Odisha News Portal

Breking News – ହସ୍ପିଟାଲରେ ଭର୍ତ୍ତି ହେଲେ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ର, ଦୟାକରି ତାଙ୍କର ଆରୋଗ୍ୟ କାମନା ପାଇଁ ଈଶ୍ୱର ଙ୍କ ଠାରେ ପ୍ରାର୍ଥନା କରନ୍ତୁ…

କରୋନା ମହାମାରୀ ରେ ଅନେକ ମହାନ୍ ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କ ପ୍ରାଣହାନି ଘଟୁଥିବା ବେଳେ ଅନେକ ଜଣ ଏବେବି ସଂକ୍ରମିତ ହୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କ ନିଧନ ନିଶ୍ଚିତ ଭାବରେ ଦୁଃଖ ଦାୟକ ଅଟେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରନା ରେ ଅନେକ ବିଶିଷ୍ଟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଙ୍କ ଜୀବନ ମଧ୍ୟ ଯାଇଛି। ଭାରତ ରେ କରନା ର ଦ୍ଵିତୀୟ ଲହର ଏକ ପ୍ରକାର ଭୟ ଖେଳାଇ ଦେଇଛି।ତେବେ ଏହି ଭଳି ଏକ ସ୍ଥିତିରେ ଓଲିଉଡରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଦୁଃଖିତ କରିବା ଭଳି ଅଟେ।

କାରଣ ଜଣେ ପ୍ରମୁଖ ଓଡିଆ ଗାୟିକା ତପୁ ମିଶ୍ର ଯିଏକି ଏବେ କରନା ରେ ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ତାଙ୍କର ଅସୁସ୍ଥତା ଅନୁଭଵ ହେବା କାରଣରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ହସ୍ପିଟାଲ୍ ରେ ଆଡ଼ମିଶନ ହେବା ପରେ ସେଠାରେ ସେ ଆଇସିୟୁରେ ରହି ଚିକିତ୍ସିତ ହେଉ ଛନ୍ତି ବୋଲି ଯାହା ସୂଚନା ରହିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଗାୟିକା ତପୁଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୂଚନା ମିଳିଛି।ଏହି ଖବର ସମସ୍ତଙ୍କୁ ଚିନ୍ତାରେ ପକାଇବା ସହିତ ସମସ୍ତଙ୍କୁ ଦୁଃଖ ପହଞ୍ଚାଇଚି।

ଏହିଭଳି ଏକ ସମୟରେ ଗାୟିକା ତପୁ ମିଶ୍ର କରନା ରେ ଆକ୍ରାନ୍ତ ହେବା ଖବର ଶୁଣିବା ପରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ତାଙ୍କର ପରିବାର ଲୋକେ। ଏହାଛଡା ଭଗବାନଙ୍କ ପାଖରେ ତାଙ୍କର ଆରୋଗ୍ୟ କାମନା କରିବା ପାଇଁ ପରିବାର ଲୋକେ ତାଙ୍କ ଫ୍ୟାନ୍‌ ଓ ସମସ୍ତ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଛନ୍ତି। ସମସ୍ତଙ୍କ ଆଶିର୍ବାଦ ଏବଂ ଭଲପାଇବା ର ପ୍ରାର୍ଥନା ବଳରେ ସେ ନିଶ୍ଚିତ ଆରୋଗ୍ୟ କାମନା କରିବେ ଏଥିରେ ସନ୍ଦେହ ନାହିଁ।

ତେବେ ଆପଣ ମାନଙ୍କୁ ଆମ୍ଭ ତରଫରୁ ମଧ୍ୟ ଏହି ଅନୁରୋଧ ଯେ ଆପଣ ତପୁ ମିଶ୍ର ଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେମିତି ସେ ଜଲଦି ଆରୋଗ୍ୟ ହୋଇଯିବେ ଏବଂ ଆମ୍ଭ ମାନଙ୍କୁ ସବୁବେଳେ ତାଙ୍କର ସୁ ମଧୁର କଣ୍ଠରୁ ସୁନ୍ଦର୍ ସୁନ୍ଦର୍ ଗୀତ ଶୁଣେଇବେ। ତାଙ୍କ ଭଳି ଜଣେ ବିଖ୍ୟାତ କଣ୍ଠ ଶିଳ୍ପୀ ଆମ ରାଜ୍ୟ ପାଇଁ ପ୍ରକୃତରେ ଗର୍ବ ଏବଂ ଗୌରବ ଅଟନ୍ତି।

ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସେ ଓଡ଼ିଶା ବାସୀ ଙ୍କୁ ଭେଟି ଦେଇଛନ୍ତି। ସାରା ଓଡ଼ିଶା ବାସୀ ଙ୍କ ସମେତ ଓଡ଼ିଶା ବାହାରେ ମଧ୍ୟ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି। ତାଙ୍କର ଗୀତର ତାଳେ ତାଳେ ସମସ୍ତେ ଝୁମି ଯାଇଥାନ୍ତି। ଏବେ ତାଙ୍କର ଏଭଳି ସ୍ଥିତି ରେ ଆମର ଆଶିର୍ବାଦ ଏବଂ ତାଙ୍କର ଆରୋଗ୍ୟ ନିମନ୍ତେ ପ୍ରାର୍ଥନା ଏକାନ୍ତ କାମ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।