Odisha News Portal

ହୋମ୍ ଆଇସୋଲେସନ ବେଳେ କେଉଁ ଔଷଧ ଖାଇବେ ? Dr. Randeep Guleria

ଵର୍ତମାନ କରନା ସମଗ୍ର ପୃଥିବୀ ରେ ତାଣ୍ଡବ ରଚୁଛି, ସଂକ୍ରମଣର ପ୍ରଥମ ଲହର ସେତେଟା ବିପଜ୍ଜନକ ନଥିଲା କିନ୍ତୁ ବର୍ତ୍ତମାନ କରନାର ଦ୍ୱିତୀୟ ଲହର ସଂକ୍ରମଣ ଚାଲିଛି, ଏହାର ରୂପ ଏତେ ଭୟଙ୍କର ଯେ ଲୋକମାନେ ଏତେ ମରୁଛନ୍ତି ଯେ ସମସାନରେ ସ୍ଥାନ ମିଳୁନାହିଁ। ଦ୍ୱିତୀୟ ଲହର ସଂକ୍ରମଣ ସିଧାସଳଖ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ, ଏହା ଦ୍ୱାରା ମନୁଷ୍ୟର ଅମ୍ଳଜାନ ସ୍ତର କମ କରି ଦେଉଛି ଏବଂ ଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେଉଛି। ସେଥିପାଇଁ ଅକ୍ସିଜେନ ର ଆବଶ୍ୟକତା ପଡୁଛି, ଅକ୍ସିଜେନ ର ଏତେ ମାତ୍ରାରେ ଦରକାର ପଡୁଛି, ଯାହା ଫଳରେ ଅକ୍ସିଜେନ ସିଲିଣ୍ଡର ର ଅଭାବ ପଡୁଛି। ସେଥିପାଇଁ ଅଲଗା ଦେଶରୁ ମଧ୍ୟ ଅଣାଯାଉଛି।

ପରିସ୍ଥିତି ଏପରି ସୃଷ୍ଟି ହୋଇଛି ଯେ ଲୋକେ ହସ୍ପିଟାଲରେ ବେଡ଼ ପାଉନାହାନ୍ତି। ଏଭଳି ସମୟ ରେ ଘରେ ରହି ମଧ୍ୟ ଆପଣ ସୁସ୍ଥ ହୋଇ ପାରିବେ, ଯଦି ଆପଣଙ୍କ ଅକ୍ସିଜେନ ଲେବୁଲ 90 ରୁ କମ ରହୁଛି ତାହାଲେ ଆପଣ ହସ୍ପିଟାଲ ଯାଆନ୍ତୁ। ଏହା ବ୍ୟତିରେକ ଘରେ ରହି ମଧ୍ୟ ନିଜର ଚିକିତ୍ସା କରିପାରିବେ। ତେବେ ଆସନ୍ତୁ ଜାଣିବା ହୋମ ଆଇସଲେସନ ରେ ରହିଲେ ଆପଣ କେଉଁ ଔଷଧ ଖାଇବେ ଯାଣନ୍ତୁ;

କରୋନା ରୋଗରେ ଜଣେ ଆକ୍ରାନ୍ତ ହେଇଥିବାର ଲକ୍ଷଣ ହେଉଛି। ରୋଗୀକୁ କାଶ ହବା, ଛିଙ୍କ ହବା ଏବଂ ସାମାନ୍ୟ ମାତ୍ରାରେ ଜର ହେବା ହେଉଛି କରୋନା ରୋଗର ଲକ୍ଷଣ ଅଟେ। ଏହି ଭଳି ଲକ୍ଷଣ ଦେଖା ଗଲେ ଘରେ ରହି ଚିକିତ୍ସା ହବା ଉଚିତ। ଚିକିତ୍ସା ପରେ ଯଦି ଶ୍ୱାସ ଓ ପ୍ରଶ୍ୱାସରେ କଷ୍ଟ ହେଉଛି ଆମେ ଦେଖିବା ଯେ ଶରୀରରେ କେତେ ମାତ୍ରାରେ ଆକ୍ସିଜେନ ରହୁଛି। ଏହା ଦ୍ୱାରା ଆମେ ଜାଣି ପାରିବା ଯେ ଶରୀରରେ 90% ରୁ କମ ରହିଲେ ହସ୍ପିଟାଲ ଯିବା ଆବଶ୍ୟକ ଏବଂ ଯେଉଁ ମାନେ ହସ୍ପିଟାଲରେ ରହି ଚିକିତ୍ସା ହୋଇ ମଧ୍ୟ 90% ରୁ ତଳକୁ ଖସି ଆସିଥାଏ ତାହେଲେ ସେମାନଙ୍କୁ ICU ରେ ରହିବା ଆବଶ୍ୟକ ଅଟେ। ଯଦି କରୋନାର ପ୍ରଥମ ଅବସ୍ଥା ହୋଇଥାଏ ତେବେ ନିଜେ ବନ୍ଦ ରୁମ ରେ ରହିବା ସଙ୍ଗେ ସଙ୍ଗେ ନିଜର ଗାଧୋଇବା ବ୍ୟବସ୍ଥା ଅଲଗା କରିବା ଆବଶ୍ୟକ। ଘରେ ମାକ୍ସ ପିନ୍ଧି ବୁଲିବା ସହ ହାତରେ ଗ୍ଲୋବସ ମଧ୍ୟ ବ୍ୟବହାର କରିବା ଉଚିତ ଅଟେ। ଘରକୁ ଭଲ ଭାବରେ ପରିଷ୍କାର କରିବା ଉଚିତ ଅଟେ।

ପ୍ରଥମ ସୋପାନରେ ପାରାସେଟ 650 ଖାଇବେ ଏହା ହେଉଛି ଭୂତାଣୁ ଜନିତ ରୋଗ ଏହା ପାଇଁ କିଛି ବାହାର ଜିନିଷ କିମ୍ବା ଘରୋଇ ଔଷଧ ଖାଇବେ ନାହିଁ। ପାରାସେଟ 650 ଖାଇବା ପରେ, ଯଦି ଜର ନ କମେ ତାହେଲେ ନେପ୍ରୋକ୍ଷୀନ 250 ଖାଇବା ଉଚିତ। ଏହା ପରେ ଆମେ ଆଇଭରମାକଟିନ ଔଷଧ ଖାଆନ୍ତୁ। ବଡ ଲୋକଙ୍କୁ 12 mg ଓ ଛୋଟ ପିଲାଙ୍କୁ 6mg ଭଳି ଦେବା ଉଚିତ। ଏହା ପରେ ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଫେବିପୀରା ମେଡ଼ିସିନ ଖାଇବା ଉଚିତ, ଏହା ଦୁଇ ଦିନ ଯାଏ 1800 ଭଳି ଡୋଜ ଦିଆଯାଏ ଏବଂ ପରେ 500 ଭଳି ଆଠ ଦିନ ଦିଆ ଯାଏ।

ଏହା ପରେ ମଧ୍ୟ ଯେଉଁ ମାନେ ଅଧିକ ଗୁରୁତର ହୋଇଥାନ୍ତି ସେମାନଙ୍କୁ NIV ଦିଆଯାଏ। ଏହି ସବୁ ମେଡିସିନ ଆପଣ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ମେଡ଼ିସିନ ନିଅନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।