Odisha News Portal

ଜାଣନ୍ତୁ ଅଭିନେତ୍ରୀ ଶିବାନୀ ଙ୍କ ଜୀବନ ର କିଛି ଅଜଣା କଥା ଯାହା କେହି ବି ଜାଣି ନାହାଁନ୍ତି କିଛି ଅକୁହା କଥା,…

0 6

ଅଲିଉଡ ସିନେମା ଜଗତର ଚୁଲବୁଲି ନାୟିକା ହେଉଛନ୍ତି ଶିବାନୀ ସଂଗୀତା । ପ୍ରାୟ ପ୍ରତ୍ୟେକଟି ଫିଲ୍ମରେ ନିଜର କ୍ୟାରେକ୍ଟରକୁ ଜୀବନ୍ତ ଭାବରେ ତୋଳି ଧରିଥିବା ଏହି ଚୁଲବୁନି ନାୟିକା ଶିବାନୀ ବର୍ତ୍ତମାନ ସବୁଠି ଫେମସ୍ । ଗୋଟିଏ ଚଳଚିତ୍ର ତାଙ୍କୁ ଦେଲା ଏତେ ମାଇଲେଜ ଯାହାକି ସେ ହୋଇକଗଲେ ରାତାରାତି ସୁପରଷ୍ଟାର । ତେବେ ଶିବାନୀ ଛୋଟ ବେଳୁହିଁ ଅଭିନୟର ଦକ୍ଷତା ରଖିଥିଲେ । ପ୍ରଥମ ଥର ପାଇଁ ମିତରେ ମିତ ଚଳଚିତ୍ରରେ ସେ ଚାଇଲ୍ଟ ଆର୍ଟିଷ୍ଟ ଭାବରେ ଡେବ୍ୟୁ କରିଥିଲେ ଏବଂ ଲୋକମାନଙ୍କ ମନରେ ଏକ ନୂଆ ଛାପ ତଥା ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ ।

9 ଜୁନ 2017ରେ ତାଙ୍କର ପ୍ରଥମ ଚଳଚିତ୍ର ସିଷ୍ଟର ଶ୍ରୀଦେବୀ ତରଙ୍ଗ ସିନେ ପ୍ରଡକ୍ସନରେ ରିଲିଜ ହୋଇଥିଲା । ଯାହାର ନିର୍ଦ୍ଦେଶକ ଥିଲେ ଅଶୋକ ପତି ଏବଂ ଶିବାନୀଙ୍କ ଅପଜିଟରେ ଦେଖିବାକୁ ମିଳିଥିଲେ ସୁପରଷ୍ଟାର ବାବୁସାନ ମହାନ୍ତି । ପ୍ରାୟ ଅଲିଉଡର ସମସ୍ତ ହିରୋଙ୍କ ସହ କାମ କରି ସାରିଛନ୍ତି ଶିବାନୀ ।

ଅଲିଉଡର ସମସ୍ତ ନାମୀଦାମୀ ହିରୋଙ୍କ ସହିତ କାମ କରି ବହୁତ ପ୍ରଶଂସା ସାଉଁଟିଛନ୍ତି । 2017ରେ ରିଲିଜ ହୋଇଥିବା ବାବୁସାନ ଏବଂ ଶିବାନୀଙ୍କ ଫିଲ୍ମରେ ଖର୍ଚ୍ଚ ହୋଇଥିଲା 7 ଲକ୍ଷ କିନ୍ତୁ ଏହି ଚଳଚିତ୍ର ବ୍ଲକବାଷ୍ଟର ହୋଇଥିବାରୁ ଏଥିରୁ ଇନକମ୍ ହୋଇଥିଲା 4 କୋଟି ଟଙ୍କା । ଯାହାକି ସେତେବେଳେର ବିଗ୍ ସଫଳତା ହୋଇଥିଲା ଏବଂ ଶିବାନୀଙ୍କୁ ମିଳିଥିଲା ପ୍ରଥମ ଚଳଚିତ୍ରରୁ ହିଁ ମାଇଲେଜ । ଆଉ ଲୋକମାନେ ଦେଇଥିଲେ ଶିବାନୀଙ୍କୁ ଅନେକ ଭଲପାଇବା ।


