Odisha News Portal

ଉଭୟ ପତି ପତ୍ନୀ ଆଇଏସ ଟପ୍ପର , ହେଲେ ଦୁଇ ବର୍ଷରେ ଛାଡପତ୍ର , ପ୍ରକୃତ କାରଣ ଜାଣିଲେ ବୋଧେ ଆପଣ ମଧ୍ୟ ଚକିତ ହୋଇପାରନ୍ତି !

ଉଭୟ ପତି ପତ୍ନୀ ଆଇଏସ ଟପ୍ପର , ହେଲେ ଦୁଇ ବର୍ଷରେ ଛାଡପତ୍ର । ଏହି ଚର୍ଚ୍ଚିତ ଆଇଏଏସ ଦମ୍ପତ୍ତିଙ୍କର ବିବାହ ବିଚ୍ଛେଦ ହେବାକୁ ଯାଉଛି । ଉଭୟ ସହମତିରେ ଛାଡପତ୍ର ନେବାକୁ ନିଶ୍ପତ୍ତି ନେଇଛନ୍ତି । 2015 ବ୍ୟାଚରେ ଯୁପିଏସ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିଲେ ଏହି ଦୁଇ ଦମ୍ପତ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିଲେ ଟିନା ଦାବି ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଅତହର ଅମିର ଖାନ । ଅର୍ଥାତ ପୁଅ ମାନଙ୍କ ମଧ୍ୟରେ ଟପ୍ପର ହୋଇଥିଲେ ଅତହର । ଉଭୟ ଟ୍ରେନିଂ ପାଇଁ ମୁତହିର ସ୍ଥିତ ଲାଲ ବାହାଦୁର ଶାସ୍ତ୍ରି ଆଡମିନଷ୍ଟ୍ରେସନରେ ପରସ୍ପର ପ୍ରେମରେ ପଡିଲେ । ଏହା ପରେ ସେମାନେ ବିବାହ ପରି ଏକ ବଡ ନିଷ୍ପତ୍ତି ମଧ୍ୟ ନେଲେ ।

ସେତେବେଳେ ଏହି ଦୁଇ ଉଚ୍ଚ ଶିକ୍ଷିତ ଅଫିସର ମାନଙ୍କୁ ନେଇ ବହୁତ ଚର୍ଚ୍ଚା ହେଲା । ସାରା ଦେଶରେ ଏହି ଯୋଡି ଉଦାହରଣ ବୋଲି କୁହାଗଲା । ଟିନା ଏବଂ ଅତହର ଉଭୟଙ୍କୁ ରାଜସ୍ଥାନ କ୍ୟାଟେରରେ ଚାକିରୀ ମିଳିଲା । ବିବାହ କରି ଦୁଇ ଜଣ ରାଜସ୍ଥାନରେ ରହିଲା ମାତ୍ର ଆଶ୍ଚର୍ଯ୍ୟ କଥା ହେଉଛି କି ଏବେ ଦୁଇ ଜଣ ପରସ୍ପରକୁ ଛାଡପତ୍ର ଦେବାର ନିଷ୍ପତ୍ତି ନେଇଛନ୍ତି । ଜୟପୁରର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଦୁଇ ଜଣ ଆବେଦନ କରିଛନ୍ତି । ଆସନ୍ତା କିଛି ଦିନ ମଧ୍ୟରେ ଏହା ଉପରେ କୋର୍ଟ ଶୁଣାଣି କରିବେ ।


ଟିନା ଡାବି ଏବଂ ଅତହର 2018 ମସିହାରେ ବିବାହ କରିଥିଲେ , ତେବେ ଟିନା ଏବଂ ଅତହର ଦାଖଲ କରିଥିବା ଆବେଦନରେ ଉଲ୍ଲେଖ କରିଛନ୍ତି କି ସେମାନେ ଦୀର୍ଘ ସମୟ ଧରି ଆଲଗା ରହୁଛନ୍ତି । ଆଗକୁ ସେମାନେ ତାଙ୍କର ଦାମ୍ପତ୍ୟ ଜୀବନ ଜାରି ରଖିବା ପାଇଁ ଚାହୁଁନାହାନ୍ତି । ତେବେ ଉଭୟଙ୍କ ସହମତି ଅନୁଯାୟୀ ଆଇନତଃ ଅଲଗା ହେବା ପାଇଁ ଚାହୁଁଛନ୍ତି । ଯେଉଁଥିପାଇଁ ସେମାନେ ଛାଡପତ୍ର ନେବାର ନିଷ୍ପତ୍ତି ନେଇଛନ୍ତି । ଏହି ବିବାହ ସେତେବେଳେ ଅନେକ ଦୃଷ୍ଟିରୁ ଚର୍ଚ୍ଚାରେ ଥିଲା ।

ଟିନା ହେଉଛନ୍ତି ପ୍ରଥମ ଦଳିତ ମହିଳା ଯିଏ କି ସିଭିଲ ସର୍ଭିସରେ ଟପ୍ପର ହୋଇଛନ୍ତି । ତାଙ୍କର ଘର ଭୋପାଳରେ ତାଙ୍କର ବାପା ମା ଇଣ୍ଡିଆନ ଇ଼୍ଜିନ ସର୍ଭିସରେ ଚାକିରୀ କରିଥିଲେ । ଅତହରଙ୍କ ଘର ହେଉଛି ଆଇନ ଶୃଙ୍ଖଳା ଦୃଶ୍ଟିରୁ ଅସ୍ଥିର ଥିବା ଦକ୍ଷିଣ କାଶ୍ମିରରେ । ଅତହର ହିମାଚଳ ପ୍ରଦେଶର ମଣ୍ଡି ଆଇଆଇଟିରୁ ବିଟେକ କରିଛନ୍ତି । ବିବାହ ପରେ ସେମାନଙ୍କର ବିବାହ ଭୋଜିରେ ବହୁତ ବଡ ବଡ ରାଜନୈତିକ ନେତା ଏବଂ ବଡ ବଡ ଅଫିସର ମାନେ ଯୋଗ ଦେଇଥିଲେ ।

ବିବାହ ପରେ ଏମାନେ ଜପୁରରେ ସାଙ୍ଗରେ ରହୁଥିଲେ ମାତ୍ର ପରେ ଟିନାଙ୍କର ଶ୍ରୀନଗରରେ ବଦଳି ହେବା ପରେ ଦୁହେଁ ଅଲଗା ହୋଇ ରହିଲେ । ଏହା ପରେ ଅତହର କିଛି ମାସତଳେ ଟିନାକୁ ତାର ସୋସିଆଲ ମିଡିଆ ଆକାଉଣ୍ଟରୁ ଅନଫୋଲ କରିଦେଇଥିଲେ ଏହା ପରେ ଟିନା ମଧ୍ୟ ଟ୍ୱିଟର ଏକାଉଣ୍ଟରୁ ଅତହରକୁ ଅନଫୋଲେ କରିଦେଇଥିଲେ । ଏହା ପରେ ଟିନା ତାଙ୍କର ନାମର ଖାନକୁ ହଟାଇ ଦେଇଥିଲେ । ସୋସିଆଲ ମିଡିଆରୁ ଜଣାପଡିଥିଲା କି ତାଙ୍କ ମଧ୍ୟରେ କିଛି ଭଲ ଚାଲିନାହିଁ । ାହା ମଧ୍ୟ ସତ ପ୍ରମାଣିତ ହୋଇଛି ଏବେ ଦୁଇ ଜଣ ଅଲଗା ହେବା ପାିଁ ନିଷ୍ପତ୍ତି ନେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।