IPL ପରେ ଏହି ପ୍ରସିଦ୍ଧ ଖେଳାଳି ଶେଷରେ କରିବେ କୁକୁଡ଼ା ଚାଷ, ସେହି ଖେଳାଳି ଙ୍କ ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ……

ଭାରତୀୟ କ୍ରିକେଟ ଟିମ୍ ର CSK ର ଅଧନାୟକ ମହେନ୍ଦ୍ର ସିଂ ଧୋନୀ । କ୍ରିକେଟ ଜଗତରେ ସେ ଅନେକ ନାମରେ ପରିଚିତ । କିଏ ତାଙ୍କୁ କ୍ୟାପଟାନ୍ କୁଲ୍ କହେ ତ ପୁଣି କିଏ ତାଙ୍କୁ ମାହି କହିଥାନ୍ତି । ଦେଶରେ ଜଣା ଶୁଣା ଖୁବ ପରିଚିତ ଖେଳାଳି ହେଉଛନ୍ତି ଧୋନି l ସେ ବହୁତ ଥର IPL ଖେଳି କ୍ରିକେଟ ରେ ସ୍ବନାମ ଅର୍ଜନ କରିଛନ୍ତି । ତେବେ ଧୋନି ଚଳିତ ବର୍ଷ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍ ରେ କ୍ୟାପଟେନ ହୋଇ ଖେଳି ଥିଲେ l ସେ ବହୁତ ଭଲ ମଧ୍ୟ ଖେଳି ଥିଲେ lତେବେ ଧୋନୀ କ୍ରିକେଟ ରୁ ସନ୍ନ୍ୟାସ ନେବା ପରେ ବର୍ତ୍ତମାନ ପୁଣି ନୂଆ ନୂଆ ରୁଚିକୁ ଆପଣାଉଛନ୍ତି l

ସେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତେବେ କ୍ରିକେଟରରୁ -ଯବାନ , ଯବାନରୁ –କିଷାନ୍ ଆଉ ଏବେ ପୁଣି କିଷାନ୍ ରୁ କଡ଼କନାଥ୍ କୁକୁଡ଼ା ଚାଷ ପ୍ରେମରେ ଧୋନି ହୋଇ ଛନ୍ତି ପାଗଳ ।ତେବେ ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ପରିଚୟ କଡ଼କନାଥ୍ କୁକୁଡ଼ାକୁ ଧୋନି ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସ ରେ ପାଳିବା କୁ ଯାଉଛନ୍ତି ।

ଏଥି ପାଇଁ ଧୋନି ବହୁତ ଟଙ୍କା ଦେବା ସହ 2 ହଜାର କଡ଼କନାଥ୍ କୁକୁଡ଼ା ଛୁଆ ର ଅର୍ଡ଼ର ମଧ୍ୟ ଦେଇ ସାରିଛନ୍ତି । ତେବେ ସେ ରାଞ୍ଚି ରେ ଜୈବିକ ଚାଷ ସହ କଡ଼କନାଥ୍ କୁକୁଡ଼ା ଚାଷ ଓ ବିକ୍ରି କରିବା କୁ ମନ ବଳାଇଥିବା ମାହି ଆଦିବାସୀ କୃଷକ ବିନୋଦ ମେଡ଼ାଙ୍କୁ ଏହି ଅର୍ଡ଼ର ଦେଇଥିବାର ସୂଚନା ମିଳିଛି ଯାହା ବର୍ତ୍ତମାନ ସୋସିଆଲ ମେଡ଼ିଆ ରେ ବେଶ୍ ଚର୍ଚ୍ଚା ହେଉଛି ।

ତେବେ ମହେନ୍ଦ୍ର ସିଂ ଧୋନୀ ତାଙ୍କର ଜଣେ ସମ୍ପର୍କୀୟ ଭେଟନାରୀ କଲେଜରେ ପ୍ରଫେସର ଥିବା ନିଜ ବନ୍ଧୁଙ୍କ ମାଧ୍ୟମରେ ସେ ବିନୋଦଙ୍କୁ ଡ଼ିସେମ୍ବର 15 ସୁଦ୍ଧା ଅର୍ଡ଼ର ଡ଼େଲିଭରି କରିବା ପାଇଁ କହିଛନ୍ତି ।କ୍ୟାପଟାନ୍ କୁଲ୍ ବା ମାହିଙ୍କ ଠାରୁ ଅର୍ଡ଼ର ପାଇ ଖୁସିରେ ବିନୋଦଙ୍କ ଗୋଡ଼ ଆଉ ତଳେ ଲାଗୁନି । ତେବେ କୁକୁଡ଼ା ଚିଆଁ ଅର୍ଡ଼ର ମିଳିବାକୁ ନେଇ ସେ ଯେତେ ଖୁସି ଅଛନ୍ତି ତା’ଠାରୁ ଅଧିକ ଖୁସି ଅଛନ୍ତି ଧୋନିଙ୍କ ପରି ଜଣେ ସଫଳ କ୍ରିକେଟରଙ୍କୁ ସାକ୍ଷାତ କରିବା ପାଇଁ ।


ଆପଣ ମାନଙ୍କ ସୂଚନା ପାଇଁ କହିରଖୁଛୁ କି ମଧ୍ୟପ୍ରଦେଶର ପରିଚୟ ହେଉଛି କଡ଼କନାଥ୍ କୁକୁଡ଼ା । ଏହି କୁକୁଡାର ରଙ୍ଗ କଳା । ଏହି କଳା ରଙ୍ଗର କୁକୁଡ଼ାକୁ ଭାରତ ସରକାରଙ୍କ ପକ୍ଷରୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳି ସାରିଛି । ତେବେ ଏହି କଡ଼କନାଥ୍ କୁକୁଡ଼ାର ରଙ୍ଗ , ରକ୍ତ , ହାଡ଼ ଏବଂ ମାଂସ ସବୁ କଳା ।

ଏହି କଳା କୁକୁଡ଼ାର ମାଂସ ଖାଇବାକୁ ବହୁତ ସ୍ବାଦିଷ୍ଟ ଏବଂ ଏହା ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ବହୁତ ଉପକାରୀ । ଏହାର ମାଂସ ଶରୀରର ମୋଟାପଣ ଏବଂ କୋଲେଷ୍ଟ୍ରାଲ୍ ଭଳି ସମସ୍ୟାକୁ ଦୂର କରିଥାଏ l ତେବେ ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନୀ ଏହି କଡ଼କନାଥ୍ କୁକୁଡ଼ା ଚାଷ କରିବାକୁ ଯାଉଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମେଡ଼ିଆରେ ନିଆଁ ଭଳି ଭାଇରଲ ହେଉଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment