Odisha News Portal

ହେ ଭଗବାନ !ପୁଣି ଭାରତ ବନ୍ଦ ଡାକରା, ଡିସେମ୍ବର 8 ତାରିଖ ମଙ୍ଗଳବାର ଭାରତ ବନ୍ଦ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…….

0 7

ଆପଣ ମାନେ ତ ଜାଣିଛନ୍ତି କି ଗତ 8 ଦିନ ହେବ କୃଷକ ମାନେ ଦିଲ୍ଲୀର ସୀମାରେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଏହା ଦ୍ୱାରା ଅନେକ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ତାଙ୍କର ଏହି ଆନ୍ଦୋଳନ ଏଥିପାଇଁ କି ନୂତନ କୃଷି ବିଲ ଯେଉଁ ତିଆରି ହୋଇଥିଲା ସେମାନେ ତାହାକୁ ବିରେଧ କରିଛନ୍ତି । ଯାହା ଫଳରେ କି ପଞ୍ଜାବ, ହରିଆଣା ଓ ଦେଶର ଅନ୍ୟକିଛି ରାଜ୍ୟର ଚାଷୀ ମାନେ 8 ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି ।

କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି କୃଷକ , ସେମାନେ ଗତ 4 ଥର ହେବ ବୈଠକ କରିଛନ୍ତି ମାତ୍ର ତାପରେ ମଧ୍ୟ ନିଷ୍କର୍ଷ ବାହାରି ପାରୁନାହିଁ । ଯାହା ଦ୍ୱାରା କି ସେମାନେ ଶୀତ କାକରରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ।

ମାତ୍ର ଏତେ ପରେ ମଧ୍ୟ ସେମାନେ ଆନ୍ଦୋଳନରୁ ଓହରିବା ପାଇଁ ରାଜି ହେଉ ନାହାନ୍ତି । ତେବେ ଏଥିପାଇଁ ସେମାନେ ମଙ୍ଗଳବାର ଦିନ ଅର୍ଥାତ 8 ତାରିଖରେ ଭାରତ ବନ୍ଦ ଡାକରା କରିଛନ୍ତି । ଆନ୍ଦୋଳନର ତୀବ୍ର ଦାବି ନେଇ ସେମାନେ ମଙ୍ଗଳବାର ଦିନ 8 ତାରିଖରେ ଭାରତ ବନ୍ଦ ଡାକରା ଦେଇଛି କୃଷ୍ଟି ସଂଙ୍ଗଠନ ।

କୃଷି ନିୟମକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ସରକାଙ୍କର ଆଗରେ ଦାବି କରିଆସୁଛନ୍ତି । ଗତ କାଲି ସରକାରଙ୍କ ସହ ବୈଠକ ହେବା ସମୟରେ ସରକାରଙ୍କୁ ଏହି ଦାବି ବିଷୟରେ ଜଣାଇ ଦିଆଯାଇଛି । ମାତ୍ର ଦାବି ଶୁଣିବା ପରେ ମଧ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ଯେଉଁଥିପାଇଁ ସେମାନେ ଡିସେମ୍ବର 8 ରେ ଭାତର ବନ୍ଦ ଡାକରା କରିଛନ୍ତି । ତେହେ ଏହି ଭାରତ ବନ୍ଦ ଘୋଷଣା ଭାରତୀୟ କିଷାନ ସଂଗଠନର ସାଧାରଣ ସଂପାଦକ ହରବିନ୍ଦର ସିଂ ଲଡଖ୍ୱାଲ କହିଛନ୍ତି । ସେ କହିଛନ୍ତି କି ଶନିବାର ଦିନ ଅନ୍ୟ ଏକ ବୈଠକ ରହିଛି , ଯଦି ସେହି ବୈଠକରେ ସରକାର ତାଙ୍କର ଦାବି ନଶୁଣନ୍ତି ତେବେ ସେହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି କହିଛନ୍ତି ଚାଷୀ ନେତା ଗୁରୁନାମ ସିଂ ।

ତେବେ ଏହି ଶନିବାର ଦିନ ଯେଉଁ ବୈଠକ ହେବ ତାହାରି ଉପରେ ସମସ୍ତଙ୍କର ନଜର ରହିଛି । ଯଦି ଏହି ବୈଠକରେ କୃଷକଙ୍କର ଦାବି ପୂରଣ ହୋଇଗଲା ତେବେ ସେମାନେ ଅନ୍ୟ କିଛି ଆନ୍ଦୋଳନ କରିବେ ନାହିଁ ଯଦି ସରକାର ସେମାନଙ୍କର କଥା ନମାନିଲେ ତେବେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବା ସହିତ 8 ତାରିଖରେ ଭାରତ ବନ୍ଦ ମଧ୍ୟ ହୋଇପାରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।