Odisha News Portal

Sadhubani Anuchinta – ଯଦି କନ୍ୟାର ନାକ ଭିତରେ କେଶ ରହେ ଉଠେ ତେବେ କ’ଣ ସୂଚନା ମିଳେ ? ଜାଣନ୍ତୁ ଆଜିର କିଛି ଖାସ କଥା

ବନ୍ଧୁଗଣ ଆପଣ ଯଦି ଜ୍ୟୋତିଷ ଶାସ୍ତ୍ର ବିଷୟରେ ଜାଣିଥିବେ ଏବଂ ଏହାକୁ ମାନୁଥିବେ ତେବେ ଆପଣ ଏଥିରୁ ଅନେକ କିଛି ଉପାଦେୟ କଥା ସମ୍ପର୍କରେ ଜାଣି ପାରୁଥିବେ। ତେବେ ଶାସ୍ତ୍ରରେ ଅନେକ କଥା ବର୍ଣ୍ଣନା ରହିଛି। ଯେମିତି ଶାସ୍ତ୍ର ଅନୁସାରେ ମଣିଷ ର ଶରୀରର ଗଠନ, ରଙ୍ଗ, ଅଙ୍ଗ ରୁ ହିଁ ତାର ଭବିଷ୍ୟତ କୁ ଆକଳନ କରାଯାଏ। ଜୀବନରେ ଆସିବାକୁ ଥିବା ସମସ୍ୟା, ବିପଦ ଓ ସଂକେତ ବିଷୟରେ ସୂଚନା ପାଇବା ସହିତ ମଣିଷର ଭାଗ୍ୟ ର ପରିବର୍ତନ ର ଧାରା ସମ୍ବନ୍ଧରେ ମଧ୍ୟ ଜାଣିହୁଏ। ମଣିଷର ବିଭିନ୍ନ ପ୍ରକାରର ଅଙ୍ଗ ରୁ ତାର ପ୍ରକୃତି ଚରିତ୍ର ଓ ଭବିଷ୍ୟତ ର ଭଲ ଓ ମନ୍ଦ ଘଟଣା ବଳି ସମ୍ବନ୍ଧ ରେ ମଧ୍ୟ ଜାଣି ହୁଏ।

ସେହିପରି ଆମେ ଆମର କାର୍ଯ୍ୟ ଅନୁସାରେ ଆମର ଅଭ୍ୟାସ ଅନୁସାରେ ଅନେକ କିଛି ଫଳ ପାଇଥାଉ। ଏହାକୁ ଆମେ ଜାଣି ନଥିଲେ ବି ପରୋକ୍ଷ ରେ ଏହା ଆମର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଶାସ୍ତ୍ର ଏବଂ ପୁରାଣରେ ବର୍ଣ୍ଣିତ କିଛି ରୀତି ନୀତି ବିଷୟରେ। ଯାହାକୁ ଜାଣିବା ଦ୍ବାରା ଆମେ ଆମର ଦୈନନ୍ଦିନ ଜୀବନକୁ ସୁରୁଖୁରୁରେ ନୈତିକତା ର ସହ ଅତିବାହିତ କରି ପାରିବା।

୧) ଖାଇବା ସମୟରେ ଗାଲରେ,ମୁଣ୍ଡରେ ହାତ ଦେଇ ଖାଇବା– ଶାସ୍ତ୍ର ଅନୁସାରେ ଏବଂ ବିଜ୍ଞାନ ଦୃଷ୍ଟିରୁ ଏହା ଏକ ଉଚିତ୍ କାର୍ଯ୍ୟ ନୁହେଁ। ତେଣୁ ଆପଣ ଏହି ଭୁଲ୍ କରନ୍ତୁ ନାହିଁ।

୨) ସକାଳେ ଖାଲି ପେଟରେ ପାଣି ସେବନ କରିବା– ପ୍ରଥମେ ସକାଳେ ବିଛଣା ଛାଡ଼ିବା ପରେ ପ୍ରଥମେ ଖାଲି ପେଟରେ ୧/୨ ଗ୍ଲାସ୍ ପାଣି ପିଆନ୍ତୁ।ଏହା ଆପଣଙ୍କ ପେଟକୁ ସଫା ରଖିବା ସହ ଅନେକ ପେଟ ଜନିତ ସମସ୍ୟା ରୁ ମୁକ୍ତି ଦେଇଥାଏ।

୩) ଉଲଗ୍ନ ହୋଇ ସ୍ନାନ କରିବା- କେବେବି ସଂପୂର୍ଣ୍ଣ ଉଲଗ୍ନ ହୋଇ ସ୍ନାନ କରନ୍ତୁ ନାହିଁ।କାରଣ ଏହି ସମୟରେ ଆପଣଙ୍କର ପିତୃପୁରୁଷ ମାନେ ଆପଣଙ୍କ ପାଖେ ପାଖେ ରହିବା ସହ ଗଓଦା ଲୁଗା ପାଣି ରେ ସନ୍ତୁଷ୍ଟ ଲାଭ କରନ୍ତି। ତେଣୁ ଏହା ଏକ ପାପ ସଦୃଶ ହୋଇଥାଏ।

୪) ଆଙ୍ଗୁଳିରେ ସିନ୍ଦୂର ପିନ୍ଧିବା- ବିବାହିତା ମହିଳା ମାନେ ଆଙ୍ଗୁଳିରେ ସିନ୍ଦୂର ନପିନ୍ଧି ରୁପା କଣ୍ଟା ବା କାଠି ରେ ସିନ୍ଦୂର ଲଗେଇବା ଦ୍ବାରା ଏହା ସ୍ୱାମୀର ମଙ୍ଗଳ ହୋଇଥାଏ।

୫) ସନ୍ଧ୍ୟା ସମୟରେ ନିଦ୍ରା ଯିବା- ଏହି ସମୟରେ ଖାଇବା କିମ୍ବା ନିଦ୍ରା ଯିବା ଦ୍ବାରା ଆପଣଙ୍କର ପରିବାରର ଅମଙ୍ଗଳ ହୋଇଥାଏ।

୬) ସକାଳେ ଶେଯ ତ୍ୟାଗ କରି ଆଇନା ଦେଖିବା– ସକାଳୁ ଉଠି ପ୍ରଥମେ ଆଇନାରେ ମୁହଁ ନଦେଖି ମୁହଁ ଧୋଇବା ପରେ ଦେବା ଦେବୀ କିମ୍ବା ବାପା ମାଙ୍କର ମୁଖ ଦର୍ଶନ କରିବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ।

୭) କନ୍ୟାର ନାକ ଭିତରେ କେଶ ଉଠିବା- ଏହା ଦ୍ବାରା ଜଣେ ମହିଳା ଙ୍କ ଜୀବନରେ ଅନେକ ଶୁଭଫଳ ପ୍ରାପ୍ତିର ସୂଚନା ମିଳିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।