ବନ୍ଧୁଗଣ ଆପଣ ଜାଣିଛନ୍ତି ଓଡ଼ିଆ ସିନେମା ଜଗତର କିଛି ଏମିତି କଳାକାର ଅଛନ୍ତି ଯାହାଙ୍କୁ ଅଗଣିତ ଦର୍ଶକ ବହୁତ୍ ଭଲ ପାଆନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ସ୍ବରାଜ ଏବଂ ଅଭିନେତ୍ରୀ ଶିବାନୀ ଅନ୍ୟତମ। ତେବେ ଶିଶୁ କଳାକାର ଭାବରେ ନିଜର ଅଭିନୟର କ୍ୟାରିଅର ଆରମ୍ଭ କରିଥିବା ସ୍ଵରାଜ ବାରିକ ଏବଂ ଶିବାନୀ ସଙ୍ଗୀତା ଆଜି ଦୁଇ ସଫଳ ଅଭିନେତା ଏବଂ ଅଭିନେତ୍ରୀ ଭାବରେ ନିଜକୁ ଉପସ୍ଥାପିତ କରି ପାରିଛନ୍ତି। ଅଭିନେତା ସ୍ବରାଜ ଙ୍କ ବିଷୟରେ ତ ଆପଣ ଜାଣିଥିବେ।ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ସାରିଲେଣି। ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ମଧ୍ଯ ହେବାରେ ଲାଗିଛି।
ଏହାଛଡା ସୁପରଷ୍ଟାର ଅଭିନେତା ସ୍ବରାଜ କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ମଧ୍ଯ ହୋଇଥାଏ। ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ଏହି ଅଭିନେତା। ତାଙ୍କର ଦମଦାର ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥାଏ।ତାଙ୍କର ଅଭିନୟ ର ଢାଞ୍ଚା ମଧ୍ଯ ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଲିଉଡ ର ହ୍ୟାଣ୍ଡସମ୍ ହିରୋ ସ୍ବରାଜ ଙ୍କ ଭଳି ଆଉ ଜଣେ ଶିଶୁ କଳାକାର ଭାବରେ ତାଙ୍କର ଅଭିନୟ ଆରମ୍ଭ କରିଥିବା ଅଭିନେତ୍ରୀ ହେଉଛନ୍ତି ଶିବାନୀ ସଙ୍ଗୀତା। ଶିବାନୀ ଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।
ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି। ଅଭିନୟ ଜଗତରେ ଏହି ଦୁଇ କଳାକାର ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେମାନେ ବେଶ୍ ଖୁସି ମଜାଜ୍ ଅଟନ୍ତି ଏବଂ ସେତିକି ପ୍ରିୟ ଅଟନ୍ତି ତାଙ୍କ ପରିବାରର। ଅନେକ ପ୍ରଶଂସକ ରହିଥିବା ଏହି କଳାକାର ଦୁଇଜଣ ଓଡ଼ିଶାରେ ତାଙ୍କ ଅଭିନୟର ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି। ଅଭିନେତ୍ରୀ ସଙ୍ଗୀତା ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ଉଭୟ ସକ୍ରିୟ ରହିଥାନ୍ତି।
ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡ଼ିଓରେ ସେମାନେ ତରଙ୍ଗ ସିନେ ଉତ୍ସବ କୁ ଯିବା ପୂର୍ବରୁ ତାଙ୍କର ଉତ୍ସାହ ଏବଂ ଖୁସିକୁ ବ୍ୟକ୍ତ କରୁଥିବାର ଦେଖିବାକୁ ମିଳୁଛି। ତରଙ୍ଗ ସିନେ ଉତ୍ସବ ପାଇଁ ସେମାନେ କେତେ ଉତ୍ସାହିତ ଅଛନ୍ତି ବୋଲି ଆଙ୍କର ପଚାରିଥିବା ବେଳେ ଉଭୟ ସ୍ଵରାଜ ଏବଂ ଶିବାନୀ କହିଥିଲେ ଯେ ସେମାନେ ଏଥିପାଇଁ ବହୁତ୍ ଖୁସି, ଆଗ୍ରହୀ ଏବଂ ଉତ୍ସାହିତ ଅଛନ୍ତି। ଏହାଛଡା ଏହି ଭିଡିଓରେ ଆପଣ ଉଭୟ ଶିବାନୀ ଏବଂ ସ୍ଵରାଜ ଙ୍କ ତରଙ୍ଗ ସିନେ ଉତ୍ସବ ପାଇଁ ସେମାନେ କରିଥିବା ଡାନ୍ସ ଅଭ୍ୟାସର ସୁନ୍ଦର୍ ଦୃଶ୍ୟର ଭିଡିଓ ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।