ଶିବାନୀଙ୍କ ପରିବାର କହିଲେ ତାଙ୍କ ବାପା ମାଁ ଏବଂ ଜଣେ ଛୋଟ ଭଉଣୀ ଅଟନ୍ତି । ତାଙ୍କର ଗୋଟିଏ ଛୋଟ ପରିବାର ଏବଂ ସେମାନେ ବହୁତ ଖୁସିରେ ଚଳନ୍ତି । ତେବେ ଶିବାନୀ ଭୂବନେଶ୍ବରରେ ହିଁ ରୁହନ୍ତି ଏବଂ ଶେହିଠାରୁ ହିଁ ସୁଟିଂ ସେଟକୁ ଯିବାଆସିବା କରିଥାନ୍ତି ।

ଶିବାନୀ ବର୍ତ୍ତମାନ +2 ସେକେଣ୍ଟୟର ସାଇନସରେ ଅଧ୍ୟୟନ କରୁଛନ୍ତି । ସେ ପଢାରେ ଯେତିକି ମନ ଦିଅନ୍ତି ସେତିକି ଆକ୍ଟି କ୍ୟାରିଅର ପ୍ରତି ମଧ୍ୟ ଦିଅନ୍ତି । ଶିବାନୀଙ୍କର ସଂଗୀତ ପ୍ରତି ମଧ୍ୟ ଅହେତୁକ ଦୁର୍ବଳତା ଥିବା କଥା ସେ ଗୋଟିଏ ଇଣ୍ଟରଭ୍ୟୁରେ କହିଥିଲେ । କିନ୍ତୁ ତାଙ୍କୁ ଅଲିଉଡରେ ଅଫର ମିଳିବାରୁ ସେ ଏହି ସୁଯୋଗକୁ ହାତଛଡା କରିନଥିଲେ ।

ଚାଇଲ୍ଟ ଆର୍ଟିଷ୍ଟ ଭାବରେ ଡେବ୍ୟୁ କରିଥିଲେ ଶିବାନୀ । ଏହାପରେ ଅନେକ ସିରିଏଲରେ ଦେଖି୍ବାକୁ ମଧ୍ୟ ମିଳିଥିଲେ । ତାଙ୍କର ଶେଷ ସିରିଏଲ ଥିଲା ଜି ସାର୍ଥକର ପ୍ରସାରିତ ହେଉଥିବା ବଧୂରେ ଦେଖିବାକୁ ମିଳିଥିଲା । ତାପରେ ହଠାତ୍ ଏଣ୍ଟ୍ରି ମାରିଲେ ସିଷ୍ଟର ଶ୍ରୀଦେବୀ ଚଳଚିତ୍ରରେ, ଯେଉଁ ଚଳଚିତ୍ରଟି ବ୍ଲକବାଷ୍ଟର ହୋଇ ବାହାରିଲା ଏବଂ ଏହି ଚଳଚିତ୍ର ହିଁ ଶିବାନୀକୁ ଦେଲା ଏକ ନୂଆ ମାଇଲେଜ । ତାପରେ ଗୋଟେ ପରେ ଗୋଟେ ଚଳଚିତ୍ର କରିଚାଲିରେ ଏବଂ ତା ମଧ୍ୟ ସୁପରହିଟ ହୋଇଚାଲିଲା । ଶିବାନୀ 2001ରେ ଭୂବନେଶ୍ବରରେ ହିଁ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କର ଓଲିଉଡ୍ ର ଫେବ୍ରେଟ୍ ହିରୋ ହେଉଛନ୍ତି ବାବୁସାନ୍ ମହାନ୍ତି ଏବଂ ତାଙ୍କର ଫେବ୍ରେଟ୍ ସିରିଏଲ୍ ହେଉଛି ଦେବୀ। ତାଙ୍କର ବର୍ତ୍ତମାନ ବୟସ ହେୁଛି 18 ବର୍ଷ । ତାଙ୍କର ଓଲିଉଡ୍ ର ଫେବ୍ରେଟ୍ ହିରୋ ହେଉଛନ୍ତି ବାବୁସାନ୍ ମହାନ୍ତି ଏବଂ ତାଙ୍କର ଫେବ୍ରେଟ୍ ସିରିଏଲ୍ ହେଉଛି ଦେବୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।