Odisha News Portal

IAS ପ୍ରଶ୍ନ –କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଢ ଶୋରିଷଠୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ

ଆଜିର ସମୟରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ କାରଣ ଅଧିକାଂଶ ସମୟରେ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନର ଆବଶ୍ୟକତା ରହିଥାଏ । ଇଣ୍ଟରଭ୍ୟୁ ଗୋଡିକରେ ଅତି ସହଜ ଓ ମଜାଳିଆ ପ୍ରଶ୍ନ ଗୁଡିକ ପଚାରାଯାଇଥାଏ ଯାହାର ଉତ୍ତର ଅଧିକାଂଶ ପିଲାମାନେ ଦେଇ ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କେତେକ ଢଗଢମାଳୀ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।

1 ଗୋଟିଏ ଗୁମ୍ଫାରେ ଦୁଇଟି ବାଟ ଗୁମ୍ଫାରେ ଲାଗେନି କେବେ କବାଟ ଗୁମ୍ଫାଟି ଜୀବନ ଦ୍ୱାର ପାରିବ ଯଦି କହିଲ ଦେଖି କଣ ନାଁ ତାର ?
ଉତ୍ତର – ନାକ ।

2 କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଷଣ୍ଢ ଶୋରିଷଠୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?
ଉତ୍ତର – ଉକୁଣି ।

3 ରାସ୍ତା ଅଛି ହେଲେ ଗାଡି ନାହିଁ , ବଣ ଅଛି ହେଲେ ଗଛ ନାହିଁ , ଗାଁ ଅଛି ହେଲେ ମଣିଷ ନାହିଁ କହିଲ ଦେଖି – ଏମିତି ଯାଗାଟେ କାହିଁ ?
ଉତ୍ତର – ମାନଚିତ୍ର ।

4 ଦୁନିଆ ସାରା ବୁଲୁଚି ସିଏ , ପାଦ ତା ଛୁଏଁନି ମାଟି ଦିନରେ ଶୋଉଚି ରାତିରେ ଚେଉଁଚି ତା ବିନା ଅନ୍ଧାର ରାତି ?
ଉତ୍ତର – ଜହ୍ନ ।

5 ଦେହରେ ମୋର ପ୍ରଚୁର ବଳ , ଜହ୍ନ ପରିକା ଗଢଣ ମୋର ସମସ୍ତଙ୍କର ପ୍ରିୟ , ମୋ ବିନା ତମ ଜୀବନ କଷ୍ଟ ନାଁଟି ମୋର କୁହଁ ?
ଉତ୍ତର – ରୁଟି ।

6 ସବୁଜ ହେଲେ ପତର ନୁହଁ , ନକଲ କରେ ମାଙ୍କଡ ନୁହଁ , ଯାହା ଶିଖିବ ତାହା କହିବ ନାଁଟି ତା’ର କୁହ ?
ଉତ୍ତର – ଶୁଆ ।

7 ନାଲି ଘୋଡାଟି ଯୁଆଡେ ଯାଏ , କଳା ଘୋଡା ସବୁ ଡରି ପଳାଏ କହିଲ ଦେଖି ଏହି ନାଲି ଘୋଡାଟି କିଏ ?
ଉତ୍ତର – ନିଆଁ ।

8 ଯେତେ ଦବ ସେତେ ନେବି ଆଗରେ ପଡିଲେ କାଟି ଦେବି ବାଟ ମୋର ଲୁହା , ପାଦ ମୋର ଲୁହା ଯିଏ କହିବ ତା ପାଇଁ ଚକଲେଟ ଥୁଆ ?
ଉତ୍ତର – ରେଳଗାଡି ।

9 ଛୁଇଁ ହୁଏ ହେଲେ ଧରି ହୁଏନା , ବୁଝି ହୁଏ ହେଲେ ଦେଖି ହୁଏନା ସବୁଠା ଥାଏ ସେ ମାଟିଠୁ ଆକାଶ ତା ବିନା ଜୀବନ ଜୀଇଁ ହୁଏନା ?
ଉତ୍ତର – ପବନ ।

10 ଡାଳ ନାହିଁ କି ପତ୍ର ନାହିଁ , ଫୁଲ ନାହିଁ କି ଫଳ ନାହିଁ , ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇଁ ଦିଏ ଖରାକୁ ସେ ଛତା ?
ଉତ୍ତର – କେଶ ।

11 ଦୁହେଁ ମିଶିଲେ କରଇ ଶବ୍ଦ ଜନ୍ତ୍ର ନୁହେଁ ସେ ତଥାପି ବାଦ୍ୟ ?
ଉତ୍ତର – ହାତ ତାଳି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।