Odisha News Portal

ମହାମାରୀ ଭିତରେ ବଡ ନିଷ୍ପତି: ତମାଖୁ ସେବନ କରୁଥିଲେ ଏଣିକି ମିଳିବନି ଚାକିରୀ…ବିଡି, ସିଗାରେଟ୍, ଗୁଟୁଖା ଖାଉଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ମନା…

ସିଗାରେଟ୍ ଟାଣୁଥିଲେ ମିଳିବନି ଚାକିରି । ତମାଖୁ ସେବନ କାରୀଙ୍କୁ ଏବେ ନିଯୁକ୍ତି ମନା । ଆସନ୍ତା ବର୍ଷରୁ ଲାଗୁ ହେବ ନୂଆ ନିୟମ । ଏଣିକି ବିଡି , ସିଗାରେଟ, ଗୁଟୁକା ଭଳି ତମାଖୁ ସେବନ କାରୀଙ୍କୁ ଆଉ ମିଳିବନି ସରକାରୀ ଚାକିରି । ଯଦି ଆପଣ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି ତେବେ ଏଥି ପାଇଁ ଆପଣଙ୍କୁ ଆବେଦନ ସମୟରେ ଦସ୍ତାବିଜ୍ ସହ ଏକ ଶପଥ ପତ୍ର ମଧ୍ୟ ଦେବାକୁ ପଡିବ । ଯେଉଁ ଥିରେ ଆପଣ ନାଁ କେବେ ତମାଖୁ ସେବନ କରିଛନ୍ତି ନାଁ ହିଁ ଭବିଷ୍ୟତ ରେ କେବେ କରିବେ ସେ ନେଇ ଏହି ସତ୍ୟ ପାଠରେ ଉଲ୍ଲେଖ କରିବାକୁ ପଡିବ ।

ତେବେ ସରକାରୀ ଚାକିରି ଆଶାଇ ଯୁବକ ଯୁବତୀ ମାନଙ୍କ ପାଇଁ ଏଭଳି ଏକ ଅଜବ ନିତି ଆଣିଛନ୍ତି ଝାଡଖଣ୍ଡ ସରକାର । ଯାହାକୁ ଆସନ୍ତା ବର୍ଷ ତଥା 2021 ଏପ୍ରିଲ ପହିଲାରୁ ଝାଡଖଣ୍ଡ ରେ ଲାଗୁ କରି ଦିଆ ଯିବ । ତମାଖୁ ଦୋକାନ ରେ ମିଳିବନି ଖାଦ୍ୟ ସାମଗ୍ରୀ । ତେବେ ତମାଖୁ ଭଳି ମାରାତ୍ମକ ଅଭ୍ୟାସରୁ ଯୁବପିଢିଙ୍କୁ ନିବୃତ ରଖିବା ପାଇଁ ଝାଡଖଣ୍ଡ ସରକାର ତମାଖୁ ନିୟନ୍ତ୍ରଣ କମିଟି ସହ ଆଲୋଚନା କରି ଥିଲେ । ଆଉ ଏହି ବୈଠକ ରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ଦୋକାନୀ ମାନେ କୌଣସି ପ୍ରକାର ର ଖାଦ୍ୟ ସାମଗ୍ରୀ ବିକ୍ରି. କରି ପାରିବେ ନାହିଁ ।

ଏପରିକି ଏଭଳି ଦୋକାନୀଙ୍କୁ ଚା ବିସ୍କୁଟ ବି ବିକ୍ରି କରିବାକୁ ଅନୁମତି ଦିଆ ଯିବ ନାହିଁ । ଏଭଳି ଝାଡଖଣ୍ଡ ସରକାରଙ୍କ ଅଧିନରେ ଚାକିରି ପାଇଁ ଆଶାଇ ପ୍ରାଥୀଙ୍କୁ ଆବେଦନ ସମୟରେ ସତ୍ୟପାଠ ରେ ଉଲ୍ଲେଖ କରିବେ କି ସେମାନେ ପୂ୍ର୍ବରୁ କେବେ ତମାଖୁ ସେବନ କରୁ ନଥିଲେ କି ଆଗକୁ ବି କେବେ କରିବେ ନାହିଁ ।

ଅନ୍ୟ ପକ୍ଷରେ ଝାଡଖଣ୍ଡ ସରକାର ଙ୍କର ଏଭଳି ନିଷ୍ପତି କୁ ସ୍ବାଗତ କରିଛନ୍ତି ଝାଡଖଣ୍ଡ ବିଜେପି ନେତା ଶିବ ପୂଜନ ପାଠକ । ପାଠକ କହିଛନ୍ତି କେବଳ ତମାଖୁ ନୁହେଁ ରାଜ୍ୟ ସରକାର ମଦ ବନ୍ଦକୁ ନେଇ ବି ଚିନ୍ତା କରିବାର ଆବଶ୍ୟକତା ରହିଛି । ଝାଡଖଣ୍ଡ କୁ ,ସଂମ୍ପୂର୍ଣ୍ଣ ନିଶା ମୁକ୍ତ କରିବାକୁ ସରକାର ଆଗଭର ହୁଅନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ଶିବ ପୂଜନ ପାଠକ ।

ତେବେ ବର୍ତ୍ତମାନ ସମୟ ରେ ଝାଡଖଣ୍ଡ ସରକାର ଙ୍କର ଏଭଳି ଏକ ଉଚ୍ଚ କୋଟିର ନିଷ୍ପତି ପାଇଁ ସବୁ ଆଡେ ଚର୍ଚ୍ଚା ଚାଲିଛି । ଆଉ ଏହି ନିୟମ ଲାଗୁ ହେଲେ ଝାଡଖଣ୍ଡ ରେ କିଛି ପରିମାଣ ରେ ନିଶା ମୁକ୍ତ ହୋଇ ପାରିବ ବୋଲି ଆଶା କରା ଯାଉଛି । ଏହି ନିୟମ ଅନୁସାରେ ଯଦି ସାରା ଦେଶରେ କିଛି ଏପରି ହୋଇଥାନ୍ତି ତେବେ ହୁଏତ ସାରା ଦେଶ ନିଶା ମୁକ୍ତ ହୋଇପାରନ୍ତା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।