Odisha News Portal

ଦେଖନ୍ତୁ ଭିଡ଼ିଓ – ହୋଲି ଖେଳ ହେଲା କାଳ, ହାତରୁ ଲିଭିନି ମେହେନ୍ଦି କିନ୍ତୁ ଲିଭିଗଲା ମଥାର ସିନ୍ଦୁର, ପୂରା ଘଟଣା ଦେଖିଲେ ଆଖିରୁ ଲୁହ ଆସିଯିବ

ଏମିତି ବି ଆସିଥାଏ ମୃତ୍ୟୁ । ହସ ଖୁସି ରେ ହୋଲି ଖେଳି ସାଙ୍ଗ ମାନଙ୍କ ସହିତ ପୋଖରୀ ରେ ଗାଧୋଇ ଥିବା ସମୟ ରେ ଚାଲିଗଲା ଯୁବକ ଜୀବନ । କ୍ଷଣକ ପାଇଁ ବିଶ୍ୱାସ କରି ହେଲା ନାହିଁ କଣ ସବୁ ଘଟିଗଲା । ପୁଅ ର ଏଭଳି ଅକାଳ ମୃତ୍ୟୁ କୁ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି ପରିବାର ଲୋକ ଓ ନବ ବିବାହିତ ପତ୍ନୀ । ତେବେ କଣ ରହିଛି ଏହି ବିଷୟ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ମାସେ ତଳେ ବାହା ହୋଇ ଥିଲେ ହାତରୁ ଏଯାଏ ମେହେନ୍ଦି ଦାଗ ଲିଭି ନାହିଁ । ହେଲେ ମଥା ରୁ ଲିଭିଗଲା ସିନ୍ଦୂର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ମୁନିଶିପାଲିଟି ସହର ରେ । ରଙ୍ଗ ଖେଳି ପୋଖରୀ ରେ ଗାଧୋଇ ଥିବା ବେଳେ ଚାଲିଗଲା ନବ ବିବାହିତ ଙ୍କ ଜୀବନ । ସିଭିଲ କୋର୍ଟ ରେ କିରାଣୀ ଭାବେ ଚାକିରି କରୁଥିବା ସମୀର ରଞ୍ଜନ ପ୍ରଧାନ ମାସ ତଳେ ବିବାହ କରିଥିଲେ ଏଯାଏଁ ପାଦ ରୁ ଅଳତା ବି ଲିଭିନି ହେଲେ ଏବେ ତାଙ୍କର ଜୀବନ ଦ୍ଵୀପ ଲିଭି ଯାଇଛି । ରଙ୍ଗ ଖେଳି ସାରି ଭୋଜି କରିବା ପାଇଁ ନିଜ ସାଙ୍ଗ ମାନଙ୍କ ସହିତ ସିବତୋଳ ଗ୍ରାମର ହରଗୌରି ମନ୍ଦିର ନିକଟ କୁ ଯାଇଥିଲେ ।

ସେଠାରେ ସାଙ୍ଗ ମାନଙ୍କ ସହିତ ଅତି ଖୁସି ରେ ପୋଖରୀ ରେ ମିଶି ଗାଧୋଇ ଥିଲେ ସମୀର ରଞ୍ଜନ ପ୍ରଧାନ। ହେଲେ ସେ ଜାଣି ନଥିଲେ ଏହି ଖୁସି ତାଙ୍କର ଥିଲା ଶେଷ ଖୁସି ଓ ଏହା ଥିଲା ତାଙ୍କ ଜୀବନ ର ଶେଷ ଦିନ। ଗାଧୋଇ ଥିବା ସମୟ ରେ ଦୁର୍ଭାଗ୍ୟବଶତଃ ସମୀର ରଞ୍ଜନ ପ୍ରଧାନ ପୋଖରୀ ରେ ବୁଡି ଯାଇଥିଲେ ଓ ତାଙ୍କ ଜୀବନ ଚାଲି ଯାଇଥିଲା।

ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହିତ ଶବ ସତ୍କାର କରାଯାଇ ଅଛି। ଅନ୍ୟ ପକ୍ଷରେ ପୁଅ ର ଏପରି ଭାବେ ପୋଖରୀ ରେ ବୁଡି ଅକାଳ ମୃତ୍ୟୁ କୁ ଗ୍ରହଣ କରି ପାରୁ ନାହାଁନ୍ତି ସମୀର ରଞ୍ଜନ ପ୍ରଧାନ ଙ୍କ ପରିବାର ଲୋକ ବିଶେଷ କରି ବାପା ମା ।

ତେବେ ହୋଲି ରେ ସବୁଠି ଖୁସି ର ଲହରୀ ଖେଳି ଯାଇ ଥିବା ବେଳେ ସମୀର ରଞ୍ଜନ ପ୍ରଧାନ ଙ୍କ ଘରେ ଶୋକ ର ଛାୟା ଖେଳି ଯାଇଥିଲା । ସମୀର ରଞ୍ଜନ ପ୍ରଧାନ ଗୋଟିଏ ମାସ ପୂର୍ବରୁ ବିବାହ କରିଥିଲେ ଓ ଏପର୍ଯ୍ୟନ୍ତ ତାଙ୍କ ହାତରୁ ମେହେନ୍ଦି ଲିଭି ନାହିଁ କି ପାଦ ରୁ ଅଳତା । କିନ୍ତୁ ବିଧି ର ବିଧାନ ଏମିତି ଯେ ଟିକିଏ ଅବହେଳା ପାଇଁ ଅକାଳ ରେ ଜୀବନ ଚାଲିଗଲା । ଘରେ ତାଙ୍କର ନବ ବିବାହିତ ପତ୍ନୀ ଅଛନ୍ତି ।

ତେବେ ତାଙ୍କର ଏହି ମୃତୁ ବରଣ ଖବର ଶୁଣି ବାପା ମା ଅଧର୍ଯ୍ୟ ହୋଇ ପଡିଛନ୍ତି ଓ ସବୁଠି ଶୋକ ର ଛାୟା ଖେଳି ଯାଇଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।