ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।
ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟ ରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ୨୦ ଟି ବିଜ୍ଞାନ ସମ୍ୱନ୍ଧୀୟ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣି ନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ୨୦ଟି ଚତୁର ପ୍ରଶ୍ନ;
(୧) କିଏ ହଇଜା ରୋଗର ବାହକ ?
ଉତ୍ତର: ମାଛି।
(୨) କାହା ଦ୍ୱାରା ମ୍ୟାଲେରିଆ ରୋଗ ବ୍ୟାପି ଥାଏ?
ଉତ୍ତର: ମଶା।
(୩) ବାତ ଜର ର ବାହକ କିଏ ?
ଉତ୍ତର: ମଶା
(୪) ବାୟୁ ପ୍ରଦୂଷଣ ରୁ କେଉଁ ରୋଗ ହୋଇଥାଏ ?
ଉତ୍ତର: ଶ୍ୱାସ ରୋଗ।
(୫) ଉଦ୍ଭିଦର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ ?
ଉତ୍ତର: ମୂଳ।
(୬) ଉଦ୍ଭିଦର କେଉଁ ଅଂଶକୁ ରୋଷେଇ ଘର ବୋଲି କୁହାଯାଏ?
ଉତ୍ତର: ପତ୍ର।
(୭) କେଉଁ ଗଛରୁ ଝୁଣା ମିଳିଥାଏ ?
ଉତ୍ତର: ଶାଳ।
(୮) ମୁକ୍ତା କେଉଁଥିରୁ ମିଳିଥାଏ ?
ଉତ୍ତର: ଶାମୁକା।
(୯) ପଦାର୍ଥ ର କେତୋଟି ଅଂଶ ରହିଥାଏ ?
ଉତ୍ତର: ତିନୋଟି ଅବସ୍ଥା।
(୧୦) ଲୁହାର କେଉଁ ଗୁଣ ଯୋଗୁଁ ସେଥିରୁ ମେସିନ ତିଆରି ହୋଇଥାଏ?
ଉତ୍ତର: ନମନୀୟ।
(୧୧) ଧ୍ରୁବ ତାରା ଚାରିପଟେ କିଏ ଘୁରିବୁଲେ ?
ଉତ୍ତର: ସପ୍ତସୀ ମଣ୍ଡଳ।
(୧୨) କୀଟ ପତଙ୍ଗ ମାନଙ୍କର କେତୋଟି ଗୋଡ ଥାଏ ?
ଉତ୍ତର: ୬ ଟି।
(୧୩) ପିମ୍ପୁଡି କାମୁଡି ଦେବା ଦ୍ୱାରା କେଉଁ ଏସିଡ ଯୋଗୁଁ ଫୁଲି ଯାଏ ?
ଉତ୍ତର: ଫରମିକ ଏସିଡ।
(୧୪) ତାରା ମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ ?
ଉତ୍ତର: ଉଦଜାନ ଗ୍ୟାସ।
(୧୫) କେଉଁ ପ୍ରାଣୀ ଅଣ୍ଡିରା ହେଲେ ମଧ୍ୟ ଛୁଆ ଜନ୍ମ କରିପାରେ ?
ଉତ୍ତର: ସମୁଦ୍ରି ଘୋଡା।
(୧୬) କେଉଁ ପକ୍ଷୀ ପଥରକୁ ଖାଇଥାଏ ?
ଉତ୍ତର: ଓଟ ପକ୍ଷୀ।
(୧୭) ବିଶ୍ୱର ସବୁଠୁ ଲମ୍ବା ଘାସର ନାମ କଣ ?
ଉତ୍ତର: ବାଉଁଶ।
(୧୮) କେଉଁ ଫୁଲର ଓଜନ ହାରାହାରି ୧୦ କିଲ ଓଜନ ହୋଇଥାଏ ?
ଉତ୍ତର: ରାଫ୍ଲେସିଆ।
(୧୯) କେଉଁ ପ୍ରାଣୀର ଧ୍ୱନି ବା ଶବ୍ଦ ନଥାଏ ?
ଉତ୍ତର: ଜିରଫ।
(୨୦) କେଉଁ ଜୀବ ର ରକ୍ତର ରଙ୍ଗ ନୀଳ ଅଟେ ?
ଉତ୍ତର: ଅକଟପସ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।