ଦର୍ଶକ ବନ୍ଧୁ ମଣିଷରେ ଶରୀରରେ ସବୁବେଳେ କିଛି ନା କିଛି ସମସ୍ୟା ମାନ ଦେଖା ଯାଇଥାଏ | ତେବେ ଆମେ ଜାଣିଛୁ କି ହରମୋନ ବିଭିନ୍ନ କାରଣ ରୁ ଅସନ୍ତୁଳନ ହେବାରେ ଦେଖା ଯାଏ | ପ୍ୟୁବର୍ଟି ସମୟରେ, ଗର୍ଭବସ୍ଥା ସମୟରେ,ମେନପେଜ ସମୟରେ,ସାଧାରଣତଃ ହରମନ ସ୍ତର ଅସନ୍ତୁଳିତ ଦେଖା ଯାଏ | ଏଥି ପାଇଁ ବିଭିନ୍ନ ସମସ୍ୟା ମଧ୍ୟ ହେଇପାରେ, ତେବେ ଏହି ହରମୋନ ସ୍ତରକୁ ସନ୍ତୁଳିତ ରଖିବା ପାଇଁ କଣ ଖାଇବେ ଓ କଣ ଖାଇବେ ନାହିଁ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |
ଖାଦ୍ୟ ହରମୋନ ଅସନ୍ତୁଳନ କରିଥାଏ କି? :-
କୌଣସି ଖାଦ୍ୟ ଖାଇ ଆମର ହରମୋନ ଅସନ୍ତୁଳନ ହୁଏ ନାହିଁ | କାରଣ ଆମ ଶରୀର ରେ ବିଭିନ୍ନ ପ୍ରକାର ହରମୋନ କ୍ଷରିତ ହେଇଥାଏ | ଯେମିତିକି ପୁରୁଷ ଙ୍କ ଟେଷ୍ଟ୍ରୋନେ ଓ ମହିଳା ଙ୍କର ଇଷ୍ଟ୍ରୋଜେନ କ୍ଷରିତ ହେଇଥାଏ | ତେବେ ଏହା ପାଇଁ କିଛି ଖାଦ୍ୟ ରହିଛି ଯାହା ଆମ ଶରୀର ହରମୋନ କୁ ସନ୍ତୁଳିତ କରିଥାଏ | ଏଥି ପାଇଁ ଭିଟାମିନ ଡି, ଭିଟାମିନ ବି ଆଦି ଖାଇବା ଆବଶ୍ୟକ | ତେବେ ଏହି ସମୟରେ ଗୋଡ ହାତ ବିନ୍ଧିବା, ଠିକ ସମୟରେ ପରିୟଡ଼ ନ ହେବା ଭଳି ସମସ୍ୟା ଦେଖା ଯାଏ | ସେଥିପାଇଁ ଆମ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ | ଅଳ୍ପ ତେଲ ରେ ରୋଷେଇ କରି ଖାଇବା ଆବଶ୍ୟକ | ତେବେ ଦହି, ଛେନା ଆଗରୁ ଯେତେ ପରିମାଣରେ ଖାଉଥିଲେ ତାହାକୁ ଟିକେ କମ କରାଇବେ |
ହରମୋନ ଅସନ୍ତୁଳନ ପାଇଁ ମୋଟା ବା ପତଳା ହେବାର ଆଶଙ୍କା ଥାଏ କି? :-
ହରମୋନ ଅସନ୍ତୁଳନ ହେବା ସମୟରେ ଓଜନ ବଢିବା ଓ କମିବାର ସମସ୍ୟା ଦେଖା ଯାଏ | ସେଥିପାଇଁ ଯଦି ଆମ ଶରୀର ହରମୋନ କମ କ୍ଷରିତ ହେବ ତାହାଲେ ସମସ୍ୟା ଯଦି ଅଧିକ କ୍ଷରିତ ହେବ ତାହାଲେ ମଧ୍ୟ ସମସ୍ୟା ଦେଖାଯାଏ | ତେବେ ସେଥିପାଇଁ ଆମ ଶରୀର କେଉଁ ହରମୋନ ଆମ ଓଜନ ବଢାଇବାରେ ସାହାଯ୍ୟ କରେ ତାହା ଜାଣିବା ଆବଶ୍ୟକ |
ଚିକେନ ଓ କ୍ଷୀର ଖାଇବା ଦ୍ୱାରା ଅସନ୍ତୁଳନ ହେଇଥାଏ କି? :-
ହଁ ଆଜ୍ଞା ଏ କ୍ଷେତ୍ର ରେ ବ୍ରଇଲାର ଚିକେନ ଓ କ୍ଷୀର ଖାଇବା ଉଚିତ ନୁହେଁ | ଦେଶୀ ଚିକେନ ଖାଇପାରିବେ, କାରଣ ଏଥିରେ ରେଡମେଟ ଟା ଆମେ ଖାଇପାରିବା,ଏଥିରେ ଅମେଗା ର ପରିମାଣ ଅଧିକ ଥାଏ |ହରମୋନ ସନ୍ତୁଳନ କରିବା ପାଇଁ ବାଲାନ୍ସ ଡାଏଟ :-ତେବେ ବନ୍ଧୁଗଣ ଏହି ସମୟରେ ଉପଯୁକ୍ତ ସମୟରେ ଖାଇବା, ଉପଯୁକ୍ତ ସମୟରେ ରେଷ୍ଟ ନେବା,ଏବଂ ସନ୍ତୁଳିତ ଖାଦ୍ୟ ଖାଇବା,ପିଜା, ବର୍ଗର, ଜଂଗ ଫୂଡ଼ ଆଦି ଠୁ ଦୁରେଇ ରଖିବା |
ଏବଂ ବିଭିନ୍ନ ପ୍ରକାର ପନିପରିବା ଖାଇବା ଆବଶ୍ୟକ |ପ୍ୟୁବର୍ଟି ସମୟରେ ହରମୋନ ଅସନ୍ତୁଳନ :-ଏହି ସମୟରେ ପୁରୁଷଙ୍କ ପାଖରେ ଯେଉଁ ସମୟରେ ଦାଢ଼ି ନିଶ ଉଠିବା କଥା ଉଠିବ ନାହିଁ | ସ୍ୱରର ପରିବର୍ତ୍ତନ ମଧ୍ୟ ଦେଖାଯାଏ,ଏବଂ ମହିଳା ମାନଙ୍କ ପାଖରେ ପରିୟଡ଼ ସଠିକ ସମୟରେ ନ ହେବା ପରି ସମସ୍ୟା ଦେଖାଯାଏ ଅତ୍ୟଧିକ ଚା କଫି ହରମୋନ ଅସନ୍ତୁଳନ ପାଇଁ ଦାୟୀ? :-ଦର୍ଶକ ବନ୍ଧୁ ଏହି ସମୟରେ ଚା ବା କଫି ପିଇବାକୁ ମନା କରଯାଇଛି | ଯଦି ଆପଣ ପିଉଛନ୍ତି ତାହାଲେ ଦିନକୁ ମାତ୍ର ଥରେ କି ଦି ଥର ପିୟନ୍ତୁ | କାରଣ ଏହା ଆମ ଶରୀରକୁ କୌଣସି ପ୍ରୋଟିନ ଦିଏ ନାହିଁ | ତେଣୁ ଏହା ଠୁ ଦୁରେଇ ରହିବା ଭଲ |ତେବେ ଏହା ଥିଲା ହରମୋନ ସନ୍ତୁଳନ ପାଇଁ କଣ ଖାଇବେ କଣ ଓ ଖାଇବେ ନାହିଁ ସେ ବିଷୟରେ କିଛି ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।