Odisha News Portal

ଭାରତ-ଚୀନ୍ ସୀମାନ୍ତ ଖାତରେ ଖସିଲା ସେନା ଜିପ୍ ସହିଦ୍ ହେଲେ ଓଡ଼ିଆ ପୁଅ । ତାଙ୍କ ବଳିଦାନ ପାଇଁ ଗୋଟିଏ ସେୟାର ଏବଂ ଜୟ ହିନ୍ଦ ଲେଖନ୍ତୁ….

ଭାରତ ପାଇଁ ପୁଣି ଏକ ବହୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଉ ଯେଉଁଥି ପାଇଁ ଆଜି ସାରା ଭାରତ ଶୋକାକୂଳ ପରିସ୍ଥିତି ଦେଇ ଗତି କରୁଛି । ତେବେ ଆପଣ ମାନେ ନିହାତି ଭାବରେ ଜାଣି ଥିବେ ଯେ ଗତ ରବିବାର ଦିନ ସିକ୍କିମର ଭାରତ-ଚୀନ୍‌ ନାଥୁଲା ସୀମା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଆଉ ସେଠାରେ ସେନାର ଏକ ଗାଡ଼ିରେ ଭାରତୀୟ ଯବାନ୍ ‌ମାନେ ଯାଉ ଥିବା ସମୟ ରେ ବରଫ ରାସ୍ତାରେ ଗାଡ଼ିଟି ରାସ୍ତା ତଳକୁ ଖସି ଯାଇଥିଲା । ଆଉ ଯାହା ଫଳରେ ଗାଡ଼ିରେ ଥିବା ଚାରି ଜଣ ଯବାନ୍‌ ଙ୍କ ର ଉକ୍ତ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇ ଥିଲା ।

ଆଉ ଜଣେ ଗୁରୁତର ଙ୍କୁ ହେଲିକପ୍ଟର ଯୋଗେ କୋଲକାତା ଅଣାଯାଇ ଚିକିତ୍ସା କରା ଯାଉଛି । ତେବେ ଏହି ଘଟଣା ସମ୍ପର୍କରେ ପୂର୍ବ ସିକ୍କିମର ଏସ୍‌ପି ସୂଚନା ଦେଇଛନ୍ତି । ଆଉ ଏହା ପରେ ବର୍ତ୍ତମାନସୁଦ୍ଧା ସାରା ଦେଶରେ ଏକ ଶୋକର ଛାୟା ଖେଳି ହୋଇ ରହିଛି ।


ଆଉ ଅନ୍ୟ ପକ୍ଷରେ କହିବାକୁ ଗଲେ ଚୀନ ସୀମାନ୍ତରେ ଘଟିଥିବା ଏହି ଦୁର୍ଘଟଣା ରେ ଜଣେ ଓଡ଼ିଆ ଯବାନଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତେବେ ସେ କାର୍ଯ୍ୟରତ ଥିଲା ବେଳେ ଏକ ଜିପ ଦୁର୍ଘଟଣା ରେ ହିଁ ଏହି ଓଡ଼ିଆ ଯବାନ ଙ୍କ ମୃତ୍ୟୁ ହୋଇ ଥିବା ନେଇ ତାଙ୍କ ସଂପର୍କୀୟ ଓ ଗ୍ରାମବାସୀ ଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମିଳିଛି ଯେ ଏହି ସହିଦ ଯବାନ୍‌ ଜଣକ ଗଂଜାମ ଜିଲ୍ଲା କବି ସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡପାଟଣା ଗ୍ରାମ ର ଯଜ୍ଞନାରାୟଣ କର ବୋଲି କୁହା ଯାଉଛି । ତେବେ ତାଙ୍କ ପରିବାର ଲୋକଙ୍କୁ ସେନା ବିଭାଗ ର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।


ଆଉ ଏହାପରେ ଯଜ୍ଞ ଙ୍କ ଗ୍ରାମରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି । ଏହାସହିତ ଉକ୍ତ ଅଂଚଳରେ ଯଜ୍ଞନାରାୟଣ କର ଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଯଜ୍ଞ ନାରାୟଣଙ୍କ ମର ଶରୀର ଗାଁକୁ ଆସୁଛି ।

ତାଙ୍କ ମରଶରୀର କୁ ତାଙ୍କ ଜନ୍ମସ୍ଥାନ ଆଠଗଡପାଟଣା ରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇ ଶେଷକୃତ୍ୟ କରାଯିବ ବୋଲି କହିଛନ୍ତି ପ୍ରକାଶ ମିଶ୍ର । ପୁଅର ମୃତ୍ୟୁ ଖବର ପାଇବା ପରେ ବାପା ମାଆ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ନିଜକୁ ସମ୍ଭାଳି ପାରୁ ନାହାନ୍ତି ସେମାନେ ।

ପୁଅର ମୃତ୍ୟୁ ସେମାନଙ୍କୁ ଏକ ଗଭୀର ଦୁଃଖ ପହଞ୍ଚାଇ ଅଛି। ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି ଓଡ଼ିଆ ପୁଅ ଯଜ୍ଞ ନାରାୟଣ ଗତ ବର୍ଷ ବିବାହ କରିଥିଲେ । ଆଉ ଏବେ ସ୍ଵାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ସ୍ତ୍ରୀ , ପରିବାର ନୁହଁ ଏବଂ ସାରା ଗ୍ରାମବାସୀ । କହି ରଖୁଛୁ କି ଘଟିଥିବା ଏହି ଦୁର୍ଘଟଣା ରେ ଏଥିରେ ଯଜ୍ଞଙ୍କୁ ମିଶାଇ ମୋଟ ଚାରି ଜଣ ଯବାନ୍‌ଙ୍କ ମୃତ୍ୟୁ ଘଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।