ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଥାଏ। ଚୋରି, ଡକାୟତ ଓ ଆତ୍ମହତ୍ୟା ଭଳି ଘଟଣା ବହୁତ ମାତ୍ରାରେ ବଢି ଚାଲିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଆଦି ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇଯିବେ। ତାହା ହେଉଛି ଜଣେ ଜଣେ ୧୭ ବର୍ଷୀୟ କିଶୋର ପିଲା ଇସ୍କନ ମନ୍ଦିରରେ ଆତ୍ମହତ୍ୟା କରିଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ସେହି ବିଷୟରେ ଜାଣିବା;
ଏଭଳି ଏକ ଘଟଣା କୋଲକତା ଜଳପାଇଗୁଡିର ଉଜେନ ଇସ୍କନ ମନ୍ଦିରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବିକାଶ ନାମକ ଜଣେ କିଶୋର ପିଲା, ଯାହାର ବୟସ ମାତ୍ର ୧୭ ବର୍ଷ ଅଟେ। ସେ ନିଜ ସାଙ୍ଗ ପତଳୁ ସରକାର ସହ ଅକ୍ଟୋବର ୧୦ ତାରିଖ ଦିନ କୋଲକତା ଜଳପାଈଇଗୁଡିରୁ ଉଜେନ ଇସ୍କନ ମନ୍ଦିରକୁ ଠାକୁର ଦର୍ଶନ କରିବା ପାଇଁ ଯାଇ ଥିଲେ। ତାଙ୍କୁ ଇସ୍କନ ମନ୍ଦିର ଭଲ ଲାଗିଲା ବୋଲି ସେ, ସେଠାରେ ସେ ରହି ବାକୁ ଇଛା କରିଥିଲେ ଓ ସେଠାରେ ରହି ମଧ୍ୟ ଯାଇଥିଲେ। ସେ ସକାଳୁ ଉଠି ଠାକୁରଙ୍କ ମନ୍ଦିରରେ ଆଳତିରେ ଯୋଗ ଦେବା ସହିତ ତାଙ୍କୁ ମୃଦଙ୍ଗ ବଜାଇବାକୁ ସେ ବହୁତ ଭଲ ପାଇ ଥାଆନ୍ତି ବୋଲି, ସେଥିପାଇଁ ସେ ମନ୍ଦିରରେ ମୃଦଙ୍ଗ ବଜାଇ ଠାକୁରଙ୍କ ଆରାଧନା କରିଥିଲେ।
ସେଥିରେ ତାଙ୍କୁ ବହୁତ ଶାନ୍ତି ଓ ଆନନ୍ଦ ମିଳି ଥାଏ ବୋଲି ସେ କହି ଥାଆନ୍ତି। ସେ ସକାଳୁ ପୂଜା ସାରି ନିଜ ରୁମକୁ ପଳାଇ ଯାଇ ଥିଲେ। ଏହା ପରେ ସେ ମନ୍ଦିର ନିକଟରେ ଥିବା ଅଡିଟୋରୀୟମରେ କୌଣସି କାରଣ ବଶତଃ ନିଜ ଗାମୁଛାରେ ରଶି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ବହୁ ସମୟ ଧରି ତାକୁ ଫେରିବାର ନଦେଖି ସମସ୍ତେ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡି ଥିଲେ। ଏହା ପରେ ତାକୁ ଖୋଜା ଖୋଜି ଆରମ୍ଭ କରି ଦେଇ ଥିଲେ, ଖୋଜା ଖୋଜି କରିବା ପରେ ତାଙ୍କୁ ରଶି ଲଗାଇ ଥିବାର ଦୃଶ୍ୟ ଦେଖିଥିଲେ।
ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ଘଟଣାର ପୋଲିସ ଖବର ପାଇ ଆସି ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପୋଲିସ ସେଠାକୁ ଆସି ତା’ର ରୁମକୁ ଖୋଜା ଖୋଜି କରିଲେ, ସେହି ରୁମ ଭିତରୁ ଡାଏରୀ ଓ ଭାଗବତ ଗୀତ ଓ ମୋବାଇଲ ଆଦି ଜିନିଷ ସବୁ ପୋଲିସ ତାଙ୍କ ରୁମରୁ ପାଇ ଥିଲେ। ମନ୍ଦିରର ପିଆରଓ ରାଘବ ଦାସ କହିଛନ୍ତି ଯେ, ତାଙ୍କର ଟିକେଟ ହୋଇ ସାରି ଥିଲା, ସେ ୨୭ ତାରିଖ ଦିନ ସେ କୋଲକତା ଫେରି ଯାଇ ଥାଆନ୍ତେ। କିନ୍ତୁ ସେ ଯିବା ପୂର୍ବରୁ ସେ ଏଭଳି ଏକ କାର୍ଯ୍ୟ କଣ ପାଇଁ କରିଛନ୍ତି ତାହା ଏପର୍ଯ୍ୟନ୍ତ ସୂଚନା ମିଳି ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।