Odisha News Portal

ହ୍ରଦର ପାଣିକୁ ଛୁଇଁଲେ ମଣିଷ,ଜୀବଜନ୍ତୁ ସମସ୍ତେ ହେଇଯାଉଛନ୍ତି ପଥର, ଏହିଭଳି ରହସ୍ୟମୟ ବିଷୟରେ ଆସନ୍ତୁ ଜାଣିବା

ବର୍ତ୍ତମାନ ପୃଥିବୀର ବିଭିନ୍ନ ସ୍ଥାନରେ ରହସ୍ୟମୟ ଦେଖିବାକୁ ମିଳିଥାଏ। ସେହିପରି ରହସ୍ୟ ହ୍ରଦ ମଧ୍ୟ ଦେଖା ଦେଇଛି। ଏହି ହ୍ରଦର ପାଣିକୁ ଛୁଇଁଲେ ମଣିଷ, କୀଟ ପଟଙ୍ଗ,ଜୀବଜନ୍ତୁ ପଥର ପାଲଟି ଯାଇଥାନ୍ତି। ଉତ୍ତର ତାଞ୍ଜାନିଆରରେ ଥିବା ଏହି ହ୍ରଦ ପାଖରେ କିଛି ଜନବସତି ଦେଖାଯାଏ ନାହିଁ।ଏହି ହ୍ରଦକୁ ନେଟ୍ରନ୍ ହ୍ରଦ କୁହାଯାଏ। ଏହା ପାଖରେ ଅନେକ ଜୀବଜନ୍ତୁମାନଙ୍କର ପଥରମୂର୍ତ୍ତି ଦେଖିବାକୁ ମିଳିଥାଏ। ତେଣୁ ଏହି ହ୍ରଦ ସହ ଭୌତିକ ଶକ୍ତି ସମ୍ପର୍କଅଛି ବୋଲି ଶୁଣାଯାଏ।ଏହି ହ୍ରଦରେ ଆଲ୍‌କାଲାଇନ ରହିଥାଏ। ଏହି ପାଣିରେ ସୋଡିୟମ କାର୍ବୋନେଟର ପରିମାଣ ଅଧିକ ରହିଥାଏ। ଏହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରୁଛି। ଇଜିପ୍ଟରେ ମମିକୁ ବ୍ୟବହାରକରିବା ପାଇଁ ରାସାୟନିକ ତତ୍ତ୍ୱ

ଦରକାର ହୋଇଥାଏ କିନ୍ତୁ ଏହି ପାଣିରେ ଆବଶ୍ୟକ ଶବ ଦାହ ପାଇ।
ତେବେ ଏହି କାରଣରୁ ହ୍ରଦକୁ ଶରୀରର ବିଭିନ୍ନ ଆବଶ୍ୟକତାରେ ଲାଗିଥାଏ।

ନାଟ୍ରୋନ୍ ପରି  ଆଫ୍ରିକା ଦେଶ କାଙ୍ଗୋର ‘କିବୁ’ ହ୍ରଦ ମଧ୍ୟ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ହ୍ରଦମାନଙ୍କ ମଧ୍ୟରୁ ଗୋଟିଏ। ‘କିବୁ କୁ ‘ବିସ୍ଫୋରକ’ ହ୍ରଦ ମଧ୍ୟ କୁହାଯାଏ। ଏହି ହ୍ରଦର ରହସ୍ୟ ସମସ୍ତଙ୍କୁ ଆଚଙ୍କିତ କରିଦେଉଛି।ଏଥିରେ ମାତ୍ରାଧିକ କାର୍ବନ ଡାଇଅକ୍ସାଇଡ୍‌ ଏବଂ ମିଥେନ ରହିଛି। ଏହା ପାଖରେ ଯଦି ଭୂମିକମ୍ପ ହୁଏ ତେବେ ବଡ ଧରଣର ବିସ୍ଫୋରଣ ସୃଷ୍ଟି ହୋଇଥାଏ। ଯାହା ଆଶ୍ଚର୍ଯ୍ୟ ସମସ୍ତଙ୍କୁ କରିଦେଉଛି।

ବିଶ୍ୱରେ ଯେଉଁ ଆଡେ ଆଖି ବୁଲେଇବ ଜଳାଶୟ କିମ୍ବା ନଦୀ ଦେଖାଇଯାଇଥାଏ। ସେହିପରି ଆମେରିକାର ସବୁଠାରୁ ବଡ ହ୍ରଦ ମଧ୍ୟରୁ ‘ଲେକ୍ ମିସିଗନ୍’ ମଧ୍ୟ ବିପଜ୍ଜନକ। ଏହି ହ୍ରଦରୁ ବିଷାକ୍ତ ଗ୍ୟାସ ବାହାରିଥାଏ। ଫଳରେ ୧୯୮୬ ଅଗଷ୍ଟରେ ବିଷାକ୍ତ ଗ୍ୟାସ୍ ପ୍ରଭାବରେ ବହୁତ ଲୋକଙ୍କର ଜୀବନ ମଧ୍ୟ ପଳେଇ ଯାଇଥିଲା।

ବୈଜ୍ଞାନିକ ମାନେ କହିଥାନ୍ତି ଏହି ହ୍ରଦର ତଳେ ଏକ ଆଗ୍ନେୟଗିରି ରହିଛି।ଯାହା ଫଳରେ କାର୍ବନ ଡାଇଅକ୍ସାଇଡ ଗ୍ୟାସ ପାଣିରେ ମିଶିଯାଇଥାଏ ପରେ ଗ୍ୟାସର ସ୍ତର ବଢ଼ିଗଲେ ବାଦଲରେ ପରିଣତ ହୋଇଯାଇଥାଏ।ଯାହା ବିଷାକ୍ତ ବଳୟରେ ପରିଣତ ହୋଇଥାଏ।

ପୁଣି ଉତ୍ତର ଆମେରିକା ମହାଦ୍ଵୀପର କାରବିଆନ୍ ଅଞ୍ଚଳରେ ଡୋମିନିକାରେ ଏକ ହ୍ରଦ ଦେଖା ଯାଇଥାଏ, ଯାହାର ଜଳ ସବୁ ବେଳେ ଗରମ ପାଣି ପରି ଟକଟକ୍ ହୋଇ ଫୁଟିଥାଏ। ଯାହା ପାଖକୁ ଯିବା ପାଇଁ ସମସ୍ତେ ଭୟ କରିଥାନ୍ତି।

ଏହା ପାଖକୁ ଗଲେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ। ଏହି ସ୍ଥାନ ସମସ୍ତଙ୍କ ମନରେ ଗୋଟିଏ ରହସ୍ୟମୟ ଭାଵନା ଆଣିଥାଏ। ଏହିଭଳି ରହସ୍ୟ ସ୍ଥାନ ବିଶ୍ୱରେ ବହୁତ ସ୍ଥାନରେ ଦେଖାଯାଇଛି, ଯାହା ଐତିହାସିକ ଘଟଣା ସୃଷ୍ଟି କରିଛି। ଏଠାରେ ଜୀବନ ବି ଯାଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।