ଆଇ ଲଭ ୟୁ ମାଇ ଜାନ… ମାଇ ବୟ ୟୁ ଆର ମାଇ ହାର୍ଟ ବିଟ… Vidual ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ଧନୀ ହେଉ କି ଗରିବ ଲୋକ ହୁଅନ୍ତୁ। କେହି ବି ସବୁଦିନ ପାଇଁ ରହିବେ ନାହିଁ। ଦିନେ ନା ଦିନେ ଆମ ସମସ୍ତଙ୍କୁ ଛାଡ଼ି ଯିବା ପାଇଁ ପଡ଼ିବ। ଯଦି ନିଜ ଲୋକ କେହି ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ, କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ ହୋଇଥାଏ। ବର୍ତ୍ତମାନ ସମୟରେ ଜଣେ ଅଭିନେତା ସିଙ୍ଗର ଗାଡ଼ି ଆକ୍ସିଡେଣ୍ଟ ରେ ମୃତ୍ୟୁ ହୋଇସାରିଛି। ତାପରେ ସେ ଏକ ଦୁଃଖ ଭରା ପୋଷ୍ଟ କରିଥିବା ଦେଖିବା ପାଇଁ ମିଳିଛି।

ବନ୍ଧୁଗଣ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ମଙ୍ଗଳବାର ରାତିରେ ଦିଲ୍ଲୀରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ ସହିତ ତାଙ୍କ ଗାର୍ଲଫ୍ରେଣ୍ଡ ରୀନା ରାୟ ମଧ୍ୟ କାରରେ ଥିଲେ। ପୋଲିସଙ୍କ କହିବା କଥା ଅନୁସାରେ ରୀନା କାରର ବାମ ପାର୍ଶ୍ୱରେ ବସିଥିଲେ। ସେଥିପାଇଁ ତାଙ୍କର ଅଧିକ କିଛି କ୍ଷତି ହୋଇନଥିଲା। କାର ଭିତରେ ବସିଥିବା ରୀନା ସିଟ୍ ବେଲ୍ଟ ପିନ୍ଧିଥିଲେ ଏବଂ ଖୋଲିବା ପରେ ତାର ଏୟାରବ୍ୟାଗ ଫାଟି ନଥିଲା। ହେଲେ ଦୀପ ସିଦ୍ଧୁଙ୍କ ଏୟାର ବ୍ୟାଗ ଫାଟି ଯାଇଥିଲା।

ଏୟାରବ୍ୟାଗ ଦୁର୍ଘଟଣା ପରେ ରୀନାଙ୍କ ମୁଣ୍ଡ ଏବଂ ଛାତି ଅଞ୍ଚଳରେ କୌଣସି ପ୍ରକାର ଗୁରୁତର ଆଘାତ ହୋଇନଥିଲା। ଯାହା ଫଳରେ ତାଙ୍କର ଜୀବନ ରକ୍ଷା ହୋଇ ଯାଇଥିଲା। ଏପଟେ ସେ ଟିକିଏ ସୁସ୍ଥ ହେବା ପରେ ଦୁର୍ଘଟଣାର କାରଣ କ’ଣ ତାହା ଜାଣିବା ପାଇଁ ତାଙ୍କୁ ପୋଲିସ ପଚରାଉଚରା କରିଥିଲା। ରିପୋର୍ଟ ଅନୁସାରେ ରୀନା ରାୟ ଜାନୁଆରୀ 13 ରେ ଆମେରିକାରୁ ଭାରତ ଆସିଥିଲେ। ଏହାପରେ ସେମାନେ ହରିୟାଣାର ଗୁରୁଗ୍ରାମର ଓବରୋଇ ହୋଟେଲରେ ରହିଥିଲେ। ମଙ୍ଗଳବାର ରାତି ପ୍ରାୟ ୧ ଘଟିକା ବେଳେ ସେମାନେ ଗୁରୁଗ୍ରାମ ଛାଡିଥିଲେ।

ଏହାପରେ ତାଙ୍କର ସଡ଼କ ଦୃଘଟଣା ହୋଇଥିଲା। ଏହାପରେ ରୀନା ଅତି କୋହ ଭାବନାରେ ଏହା କହିଥିଲେ ଯେ ସେ ତାଙ୍କୁ ବହୁତ ଭଲ ପାଆନ୍ତି। ଦେହ ସିନା ଅଲଗା ହୋଇଗଲା ହେଲେ ଆତ୍ମା କେବେବି ଅଲଗା ହୋଇନଥାଏ। ଯଦି ଦେଖିବା 2020 ମସିହାରେ ଆଣିଥିବା ତିନୋଟି କୃଷି ସଂସ୍କାର ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ସମୟରେ ଦୀପ ସିଦ୍ଧୁ ଜାତୀୟ ସ୍ତରରେ ଶୀର୍ଷକ ଖବର ପ୍ରକାଶ କରିଥିଲେ। ଜାନୁୟାରୀ 2021 ମସିହାରେ ଦୀପ ସିଦ୍ଧୁଙ୍କୁ ଦିଲ୍ଲୀର ହିଂସା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ଗଣତନ୍ତ୍ର ଦିବସରେ ଏକ ଆନ୍ଦୋଳନକାରୀ ଧାର୍ମିକ ପତାକା ଉତ୍ତୋଳନ କରିଥିଲେ। ପରେ ଜାନୁଆରୀ 26 ହିଂସା ଘଟଣାରେ ଦୀପ ସିଦ୍ଧୁଙ୍କୁ ଗିରଫ କରାଯାଇଥିଲା। ଯାହାବି ହେଉ ଭଗବାନ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment