Odisha News Portal

ଯାଦୁ, କାଛୁ, କୁଣ୍ଡିଆ ( Fungal Infection ) ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ

ହଁ ବନ୍ଧୁଗଣ ଆମେ ମାନେ ଜାଣୁଛୁ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ମାନେ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣାଇ ଥାଉ | ଆଉ ସେହି ଉପାୟ ଗୁଡିକ ମଧ୍ୟରୁ କିଛି ଆମର ଘରେଇ ଉପଚାର ଗୁଡିକ ମଧ୍ୟ ରହିଛି ଯାହାକୁ ଆମେ ଅତି ସହଜରେ ଘରେ ପ୍ରସ୍ତୁତ କରି ପାରିବା | ଆଉ ଅତି ସହଜରେ ମୁକ୍ତି ପାଇପାରିବା | ତେବେ ଆଜି ମୁଁ ଯେଉଁ ରୋଗ ବିଷୟରେ ଆଲୋଚନା କରିବାକୁ ଯାଉଛି ତାହା ହେଉଛି ଯାଦୁ, କାଛୁ ଆଉ କୁଣ୍ଡିଆଣ ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଅତି ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଯାଦୁ, କାଛୁ ଆଉ କୁଣ୍ଡିଆଣ ରୁ ମୁକ୍ତି ପାଇବାର କେତେକ ଘରେଇ ଉପଚାର ବିଷୟରେ ଜାଣିବା |

ତେବେ ଯାଦୁ, କାଛୁ ଓ କୁଣ୍ଡିଆ କୁଣ୍ଡିଆ ଗୋଟିଏ ଏମିତି ରୋଗ ଆମ ଶରୀରର ଯାହା ଆମ ଶରୀରରେ ଚର୍ମ ରେ ଦେଖା ଯାଇଥାଏ |ଆଉ ଯାହା ଯୋଗୁଁ ଦେହ ରେ ବାହାରି ଥିବା ସ୍ଥାନରେ ଜୋର ରେ କୁଣ୍ଡେଇବାକୁ ଲାଗିଥାଏ | ଆଉ ଏତେ ଜୋର ରେ କୁଣ୍ଡେଇ ଥାଏ କି ଯାହାକୁ ସମ୍ଭାଳିବା ମଧ୍ୟ ଅସମ୍ଭାଳ ହୋଇଯାଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଯାଦୁ, କାଛୁ ଓ କୁଣ୍ଡିଆ କୁ ଭଲ କରିବାର ସହଜ ଘରେଇ ଉପଚାର ବିଷୟରେ ଟିକିଏ ନଜର ପକାଇବା |

ଆବଶ୍ୟକୀୟ ଉପକରଣ :-

କଞ୍ଚା ହଳଦୀ , ଆଲବେରା , ନିମ୍ବ ତେଲ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଏହି ପ୍ରକାରର ଯାଦୁ, କାଛୁ ଆଉ କୁଣ୍ଡିଆଣ ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଆମେ ମାନେ ହଳଦୀ କୁ ମୁଖ୍ୟ ଉପାଦାନ ଭାବରେ ନେଇ ପାରିବା | ପ୍ରଥମେ କିଛି କଞ୍ଚା ହଳଦୀ ନେବା, ଆଉ ତାକୁ ଭଲ ଭାବରେ ଛେଞ୍ଚି ଦେବା, କଞ୍ଚା ହଳଦୀ ଯଦି ନ ଥିବ ତାହେଲେ ଶୁଖିଲା ହଳଦୀ ମଧ୍ୟ ଆମେ ନେଇ ପାରିବା | ତାହା ପରେ ସେହି ହଳଦୀ ରେ ଆମେ ମାନେ ମିଶାଇବା ଆଲବେର | ତାହା ପରେ ଏହି ପ୍ରସ୍ତୁତ ଉପାଦାନ ଟିକୁ ସାଇତିକି ରଖିବା ପାଇଁ ସେଥିରେ ମିଶାଇବା ନିମ୍ବ ତେଲ | ଆଉ ତାକୁ ଭଲ ଭାବରେ ମିଶାଇ ସାରିବା ପରେ ଗୋଟିଏ କଢେଉ ବସେଇବା ଓ ସେଥିରେ ଏହି ସବୁ ଉପାଦାନ କୁ ପକାଇବା ଓ ତାକୁ ଗରମ କରିବା ଯେପରି ଉପାଦାନ ରେ ଥିବା ସମସ୍ତ ରସ ଶୁଖିଯାଏ | ଏବେ ଏହି ସହଜ ଘରେଇ ଉପାଦାନ ଟି ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-

ଏହି ସହଜ ଘରେଇ ଉପଚାର କୁ ଆମେ ରାତିରେ ଶୋଇବା ଆଗରୁ ଯାଦୁ, କାଛୁ ବାହାରି ଥିବା ସ୍ଥାନ ରେ ଭଲ ଭାବରେ ଲଗେଇ ଦେବା ଓ ତାହାକୁ ରାତି ସାରା ରଖିବା ଓ ସକାଳେ ତାହାକୁ ଗରମ ପାଣିରେ ଧୋଇଦେବା |

ତେବେ ଏହିଭଳି ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ଯାଦୁ, କାଛୁ ଆଉ କୁଣ୍ଡିଆ ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।