Odisha News Portal

ବିବାହର ବାର୍ଷିକୀରେ ଦେଲେ ଆଶ୍ଚର୍ଯ୍ୟଜନକ ଉପହାର, ସ୍ତ୍ରୀଙ୍କ ପାଇଁ ଚନ୍ଦ୍ରରେ ଜାଗା କିଣିଲେ ସ୍ୱାମୀ,ଜାଣନ୍ତୁ ପୁରା ଖବର

0 44

ଆଜିର ସମାଜରେ ପ୍ରତ୍ୟେକ ବ୍ୟକ୍ତି ମାନେ ପ୍ରେମ କରୁଛନ୍ତି , ଏମିତି କହିହେବ ନାହିଁ କି କେହି ବ୍ୟକ୍ତି ପ୍ରେମ କରେ ନାହିଁ ବୋଲି । ପ୍ରେମ ନଥିରେ ଏ ସଂସାର ରହିବ ନାହିଁ । ମାତ୍ର ଆଜିକା ସମୟରେ ପ୍ରେମ ଏମିତି ହୋଇଗଲାଣି କି ପ୍ରେମ ନାମରେ ଲୋକମାନେ ଧୋକା ଦେଉଛନ୍ତି । ସମସ୍ତେ କଥା ବାର୍ତ୍ତା, ଦେଖା ଚାହାଁ ସବୁ କିଛି କରୁଛନ୍ତି, କିନ୍ତୁ ଏହି ପ୍ରେମ ମାତ୍ର କିଛି ଦିନ କିମ୍ବା କିଛି ବର୍ଷ ପାଇଁ ।

ପ୍ରେମ ର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ କିଛି ଭୁଲ୍ ବୁଝାମଣା ପାଇଁ ସମ୍ପର୍କ ଭାଙ୍ଗି ଦେଉଛନ୍ତି ଏବଂ ଆଉ କାହାକୁ ସାଙ୍ଗେ ସାଙ୍ଗେ ଭଲ ପାଇ ଯାଉଛନ୍ତି । ଆଜିକାର ପ୍ରେମ ମଧ୍ୟରେ କେବଳ ସ୍ୱାର୍ଥ ଏବଂ ଅହଂଭାବନା ଭରି ରହିଛି ।

ମାତ୍ର ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ୟେଉଁ କଥା ଶୁଣିଲେ ଆପଣ ମାନେ କେବେ ବିସ୍ୱାସ କରିପାରିବେ ନାହିଁ କାହିଁକିନା ଏବେକା ସମୟରେଏମିତି ମଧ୍ୟ ବ୍ୟକ୍ତି ରହିଛନ୍ତି ୟିଏ ନିଜ ପ୍ରେମ ପାଇଁ ଚାନ୍ଦରେ ମଧ୍ୟ ଜାଗା କିଣିପାରୁଛନ୍ତି । ତେବେ କଥାଟି ଆପଣଙ୍କୁ ଟିକେ ଅଡୁଆ ଲାଗିଥିବ ମାତ୍ର ତାହା ସତ୍ୟ ଅଟେ , ତେବେ କଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା ସେ ବିଷୟରେ ।

ଆପଣ ମାନେ ତ ଜାଣିଥିବେ କି ଓବେକା ସମୟରେ ଲୋକମାନେ ବିବାହ ପରେ ତାଙ୍କର ବିବାହ ବାର୍ଶିକି ବା ମ୍ୟାରେଜ ଆନିଭରସରିକୁ ବହୁତ ସୁନ୍ଦର ବାବେ ପାଳନ କରିଥାନ୍ତି । କାରଣ ସେମାନେ ତାଙ୍କର ସେହି ବିବାହର ସମୟକୁ ଭୁଲିବା ପାିଁ ଚାହାନ୍ତି ନାହିଂ । ଏହି ଆନିଭରସରିରେ ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ଉପହାର ମଧ୍ୟ ପ୍ରଦାନ କରିଥାନ୍ତି । ଭାବିଥାନ୍ତି କି ସେମାନେ ଏମିତି ଉପହାର ପ୍ରଦାନ କରିବେ ୟାହାକୁ ସେମାନଙ୍କର କପୁଲ ମାନେ ସାରା ଜୀବନ ପାଇଁ ମନେ ରଖିବେ ।

