Odisha News Portal

ଖୁସି ଖବର ! ଜାନୁଆରୀ 8 ରୁ ଖୋଲିବ ସ୍କୁଲ , ସରକାର ଜାରି କଲେ ଗାଇଡଲାଇନ୍, ସ୍କୁଲରେ ଦିଆଯିବ ମାଗଣା ମାସ୍କ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ତେବେ ବର୍ତ୍ତମାନ ସମୟରେ ସବୁଠାରୁ ବହୁତ ବଡ ଖବର । ଆଉ ଏହି ବଡ ଖବର ଟି ହେଉଛି ସ୍କୁଲ ପିଲା ମାନଙ୍କ ପାଇଁ । ସ୍କୁଲ ପିଲା ମାନଙ୍କର ସବୁ ଅପେକ୍ଷାର ଅନ୍ତ ଘଟିଛି ଏବଂ ସେମାନଙ୍କ ପାଇଁ ଆସିଛି ଖୁସି ଖବର । ପାଖାପାଖି 9 ମାସ ର ଦୀର୍ଘ ବ୍ୟବଧାନ ପରେ ପୁଣି ଯିବେ ଶିକ୍ଷାର୍ଥୀ ସ୍କୁଲ । ଆଉ ଏପରି ଏକ ବଡ ନିଷ୍ପତି ନେଇଛନ୍ତି ସରକାର । ମହାମାରୀ କରୋନା କଟକଣା ଯୋଗୁଁ ରାଜ୍ୟରେ ତଥା ଦେଶରେ ବନ୍ଦ ରହିଥିବା ସ୍କୁଲ ଖେଲିବା ପାଇଂ ନିଷ୍ପତି ନେଇଛନ୍ତି ।

ତେବେ ଚଳିତ ମାସ ଅର୍ଥାତ ଜାନୁୟାରୀ ମାସ 8 ତାରିଖରୁ ରାଜ୍ୟରେ ଖୋଲିବ ବିଦ୍ୟାଳୟ । କିନ୍ତୁ ଏହା ସମସ୍ତଙ୍କ ପାଇଁ ନୁହେଁ ବରଂ କେବଳ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପାଇଁ ହିଁ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ତେବେ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ସମସ୍ତ ପିଲା ମାନଙ୍କୁ ପ୍ରସ୍ତୁତ କରିବା ସହିତ ସେମାନଙ୍କ ପାଇଁ ବିଭିନ୍ନ ସମୟରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତା ମୂଳକ ପରୀକ୍ଷା ରେ ଅଂଶ ଗ୍ରହଣ କରିବା ନିମନ୍ତେ ସେମାନ ଙ୍କୁ ପ୍ରସ୍ତୁତ କରିବାକୁ ହେବ । ଆଉ ଖାସ୍ ଏହି କାରଣ ରୁ ହିଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଜାନୁଆରୀ ମାସ 8 ତାରିଖ ରୁ ଅପ୍ରେଲ ମାସ 26 ତାରିଖ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜାନୁଆରୀ ମାସ 8 ତାରିଖ ରୁ ଅପ୍ରେଲ 28 ତାରିଖ ପର୍ଯ୍ୟନ୍ତ ଚାଲିବ ।

ତେବେ ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ‍୍‌ ପରୀକ୍ଷାଗୁଡ଼ିକ ଅପ୍ରେଲ 27 ତାରିଖ ରୁ ମେ 2 ତାରିଖ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ଅପ୍ରେଲ 29 ତାରିଖ ରୁ ମେ 14 ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ମାସ 3 ତାରିଖ ରୁ ମେ 15 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ 15 ରୁ ଜୁନ‍୍‌ 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ତେବେ ଏପରିକି ଶନିବାର ଏବଂ ରବିବାର କୁ ମିଶାଇ 100 ଦିନ ପାଠ ପଢ଼ା ଯିବ । ଆଉ ଏହି ପାଠପଢ଼ା ନିମନ୍ତେ ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଗାଇଡ୍‌ଲାଇନ୍ ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବ । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ‍୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିଦ୍ଦେର୍ଶାବଳୀ ଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।