Odisha News Portal

କରୋନା ର ନୂଆ ଷ୍ଟ୍ରେନ ଆସିବାକୁ ନେଇ ପୁଣି ଦେଶରେ ବଢିଲା Lockdown ! ଜାନୁଆରୀ 31 ତାରିଖ ପ୍ରର୍ଯ୍ୟନ୍ତ ଜାରିହେଲା ଗାଇଡଲାଇନ୍ ! ଜାଣନ୍ତୁ କଣ ” ଖୋଲା କଣ ବନ୍ଦ ?

କରୋନା ପାଇଁ ସାରା ବିଶ୍ୱରେ ହାହାକାର ହୋଇଯାଇଛି , ପ୍ରତ୍ୟେକ ଲୋକମାନେ ଏବେ କରୋନା ପାଇଁ ବହୁତ କଷ୍ଟରେ ରହୁଛନ୍ତି । ଗତ ମାର୍ଚ୍ଚ ମାସ ଠାରୁ କରୋନା ପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମାତ୍ର ଏ ପର୍ଯ୍ୟନ୍ତ ତାହାର କୌଣସି ଫଳ ମିଲିପାରିନାହିଁ । ସମସ୍ତେ ଚାହିଁଛନ୍ତି କି ଏହି କରୋନାର ଭ୍ୟାକସିନ କେବେ ଆସିବ । ତେବେ ଭ୍ୟାକସିନ ନଆସିବା ପର୍ଯ୍ୟନ୍ତ ସେମାନେ ବହୁତ ସାବଧାନତାରେ ସରକାରଙ୍କର କୋବିଡ ନିୟମ ମାନିବା ସହିତ ମାସ୍କ ଏବଂ ସ୍ୟାନିଟାଇଜର ବ୍ୟବହାର କରୁଛନ୍ତି ।

ତେବେ ସରକାରଙ୍କର ସମସ୍ତ କୋଭିଡ ନିୟମକୁ ମଧ୍ୟ ମାନୁଛନ୍ତି , ତେବେ ଏବେ କରୋନାର ଦ୍ୱିତୀୟ ଲହରୀ ପାଇଁ ସମସ୍ତେ ଚିନ୍ତାରେ ରହିଛନ୍ତି । ଏହା ସହିତ କରୋନାର ନୂଆ ଷ୍ଟ୍ରେନ ଏବେ ବ୍ରିଟେନରେ ଦେଖିବାକୁ ମିଳିଛି , ଯାହାକି ବହୁତ କମ ସମୟରେ ବହୁତ ମାତ୍ରାରେ ବ୍ୟାପିବାରେ ଲାଗିଛି ।

ତେବେ ଏହି ନୂଆ ଷ୍ଟ୍ରେନ ସମସ୍ତଙ୍କୁ ବହୁତ ଚିନ୍ତାରେ ପକେଇ ଦେଇଚି । ତେବେ ବ୍ରିଟେନରେ କରୋନାର ଏପରି ପୁଣି ଥରେ ଭୟାବହ ରୂପକୁ ଦେଖି ସରକାର ପୁଣି ଥରେ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ କରୋନା ମହାମାରୀକୁ ଆକି ଆଗରେ ରକି କୋଭିଡ ଗାଇଡଲାଇନକୁ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ଏହା ସହିତ ବ୍ରିଟେନରେ କରୋନା ଭୂତାଣୁର ନୂଆ ରୂପ ଠାବ ହେବା ନେଇ ସତର୍କ ରହିବାକୁ ଦେଶବାସୀଙ୍କୁ ଅପିଲ ମଧ୍ୟ କରିଛନ୍ତି । ଗୃହ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି ଦେଶରେ କରୋନା ମହାମାରୀ ସଂକ୍ରମିତଙ୍କର ସଂଖ୍ୟା କମୁଥିବା ବେଲେ ବିଶ୍ୱରେ ସେହି ମାମାଲା ବଢିବାକୁ ଲାଗିଛି ।

ଏଥି ସହିତ କଣ୍ଟଟମେଣ୍ଟ ଜୋନକୁ କୁହାଯାଇଛି କି ସେମାନେ ସାବଧାନତାର ସୀମା ନିର୍ଦ୍ଦାରଣ କରନ୍ତୁ ଏଥି ସହିତ ଏସଓପିକୁ କଡାକଡି ଭାବରେ ପାଳନ କରନ୍ତୁ । ଯେତେବେଳେ ଦେଶରେ ଦ୍ୱିତୀୟ ବା ତୃତୀୟ ୱେଭ କରୋନା ସଂକ୍ରମଣର ବଢିବାର କଥା କୁହାଯାଉଥିଲା ସେହି ଆଶଙ୍କାକୁ କେତେ ମାତ୍ରାରେ କମି ଦିଆଯାଇପାରିବ ସଂକ୍ରମଣରୁ କେତେ ଦୂର ନିୟନ୍ତ୍ରଣରେ ରଖାଯାଇପାରିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିଲା ।

ତେବେ ଠିକ ସେହି ସମୟରେ ବ୍ରିଟେନରେ ଯେଉଁ ନୂଆ କରୋନା ଭୂତାଣୁ ଠାବ କରାଗଲା ଏବଂ ଯେତେ ଲୋକ ବ୍ରିଟେନରୁ ଫେରିଛନ୍ତି ଭାରତକୁ ସେମାନଙ୍କୁ କିପରି ସଂଗରୋଧରେ ରହିବା ପାଇଁ କୁହାଯିବ କେମିତି ପୁଣିଥରେ ସଂକ୍ରମଣ ନବ୍ୟାପିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ ଏ ସମସ୍ତ ସ୍ତିତିକୁ ଆଖି ଆଗରେ ରଖି 31 ଜାନୁଆରୀ ଯାଏ ଗାଇଡ ଲାଇନକୁ ବଡାଇ ଦିଆଯାଇଛି ବା କୋଭିଡର କଟକଣାକୁ ବଢାଇ ଦିଆଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।