ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ଏହିଭଳି ଏକ ଘଟଣା ଏଠାରେ ଘଟିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ଏହି ଘଟଣାର ଦୃଶ୍ୟ ରେକର୍ଡ ହେବା ପରେ ଏବେ ଏହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏକ ଡାକ୍ତରଖାନା ରେ ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଚିକିତ୍ସା ହେବା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର କୌଣସି କାରଣରୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି।
ଆଉ ଏହାପରେ ଏଠାରେ ଏକ ନିନ୍ଦନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ଚିକିତ୍ସାଳୟ କୁ ଜଣେ ରୋଗୀ ତାଙ୍କର ପେଟ ଯନ୍ତ୍ରଣା ହେବା କାରଣରୁ ଡାକ୍ତରଙ୍କ ପାଖକୁ ଆସିଥିଲେ। ହେଲେ ଡ଼ାକ୍ତର ଏହି ସମୟରେ ଡ୍ୟୁଟି ରେ ନଥିବା କାରଣରୁ ଡ଼ାକ୍ତର କୁଆଡେ ଗଲେ ବୋଲି ସେ ପଚରା ଉଚୁରା କରିଥିଲେ। ଆଉ ଏହାପରେ ସେ ମେଡ଼ିସିନ୍ ଖାଇବା ପରେ ସେଠାରେ ଡାକ୍ତରଖାନା ରେ ବସିଥିବା ବେଳେ ଡ଼ାକ୍ତର ଜଣଙ୍କ ଆସି ତାଙ୍କୁ ମାଡ଼ ମାରିଥିବା ଜଣା ପଡିଛି। ତେବେ ଡ଼ାକ୍ତର ଜଣଙ୍କ ରୋଗୀଙ୍କୁ ଆକ୍ରମଣ କରିବା ନେଇ ଏବେ ଅଭିଯୋଗ ହୋଇଛି। ଏହାପରେ ସେଠାରେ ସ୍ଥିତି ସାଧାରଣ ନଥିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଆସି ସେଠାରେ ପହଞ୍ଚିଥିଲେ ଏବଂ ଘଟଣାର ଯାଞ୍ଚ କରିଥିଲେ।
ତେବେ ପ୍ରକୃତ ଘଟଣା କଣ ତାହା ତ ଜଣା ପଡିନାହିଁ କିନ୍ତୁ ଏଭଳି ଏକ ଘଟଣା ଏବେ ସମସ୍ତ ଙ୍କୁ ଚକିତ କରିଛି।ଏହି ଘଟଣାର ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଲୋକେ ରେକର୍ଡ କରିଥିଲେ। ଯେଉଁ ଦୃଶ୍ୟ ସମସ୍ତଙ୍କୁ ଭୟଭୀତ କରିବା ଭଳି ଦୃଶ୍ୟ ଅଟେ। ଯାହାକୁ ଦେଖି ସାଧାରଣ ଲୋକେ ବିଚଳିତ ହେବା ସ୍ବାଭାବିକ। କାରଣ ହସ୍ପିଟାଲ୍ ରେ ଏଭଳି ଘଟଣା ଘଟିବା ଏବଂ ଡ଼ାକ୍ତର ଏବଂ ରୋଗୀଙ୍କ ଭିତରେ ଏପରି ମାରପିଟ ଲାଗିବା ଏବଂ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ସାଧାରଣରେ ବୟାନ କରୁଛି ଯେ ଏହା କିପରି ଏକ ଅମାନବୀୟ କାମ ଅଟେ।
ତେବେ କେଉଁ କାରଣରୁ ଏପରି ଘଟିଲା ଏବଂ ପ୍ରକୃତରେ କିଏ ଦାୟୀ ଏଥିପାଇଁ ତାହା ତ ତଦନ୍ତ ହେଲା ପରେ ଜଣା ପଡ଼ିବ କିନ୍ତୁ ଏପରି ଘଟଣା ଘଟାଇବା ହସ୍ପିଟାଲ୍ ପରିସରରେ ଆଦୌ ଉଚିତ୍ କାର୍ଯ୍ଯ ନୁହେଁ।ଏହି ଘଟଣାର ଭିଡିଓ ଏବେ ବେଶ୍ ସେୟାର ହେବାରେ ଲାଗିଛି ସୋସିଆଲ ମିଡିଆରେ।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ। କିନ୍ତୁ ଏହାକୁ କହି କିମ୍ୱା ଦେଖାଇ କାହାକୁ ଭୟଭୀତ କରିବା ଆମର ଉଦ୍ଦେଶ୍ୟ ନୁହେଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।