ପ୍ରଥମ ଓଡିଆ ଅନ୍ତଜାତୀୟ ର୍କିକେଟର ଦେବାଶିଷ ମହାନ୍ତିଙ୍କୁ ବଡ ଦିନ ପରୂର୍ବରୁ ମିଳିଛି ବହୁତ ବଡ ଶୁସିର ଖବର । ବିସିସିଆଇର ବରିଷ୍ଟ ଚୟନ କର୍ତ୍ତା ସମିତି ସଦସ୍ୟ ଭାବେ 44 ବର୍ଷିୀୟ ଦେବାଶିଷଙ୍କୁ ଗୁଗୁବାର ଦିନ ମୋନନୀତ କରାଯାଇଛି । ଅନ୍ୟତମ ପୂର୍ବତନ ଖେଳାଳୀ ଚେତନ ଶର୍ମାଙ୍କୁ ଚୟନ , ସମିତିର ଅଧ୍ୟକ୍ଷ ଏବଂ ପୂର୍ବତନ ଦ୍ରୁତ ବୋଲର ଈବେ କୁରୁଭିଲାଙ୍କୁ ସଦସ୍ୟ ବାବେ ମନୋନୀତ କରାଯାଇଛି । ପୂର୍ବରୁ ଦେବାଶିଷ ବିସିସିଆଇର କନିଷ୍ଟ ଚୟନକର୍ତ୍ତା ଭାବେ ରହିଥିଲେ ମାତ୍ର ଏବେ ସେ ତାହାର ପଦୋନ୍ନତି କରିଛନ୍ତି ଅର୍ଥାତ କନିଷ୍ଟରୁ ବରିଷ୍ଟକି ଗତି କରିଛନ୍ତି ।
ଏହି ବରିଷ୍ଟ ସଦସ୍ୟରେ 5 ଜଣ ସଦସ୍ୟ ଚୟନ କର୍ତ୍ତା ବାବେ ରହିଥାନ୍ତି ତେବେ ଏବେ ମଧ୍ୟ 5 ଜଣ ରହିଛନ୍ତି ମାତ୍ର ଏହି ତିନି ଜଣ ନୂତନ ଭାବେ ବରିଷ୍ଟରେ ଯୋଗଦାନ କରିଛନ୍ତି । ଦ୍ୱିତୀୟ ଓଡିଆ ଭାବେ ସେ ଏହି କମିଟିରେ ସାମିଲ ହୋଇଛନ୍ତି ।
ଏହାଙ୍କ ପୂର୍ବରୁ ରଞ୍ଜନ ବିଶ୍ୱାଳ ସିନିୟର ଚୟନ କମିଟିର ସଦସ୍ୟ ଥିଲେ । ମଦନ ଲାଲ , ରୁଦ୍ର ପ୍ରତାପ ସିଂହ ଓ ସୁରକ୍ଷାର ନାୟିକାଙ୍କୁ ନେଇ ଗଠିତ କ୍ରିକେଟ ପରାମର୍ଶ ଦାତା କମିଟି ( ସିଏସି ) ଏହି 3 ଜଣଙ୍କର ନାମ ସୁପାରିଶ କରିଥିଲେ ପରେ ବିସିସିାଇ ଏଥିରେ ମୋହର ମାରିଛି । ବରିଷ୍ଟତା ଦୃଷ୍ଟିରୁ ଚେତନ ଶର୍ମା ଚୟନ କମିଟିର ଅଧ୍ୟକ୍ଷ ହୋଇଛନ୍ତି ।
1977 ରେ ପ୍ରଥମ ଓଡିଆ ଭାବେ ଅନ୍ତଜାତୀୟ ପଦାର୍ପଣ କରିଥିବା ଦେବାଶିଷ ମହାନ୍ତି ଭାରତ ପାଇଁ 2ଟି ଟେଷ୍ଟ ଓ 45 ଦିନିକିଆ ଖେଳଇଥିଲେ । 199 ବିଶ୍ୱକପରେ ମଧ୍ୟ ଦେଶରେ ପ୍ରତିନିଧିତ୍ୱ କରି ଅନ୍ୟତମ ସଫଳ ବୋଲର ଥିଲେ । ଓଡିଶା ପୂର୍ବାଞ୍ଚଳ ପାଇ ଖେଳିଥିବା ଦେବାଶିଷ ନିଜ 117 ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନରେ 417 ୱିକେଟ ନେଇ ରାଜ୍ୟର ଅଗ୍ରଣୀ ବୋଲର ରହିଛି । ଓଡିଶା ରଜଣୀ ଦଳର ନେତୃତ୍ୱ ନେବା ସହ ଓଡିଶା ଦଳକୁ ମଧ୍ୟ ପ୍ରଶିକ୍ଷଣ ଦେଇ ନକ ଆଉଟରେ ପହଞ୍ଚାଇଥିଲେ ।
ଏବେ ଭାରତୀୟ ଦଳର ଚୟନ କର୍ତ୍ତା ହେବା ପରେ ସେ ରଞ୍ଜନ ବିଶ୍ୱଳଙ୍କ ପରେ ଦ୍ୱିତୀୟ ଓଡିଆ କ୍ରିକେଟର ହୋଇଛନ୍ତି । ଅନ୍ୟତମ ଓଡିଆ ପ୍ରଜ୍ଞାନ ଓଝା ଆଇପିଏଲ ପରିଚାଳନା ପରିଷଦରୁ ମନୋନୀତ ହେବାରେ ଗୋଟିଏ ଦିନ ପରେ ଦେବାଶିଷ ମହାନ୍ତି ବରିଷ୍ଟ ବର୍ଗ ଜାତୀୟ ଚୟନକର୍ତ୍ତା ହେବା ଓଡିଶା କ୍ରିକେଟ ଦୁନିଆରେ ମଧ୍ୟ ଶୁସିର ଲହରୀ ଖେଳାଇ ଦେଇଛି । ତେବେ ଓଡିଶା ପାଇଁ ଏହା ବହୁତ ଗର୍ବର କଥା ଏବଂ ଦେବାଶିଷ ମଧ୍ୟ ବହୁତ ଖୁସିରେ ଅଛନ୍ତି କାରଣ କନିଷ୍ଟରୁ ଏବେ ବରିଷ୍ଟକୁ ଚୟନ ହୋଇଛନ୍ତି , ଯାହା ତାଙ୍କ ଜୀବନ ପାଇଁ ବହୁତ ବଡ ଖୁସିର କଥା ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।