Odisha News Portal

ଗୋଟେ ପୁଅ ବଡ ଅଫିସର ଆଉ ଜଣେ ନେତା, ହେଲେ ମା’ ରାସ୍ତାରେ ପଡି ମୁଣ୍ଡରେ ପୋକ ଲାଗି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି , .ବାଃ ବାଃ ରେ ପୁଅ ଧନ୍ୟ ତ ମାନବ ପଣିଆ …..

0 7

ଆଜି ଆମ ଦୁନିଆରେ ଦେଖିବାକୁ ମିଳିଛି ଯେ ଲୋକମାନଙ୍କର ଆଉ ବାପା ମାଆଙ୍କ ପ୍ରତି ସେହ୍ନ, ଶ୍ରଦ୍ଧା ତଥା ଭଲପାଇବା ନାହିଁ । ବରଂ ପିତାମାତାଙ୍କୁ ପୁଅମାନେ ବୃଦ୍ଧାବସ୍ଥାରେ ଘରୁ ବାହାର କରି ରାସ୍ତା କଢରେ ଫିଙ୍ଗି ଦେଉଛନ୍ତି । ବାପା ମାଁ ନିଜ ରକ୍ତକୁ ପାଣି କରି ସନ୍ତାନ ମାନଙ୍କୁ ବଡ ମଣିଷ କରିଥାନ୍ତି କିନ୍ତୁ ସେହି ପୁୁଅ ବଡ ହୋଇ ବାପାମାଆଙ୍କ ଋଣ ସୁଝିବା ବଦଳରେ ତାଙ୍କୁ ଫିଙ୍ଗି ଦେଇଥାଏ ରାସ୍ତା କଢକୁ । ତେବେ ସେହିପରି ଗୋଟିଏ ଘଟଣା ବର୍ତ୍ତମାନ ସାମ୍ନକୁ ଆସିଛି ।ତେବେ 80 ବ​‌ର୍ଷର ଜଣେ ବୃଦ୍ଧ ମହିଳା ରାସ୍ତାକଡରେ ପଡି ରହିଛନ୍ତି । ଆଉ ମହିଳାଙ୍କର ଯେଉଁ ଦୟନୀୟ ଅବସ୍ଥା ତାହା ଭାଷାରେ କହିବା ମଧ୍ୟ ସମ୍ଭବପର ନୁହେଁ ।

ତେବେ ମହିଳାଙ୍କ ମୁଣ୍ଡରେ ପୋକ ମଧ୍ୟ ଲାଗିଯାଇଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ପଞ୍ଜାବର ଭଟିଣ୍ଡାରେ ଦେଖିବାକୁ ମିଳିଛି। ଏଭଳି ଜଣେ ମା’ର ଅତି ଦୟନୀୟ ଅବସ୍ଥା ଦେଖି ଭାବିବେ ତାଙ୍କର ବୋଧହୁଏ କେହି ନିଜ ଲୋକ ନଥିବେ । କିନ୍ତୁ ପ୍ରକୃତରେ କଥାଟା ହେଲା ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହି ବୁଢି ମା’ ଜଣଙ୍କର ଅଛନ୍ତି ଦୁଇ ପୁଅ । ଜଣେ ପୁଅ ବଡ ଅଫିସର ହୋଇଥିବା ବେଳେ ଆଉ ଜଣେ ବଡ ରାଜନେତା ।ତେବେ ଅସୁସ୍ଥ ବୃଦ୍ଧ ମହିଳା ଜଣକୁ ଏନଜିଓ ଏବଂ ପୋଲିସ ସହାୟତାରେ ଲୋକମାନେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଯେତେବେଳେ ତାଙ୍କର ପରିବାର ବିଷୟରେ ବୁଝାଯାଇଥିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହିଁକି ନାଁ ମହିଳାଙ୍କର ପରିବାର ବହୁତ ସ୍ବଚ୍ଛଳ ତଥା ପ୍ରତିଷ୍ଠିତ ପରିବାରର ଥିଲା ।

ତାଙ୍କର ବଡ ପୁଅ ଜଣେ ସରକାରୀ ଅଧିକାରୀ ଏବଂ ସାନ ପୁଅ ରାଜନେତା । ମୁକ୍ତସର ଗାଁ ଆଡକୁ ଯାଉଥିବା ସଡକ ନିକଟରୁ ଏକ ଖୋଲା ପଡିଆରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କର ମୁଣ୍ଡରେ ପୋକ ଲାଗିଯାଇଥିବା ବେଳେ ଶାରୀରିକ ଅବସ୍ଥା ବହୁତ ଖରାପ ଥିଲା । ଯେତେବେଳେ ଲୋକମାନେ ମହିଳାଙ୍କୁ ଏହି ଅବସ୍ଥାରେ ଦେଖିଥିଲେ ତାଙ୍କୁ ତୁରନ୍ତ ଏନଜିଓ ଓ ପୋଲିସକୁ ମାମଲାର ସୂଚନା ଦେଇଥିଲେ ।ସୂଚନା ମିଳିବା ପରେ ଏନଜିଓ ଏବଂ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମହିଳାଙ୍କୁ ତୁରନ୍ତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଲୋକଙ୍କ କହିବା ଅନୁସାରେ, ମହିଳାଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ରାସ୍ତା କଡରେ ଖାଲି ପଡିଆରେ ଇଟାର ଏକ ଝୁମ୍ପୁଡି ଘରେ ଥିବାର ଦେଖିବାକୁ ମିଳିଥିଲା ।

ତେବେ ମହିଳାଙ୍କର ଏଭଳି ଅବସ୍ଥା ଦେଖି ଉଦ୍ଧାରକାରୀ ଦଳଙ୍କ ଆଖି ଲୁହ ଭରିଯାଇଥିଲା । ମହିଳାଙ୍କର ପରିବାର ବିଷୟରେ ଯେତେବେ​‌ଳେ ଯାଞ୍ଚ କରାଯାଇଥିଲା, ଜଣାପଡିଥିଲା ତାଙ୍କର ଦୁଇ ପୁଅ । ବଡ ପୁଅ ସରକାରୀ ଅଧିକାରୀ ଏବଂ ସାନ ପୁଅ ରାଜନେତା । ଏପରିକି ନାତୁଣୀ ମଧ୍ୟ ଜଣେ କ୍ଲାସ ଓ୍ବାନ ଅଫିସର । ଏହାପରେ ମହିଳାଙ୍କ ପରିବାରକୁ ଲୋକମା​‌ନେ ଖବର ଦେଇଥିଲେ ।ଆଉ 80 ବର୍ଷିୟ ବୃଦ୍ଧ ମାଁଙ୍କୁ ତାଙ୍କର ଜଣେ ପୁଅ ନିଜ ସହିତ ଫରିଦାକୋଟ୍ ନେଇଯାଇଥିଲେ, କିନ୍ତୁ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ପରିବାର ଲୋକ ଚୁପଚାପ୍ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ । ନାତୁଣୀ ଜଣେ ପୋଲିସ ଅଧିକାରୀ ହୋଇଥିବାରୁ ପୋଲିସ ଏନେଇ କିଛି କହିବାକୁ ପ୍ରସ୍ତୁତ ନାହିଁ କି ମାମଲା ରୁଜୁ କରିନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।