ପୁଣି ଆସିଲା ବଡ଼ ଖବର ! ହଟାତ live ଆସି ollywod ସିଙ୍ଗର ହ୍ୟୁମାନ ସାଗରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମିଷ୍ଟର ଗୁଲୁଆ…ଦେଖନ୍ତୁ video ..

ପୁଣି ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। କିଛି ଦିନ ଧରି ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପୁଣି ଥରେ ବିବାଦ ମଧ୍ୟକୁ ଟାଣି ହୋଇ ଆସିଛନ୍ତି। ପତ୍ନୀ ନୁହଁନ୍ତି ଏଥର ହ୍ୟୁମାନ ସାଗରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ୟୁଟ୍ୟୁବ ଜଗତର ଚର୍ଚ୍ଚିତ କମେଡିଆନ୍ ମିଷ୍ଟର ଗୁଲୁଆ। ସୋସିଆଲ ମିଡିଆରେ ଏ ନେଇ ଏକ ଭିଡିଓ ଜାରି କରି ହ୍ୟୁମାନ ସାଗର ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମିଷ୍ଟର ଗୁଲୁଆ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ତେବେ ମିଷ୍ଟର ଗୁଲୁଆ କହିଛନ୍ତି ଗତକାଲି ଏକ ପ୍ରୋଗ୍ରାମ ଥିଲା ନିଆଳି ମହୋତ୍ସବରେ । ଆଉ ସେଠାକୁ ମିଷ୍ଟର ଗୁଲୁଆ ଙ୍କୁ ପ୍ରୋଗ୍ରାମ କରିବା ପାଇଁ ଡକା ଯାଇଥିଲା। ତେବେ ମିଷ୍ଟର ଗୁଲୁଆ ସେଠାରେ ପହଁଚିବା ପରେ ପ୍ରୋଗ୍ରାମ କୁ ଯେଉଁମାନେ ଆରେଞ୍ଜ୍ କରିଛନ୍ତି ସେମାନେ ମିଷ୍ଟର ଗୁଲୁଆଙ୍କୁ ପଚାରି ଥିଲେ କି ତାଙ୍କର ହ୍ୟୁମାନ ସାଗରଙ୍କ ସହିତ କିଛି ଶତ୍ରୁତା ରହିଛି କି ବୋଲି ପ୍ରଶ୍ନ କରିଥିଲେ।

ତେବେ ମିଷ୍ଟର ଗୁଲୁଆ ଙ୍କ କହିବା ଅନୁଯାୟୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କହିଛନ୍ତି ଯେ ଯଦି ମିଷ୍ଟର ଗୁଲୁଆ ଷ୍ଟେଜ ରେ କମେଡିଆନ୍ ଗୁଲୁଆ ମଞ୍ଚରେ ପ୍ରଦର୍ଶନ କଲେ ହ୍ୟୁମାନ ମଞ୍ଚକୁ ଯିବେ ନାହିଁ ବୋଲି ମନା କରି ଦେଇ ଥିଲେ । ସେଥ୍‌ ପାଇଁ ହ୍ୟୁମାନ ଙ୍କ ଟିମ କମେଡିଆନ ଙ୍କୁ ମଞ୍ଚକୁ ଯିବାକୁ ବାରଣ କରିଥିଲେ ।ଗୁଲୁଆ ଙ୍କୁ ଉତ୍ସବ ରେ ନିମନ୍ତ୍ରଣ ଯୋଗୁଁ ଟଙ୍କା ବି ମିଳି ଥିଲା ଆଉ ତାଙ୍କୁ କୁହା ଯାଇଥିଲା କି ଫେରି ଯିବା ପାଇଁ।

କିନ୍ତୁ ତାଙ୍କ ପ୍ରତି ଦର୍ଶକଙ୍କ ଭଲ ପାଇବା ଦେଖ୍ ଗୁଲୁଆ ଆୟୋଜକ କମିଟି ଏବଂ ହ୍ୟୁମାନଙ୍କ ଟିମଙ୍କୁ ଅନୁରୋଧ କରିଥିଲେ । ଏବଂ ଦର୍ଶକ ମାନଙ୍କ ଭଲପାଇବା ପାଇଁ ଦେଢ ଘଣ୍ଟା ଅପେକ୍ଷା ମଧ୍ୟ କରିଥିଲେ ଯାହା ଫଳରେ ମିଷ୍ଟର ଗୁଲୁଆଙ୍କୁ ମଞ୍ଚ ଉପରେ ମାତ୍ର ୨ ମିନିଟ ସମୟ ମିଳି ଥିଲା। ଆଉ ତା ପରେ ଗୁଲୁଆ ଫେରି ଆସିଥିଲେ

ତେବେ ମିଷ୍ଟର ଗୁଲୁଆ କହିଛନ୍ତି କି କାହାର ଜୀବିକା ଛଡାଇ ନେବା ଏକ ବହୁତ୍ ବଡ ଅପରାଧ। ଆଉ ହ୍ୟୁମାନ ସାଗର ସେଇ ଅପରାଧ କରିଛନ୍ତି। ତାଙ୍କର ହ୍ୟୁମାନ ଙ୍କ ସହିତ କିଛି ପୂର୍ବ ଶତ୍ରୁତା ରହିଥିବା ସ୍ୱତେ ହ୍ୟୁମାନ ଏପରି କରିବା ଆଦୌ ଠିକ୍ ହୋଇନାହିଁ। ହ୍ୟୁମାନ ନିଜକୁ କଣ ଭାବୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମିଷ୍ଟର ଗୁଲୁଆ। ଜଣେ କଳାକାର ର ଜୀବିକା ଛଡାଇ ନେବା ପାଇଁ ହ୍ୟୁମାନ ସାଗର ଙ୍କ କୌଣସି ଅଧିକାର ନାହିଁ।

ଜଣେ କଳାକାର ଙ୍କ ପାଖରେ ଭଲ ହୃଦୟ ରହିବା ଦରକାର୍ ଯାହା ହ୍ୟୁମାନ ସାଗରଙ୍କ ପାଖରେ ନାହିଁ। ଏପରି ଏକ ଅଭିଯୋଗ ମିଷ୍ଟର ଗୁଲୁଆ ସୋସିଆଲ ମିଡିଆରେ ଜାରି କରିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment