ବନ୍ଧୁଗଣ ବର୍ତମାନ ଆପଣ ଜାଣିଥିବେ ନିଶ୍ଚିତ ଅନେକ ବ୍ୟକ୍ତିଙ୍କ ପାଖରେ ଚର୍ମ ଜନିତ ରୋଗ ଅଧିକ ମାତ୍ରାରେ ଦେଖା ଦେଉଛି, ଏହି ସମସ୍ୟା ପ୍ରାୟ ଶୀତ ଦିନରେ ଅଧିକ ଦେଖା ଦେଉଛି |ସ୍କିନ ଉପରେ ଯାଦୁ କାଛୁ ପରି ଅନେକ ବାହାରି କୁଣ୍ଡେଇବା ସହିତ ବହୁତ କଷ୍ଟ ମଧ୍ୟ ଦେଇଥାଏ, ଏହି ସ୍କିନ ଜନିତ ସମସ୍ୟା ଥିଲେ ବ୍ୟକ୍ତି ବିରକ୍ତ ହୋଇଯାଏ |ଯେତେ ଔଷଧ ଖାଇଲେ ମଧ୍ୟ ତାହା ସମ୍ପୂର୍ଣ ଭଲ ହୋଇନଥାଏ, ମୁଁ ଆଜି ଆପଣକୁ ଏହି ସ୍କିନ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଏକ ଘରୋଇ ଉପଚାର କହିବି |ଯାହାକୁ ଆପଣ କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚର୍ମ ରୋଗ ମୂଳରୁ ସମ୍ପୂର୍ଣ ଭଲ ହୋଇଯାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-କଞ୍ଚା କଦଳୀ,ଦହି ଓ ହଳଦୀ
ପ୍ରସ୍ତୁତି :-ଆଜି ହୋମ ରିମିଡି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ କଞ୍ଚା କଦଳୀ ନିଅନ୍ତୁ, ଏହି କଦଳୀକୁ ଭଲରେ ଚୋପା ଛଡେଇ ଧୋଇ ଦିଅନ୍ତୁ |ପରେ ଏହାର ଛୋଟ ଛୋଟ ପିସ କରି ତାହାକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ, ଏହି କଦଳୀକୁ ପେଷ୍ଟ ପ୍ରସ୍ତୁତ କରିବା ସମୟରେ ଆପଣ କେବେ ପାଣିର ବ୍ୟବହାର କରନ୍ତୁ ନାହିଁ |କଦଳୀକୁ ଭଲସେ ଗ୍ରାଇଣ୍ଡିଙ୍ଗ କରି ଏକ ପାତ୍ରରେ ବାହାର କରି ରଖନ୍ତୁ, ଏହି କଦଳୀ ପେଷ୍ଟରେ ଆପଣ ଦୁଇ ଚାମୋଚ ଦହି ଓ ଏକ ଚାମୋଚ ହଳଦୀ ମିଶାନ୍ତୁ |ହଳଦୀ ଆମ ସ୍କିନ ପାଇଁ ବହୁତ ଦରକାରୀ ହୋଇଥାଏ, ଏଥିରେ ଆଣ୍ଟି ଫ୍ଲୋଗାଲ ଗୁଣ ରହିଛି ତେଣୁ ଆପଣ ହଳଦୀକୁ କେବେ ସ୍କିପ କରନ୍ତୁ ନାହିଁ |ଏହି ତିନୋଟି ସାମଗ୍ରୀକୁ ଆପଣ ଭଲରେ ମିକ୍ସ କରି ନିଅନ୍ତୁ |
ବ୍ୟବହାର :-ଆପଣଙ୍କ ଶରୀରରେ ଯେଉଁ ଯାଗାରେ ସ୍କିନ ଇନଫେକ୍ସନ ପରି ସମସ୍ୟା ଦେଖା ଦେଉଛି ସେହି ସ୍ଥାନକୁ ଆପଣ ଭଲରେ ଉଷମ ପାଣି କରି ଧୋଇ ଦିଅନ୍ତୁ |ପରେ ଆପଣ ଏହି ଇନଫେକ୍ସନ ସ୍ଥାନରେ ଫଳେ ଲେମ୍ବୁ ଆଣି ସେ ସ୍ଥାନରେ ଭଲରେ ଘଷି ଦିଅନ୍ତୁ, ପରେ ପ୍ରସ୍ତୁତ କରି ରଖିଥିବେ ପେଷ୍ଟକୁ ଆପଣ ଇନଫେକ୍ସନ ଯାଗାରେ ଭଲ ଭାବରେ ଲଗାନ୍ତୁ |ଏହି ପରି ଆପଣ ଯେ କୌଣସି ସମୟରେ କରି ପାରିବେ ମାତ୍ର ଏହି ଉପାୟ ଯଦି ଆପଣ ରାତ୍ରି ସମୟରେ କରନ୍ତି ତେବେ ଏହା ଆହୁରି ଅଧିକ ଭଲ ହୋଇଥାଏ |
ରାତିରେ ଏହି ପେଷ୍ଟକୁ ଲଗାଇ ସକାଳ ଏହି ସ୍ଥାନକୁ ଭଲ ଭାବରେ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ, ଏହି ପରି ଆପଣ କିଛି ଦିନ କଲେ ଆପଣଙ୍କ ସ୍କିନ ଜନିତ ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |ଯେତେ ପୁରୁଣା ଚର୍ମ ରୋଗ ହେଲେ ମଧ୍ୟ ତାହା ପାଇଁ ଏହି ଘରୋଇ ଉପଚାର ରାମ ବାଣ ପରି କାମ କରିଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।