ମାତ୍ର ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଆନିଭରସରି ବିଷୟରେ କହିବୁ ଯେଉଁଥିରେ ତାଙ୍କର ସ୍ୱାମୀ ତାଙ୍କର ସ୍ତ୍ରୀ କୁ ଏମିତି ଉପହାର ପ୍ରଦାନ କରିଛନ୍ତି ଯାହା କେବେ ହେଲେ ମଧ୍ୟ କେହି କାହାକୁ ପ୍ରଦାନ କରିନଥିବେ । ରାଜସ୍ଥାନ ର ଅଜମେରରେ ରହୁଥିବା ଧର୍ମେନ୍ଦ୍ର ତାଙ୍କର ଏହି ବର୍ଷ ବାହାଘର ର ଅଷ୍ଟମ ବାର୍ଷିକୀ ଥିଲା ସେ ନିଜ ସ୍ତ୍ରୀ ଙ୍କ ପାଇଁ କିଛି ସ୍ପେଶାଲ କରିବାକୁ ଚାହୁଁଥିଲେ, ସେଥିପାଇଁ ସେ ତାଙ୍କୁ ଚନ୍ଦ୍ର ରେ ତିନି ଏକର ଜମି ଉପହାର ଦେଇଛନ୍ତି ।

ର୍ମେନ୍ଦ୍ର କହିଛନ୍ତି କି ଡିସେମ୍ବର 24 ରେ ତାଙ୍କର ବିବାହର ବାର୍ଷିକୀ ଥିଲା, ସେ ତାଙ୍କ ସ୍ତ୍ରୀ ଙ୍କ ପାଇଁ କିଛି ଅଲଗା କରିବାକୁ ଚାହୁଁଥିଲେ। ଅନ୍ୟମାନେ ତ କାର୍ ଏବଂ ଗହଣା ପରି ସାଂସାରିକ ସମ୍ପତ୍ତି ର ଉପହାର ଦେଇଥାଆନ୍ତି କିନ୍ତୁ ସେ ତାହା ଠାରୁ ଅଲଗା କରିବାକୁ ଚାହୁଁଥିଲେ, ଏବଂ ସେ ଚନ୍ଦ୍ର ରେ ଜାଗା କିଣିଛନ୍ତି ନିଜ ସ୍ତ୍ରୀ ଙ୍କ ପାଇଁ ।

ତାଙ୍କ ପତ୍ନୀ ସପନା ଅନିଜା କହିଛନ୍ତି, ତାଙ୍କୁ ନିଜ ସ୍ୱାମୀ ଙ୍କ ଠାରୁ ଏହିପରି ସ୍ପେଶାଲ ଦୁନିଆ ବାହାର ର ଜିନିଷ ମିଳିବ ବୋଲି ଆଶା କରି ନଥିଲେ । ତେବେ ଧର୍ମେନ୍ଦ୍ର ହେଉଛନ୍ତି ରାଜସ୍ଥାନର ପ୍ରଥମ ବ୍ୟକ୍ତି ଯିଏ କି ଚନ୍ଦ୍ରରେ ଜାଗା କିଣିଛନ୍ତି । ଧର୍ମେନ୍ଦ୍ର ଅଜିନା ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ୍ ମାଧ୍ୟମରେ ଏହି ଜମି କିଣିପାରିଛନ୍ତି। ସେ କହିଛନ୍ତି କି ଏହି ପ୍ରକ୍ରିୟା କୁ ସମ୍ପୂର୍ଣ୍ଣ କରିବା ପାଇଁ ପୁରା ଏକ ବର୍ଷ ଲାଗିଗଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।