲହରି ପାଖା ପାଖି ସେ ପର୍ଯ୍ୟନ୍ତ ଚାଲି ଆସୁଥିଲା।ଦୀର୍ଘ ୧୧ ଦିନ ଧରି ଏପରି ବିପଦ ପୂର୍ଣ୍ଣ ଅବସ୍ଥାରେ ଏହି ତିନି ଜଣ ଯାତ୍ରୀ ୩୨୦୦ କିଲୋମିଟିର୍ ଯାତ୍ରା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ତେବେ ମିଳିଥିବା ସୂଚନା ମୁତାବକ ଏହି ୩ ଜଣ ଯାତ୍ରୀ ନାଇଜେରିଆରୁ କନାରି ଆଇଲାଣ୍ଡ୍କୁ ଯାତ୍ରା କରିଛନ୍ତି। ବିନା ଅନୁମତିରେ ଏହି ତିନି ଯାତ୍ରୀ ଲୁଚି ଛପି ଯାତ୍ରା କରିଥିବାର ସୂଚନା ମିଳିଛି। ଦୀର୍ଘ ୧୧ ଦିନ ଧରି ଖାଦ୍ୟ ପାନୀୟ ଅଭାବରୁ ଏହି ତିନି ଯାତ୍ରୀ ଡିହାଇାଡ୍ରସନ ରୋଗର ଶୀକାର ହୋଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ତେବେ ବିନା ଅନୁମତିରେ ଏମାନେ ଜାହାଜରେ ଏପରି ବିପଦପୂର୍ଣ୍ଣ ସ୍ଥାନରେ ଯାତ୍ରା କରିବା ନେଇ ସେମାନଙ୍କୁ ସ୍ପେନିସ୍ ତଟରକ୍ଷୀବାହିନୀ ଗିରଫ କରିଛି।
ଗତ ସୋମବାର ସ୍ପେନିସ୍ କୋଷ୍ଟ୍ ଗାର୍ଡ ଏହି ଫଟୋଟିକୁ ସେୟାର କରିଥିଲେ। ଫୋଟରେ ଦେଖିବାକୁ ମିଳିଛି ତିନି ଜଣ ଯାତ୍ରୀ ଏକ ତୈଳ ଟ୍ୟାଙ୍କ୍ର ଜାହାଜ ଆଲିଥିନି-୨ ର ‘ରଡର’ ଉପରେ ବସି ଯାତ୍ରା କରିଛନ୍ତି ଜାହାଜର ଏହି ଅଂଶଟି ପୁରା ତଳେ ପାଣିକୁ ସ୍ପର୍ଶ କରିଥାଏ।ସମୁଦ୍ରର ଲହରି ମାତ୍ର ଅଳ୍ପ କିଛି ଫୁଟ୍ ଦୂରରେ ପିଟି ହେଉଥିବା ଦେଖିବାକୁ ମିଳିଛି।ଯେଉଁ ଜାହାଜରେ ଏହି ୩ ଜଣ ଯାତ୍ରୀ ଯାତ୍ରା କରିଥିଲେ ସେହି ଜାହାଜଟି ନାଇଜେରିଆର ଲଗାସ ସହରରୁ ନଭେମ୍ବର ୧୭ ତାରିଖରେ ବାହାରିଥିଲା। ୧୧ ଦିନ ଧରି ନିରବଚ୍ଛିନ୍ନ ଭାବେ ଜାହାଜଟି ୩୨୦୦ କିଲୋମିଟର ଯାତ୍ରା କରି ସ୍ପେନ୍ ସୀମାରେ ପହଞ୍ଚିଥିଲା। ତେବେ ଏପରି ଭାବରେ ଏହି ତିନିଜଣ ଯାତ୍ରୀଙ୍କ ଯାତ୍ରା ଦେଖି ବର୍ତ୍ତମାନ ସମୟରେ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।