କୁହାଯାଏ ସବୁଠାରୁ ଶ୍ରେଷ୍ଠ ଜୀବ ହେଉଛି ମଣିଷ । ତାଛଡା ମଣିଷ ଭଗବାନ ଙ୍କ ର ଏପରି ଏକ ସୃଷ୍ଟି ଯିଏ ଠିକ୍ ଭୁଲ୍ ଭଲମନ୍ଦ ଆଦିର ବିଚାର କରି ପାରେ । ଅର୍ଥାତ ମଣିଷ କୁ ଭଗବାନ ବରଦାନ୍ ସଦୃଶ ବିଚାର ଶକ୍ତି ଦେଇଛନ୍ତି । କିନ୍ତୁ ଅଧାକଂଶ ସମୟ ରେ ଏହାର ଉଚିତ୍ ବ୍ୟବହାର ମଣିଷ କରି ନ ଥାଏ । ଯାହାର ବହୁତ ଉଦାହରଣ ମଧ୍ୟ ଦେଖି ବାକୁ ମିଳିଛି । ଆଜି କିନ୍ତୁ ଆମେ ସୋସିଆଲ ମିଡିଆ ରେ ଭାଇରାଲ ହେଉ ଥିବା ଏଭଳି ଏକ ଭିଡିଓ ବିଷୟ ରେ ଏହି ଲେଖା ମାଧ୍ୟମ ରେ କହିବାକୁ ଯାଉଛୁ , ଯାହା ଶୁଣି ଆପଣ ଭାଗବାନ ଙ୍କ ର ଏହି ସୃଷ୍ଟି ଉପରେ ଗର୍ବ ନିଶ୍ଚୟ କରିବେ ।
ତେବେ ସୋସିଆମ ମିଡିଆ ରେ ଭାଇରାଲ ହେଉ ଥିବା ଭିଡିଓ ଟି ରେ ଦେଖି ବାକୁ ମିଳିଛି ଯେ, ଗୋଟିଏ ହାତୀ ପାଣିରେ ଭାସି ଯାଉ ଥିବା ଏକ ମଣିଷକୁ ଉଦ୍ଧାର କରିବାରେ ଲାଗିଛି । ତେବେ ଭିଡିଓ ଟି ଦେଖି ଏପରି ମନେ ହେଉଛି ଯେପରି ମଣିଷ ଠାରୁ ବି ଅଧିକ ଜ୍ଞାନୀ ଏବଂ ଦୟାଳୁ ପାଲଟି ଯାଇଛି ହାତୀ ଟି । ତେବେ ନଦୀ ପାଣି ର ସୁଅ ରେ ଲୋକ ଟି ଭାସି ଯାଉ ଥିବାର ଦେଖି ହାତୀ ଟି ବିଚଳିତ ହୋଇ ପଡିଛି । ଆଉ ତିଳେ ମାତ୍ର ବିଳମ୍ବ ନ କରି ହାତୀ ଟି ପାଣି ଭିତର କୁ ଚାଲି ଯାଇ ଥିଲା ।
ତେବେ ଭିଡିଓ ରେ ଆହୁରି ମଧ୍ୟ ଦେଖି ବାକୁ ମିଳିଛି ଯେ, ହାତୀ ଟି ତା ଆଖି ଆଗରେ ଭାସି ଯାଉ ଥିବା ମଣିଷ କୁ ବଞ୍ଚାଇବା ପାଇଁ ସତେ ଯେମିତି ତତ୍ପର ହୋଇ ପଡିଛି । ତେବେ ତା ସହିତ ଆଉ କିଛି ହାତୀ ଥିଲେ ମଧ୍ୟ ସେ କାହାକୁ ଅପେକ୍ଷା ନ କରି ନଜେ ପାଣି ଭିତରେ ପଶି ଯାଉଛି । ଆଉ ତରବର୍ ହୋଇ ମଣିଷ ଟି ଆଡକୁ ଆଗେଇ ଯାଉଛି ।
କେବଳ ସେତିକି ନୁହେଁ ବରଂ ହାତୀ ଟି ତାର ପ୍ରାଣ ପଣେ ଚେଷ୍ଟା କରୁଛି ଳୋକ ଟି କୁ ବଞ୍ଚାଇବା ପାଇଁ । ଆଉ ଶେଷ ରେ ସେ ସେହି ଭାସି ଯାଉ ଥିବା ବ୍ୟକ୍ତି ଙ୍କ ପାଖରେ ପହଞ୍ଚି ଯାଉଛି ଏବଂ ତାକୁ ଉଦ୍ଧାର କରିବାରେ ସଫଳ ହୋଇ ଥିବୂାର ଦୃଶ୍ୟ ମଧ୍ୟ ଭିଡିଓ ଟି ରେ ଦେଖିବାକୁ ମିଳିଛି ।
ତେବେ ସବୁ ଠାରୁ ବଡ କଥା ହେଉଛି ହାତୀ ଭିତର ର ଏହି ଭାବନା ଆଜି କାଲି ମଣିଷ ଙ୍କ ଭିତରେ ମଧ୍ୟ ଖୁବ୍ କମ୍ ଦେଖିବାକୁ ମିଳି ଥାଏ । କିନ୍ତୁ ଏକ ବନ୍ୟଜନ୍ତୁ ହୋଇ ଥିଲେ ମଧ୍ୟ ହାତୀ ଟି ଯେଉଁ ଭଳି ଆଚରଣ ପ୍ରଦର୍ଶନ କରିଛି ତାହା ଆମ ମଣିଷ ସମାଜ ପାଇଁ ଏକ ବଡ ଉଦାହରଣ ବୋଲି କୁହା ଯାଇ ପାରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।