BEAUTY TIPS – ହଳଦୀରେ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ ମୁହଁ ହୀରା ଭଳି ଚମକିବ

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ପ୍ରତେକ ଲୋକ ନିଜ ନିଜ ର ସୌନ୍ଦର୍ଯ୍ୟ କୁ ନେଇକି ଅଧିକ ଯତ୍ନବାନ ଥାଆନ୍ତୁ | ତାହା ବ୍ୟତୀତ ମୁହଁରେ ଚମକ ଆଣିବା ସହିତ ଦାଗ ଜନିତ ସମସ୍ୟା କୁ ଦୂର କରିବା ପାଇଁ ଅନେକ ସମୟରେ ଆମର ଯୁବ ପିଢ଼ି ମାନେ କେମିକାର ପ୍ରଡକ୍ଟସ ର ବ୍ୟବହାର କରୁଛନ୍ତି | ଆଉ ଏହି ଭଳି କିଛି କେମିକାଲ ଯୁକ୍ତ ପ୍ରଡକ୍ଟସ ର ବ୍ୟବହାର ଫଳରେ ତ୍ୱଚା ଜନିତ ସମସ୍ୟା ଅନେକ ସମୟରେ ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି | ତେବେ ଆଜି ଆମେ ଘରେଇ ଉପଚାର ଗୁଡିକୁ ବ୍ୟବହାର କରିକି ଏକ ସହଜ ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ ଆସନ୍ତୁ ଜାଣିବା | ଯାହା ସାହାଯ୍ୟରେ ମୁହଁରେ ଗ୍ଲୋ ଆସିବା ସହିତ ଦାଗ ଜନିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ |

ଆବଶ୍ୟକ ସାମଗ୍ରୀ :-ଟମାଟୋ,ହଳଦୀ, ଲୁଣ, ଏଲୋବେର ଜେଲ ଓ ବେସନ

ପ୍ରସ୍ତୁତ ପ୍ରଣାଳୀ :-ମୁହଁରେ ଗ୍ଲୋ ଆଣିବା ସହିତ ତ୍ୱଚା ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରଥମେ ଗୋଟିଏ ଟମାଟୋ ର ଆବଶ୍ୟକତା ରହିଛି | ତାକୁ ଭଲ ଭାବରେ ଧୋଇଦେଇ ତାହା ପରେ ସେହି ଟମାଟୋ କୁ ଗ୍ରାଇଣ୍ଡିଙ୍ଗ କରିଦେବେ ଓ ସେହି ପେଷ୍ଟ ରୁ ଗୋଟିଏ ଚାମଚ ନେବେ | ତାହା ପରେ ସେଥିରେ ଆପଣ ଚିମୁଟାଏ ଲୁଣ ମିଶାଇବେ ଯଦି ଲୁଣ ଆପଣଙ୍କୁ ସୁଟ କରୁନି ତାହେଲେ ତାହାକୁ ସ୍କିପ ମଧ୍ୟ କରି ପାରିବେ |

ତାହା ପରେ ସେଥିରେ ଅଧା ଚାମଚ ଏଲୋବେରା ଜେଲ କୁ ମିଶାଇବେ ଓ ସେଥିରେ ଗୋଟିଏ ଚାମଚ ହଳଦୀ ମିଶାଇବେ ଓ ଶେଷରେ ବେସନ ମଧ୍ୟ ଏହି ମିଶ୍ରଣ ରେ ଏଡ଼ କରିବେ ବୋଲି କୁହାଯାଉଛି | ଏବେ ଏହି ସବୁ ଘରେଇ ସାମଗ୍ରୀ କୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବା |

ବ୍ୟବହାର :-ତ୍ୱଚା ଜନିତ ସମସ୍ୟା କୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରଥମେ ମୁହଁ ଟିକୁ ୱାଶ କରିବା ପାଇଁ ପଡିବ | ତାହା ପରେ ଏହି ପେଷ୍ଟ କୁ ମୁହଁରେ ଭଲ ଭାବରେ ଲଗେଇକି 5-10 ମିନିଟ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡ଼ିଦେବା | ତାହା ପରେ ଏହି ପେଷ୍ଟ ଟି ମୁହଁରେ ଶୁଖି ଗଲା ପରେ ସାଧାରଣ ପାଣି ରେ ମୁହଁ କୁ ଭଲ ଭାବରେ ଧୋଇ ଦେବା | ସପ୍ତାହରେ 3-4 ଥରେ ଘରେ ସହଜ ଘରେଇ ଉପକରଣ କୁ ବ୍ୟବହାର କରିକି ମୁହଁରେ ଦାଗ, ବ୍ରଣ ଜନିତ ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା |
ତେବେ ଏହା ଥିଲା ତ୍ୱଚା ଜନିତ ସମସ୍ୟା କୁ ସବୁଦିନ ପାଇଁ ଦୂର କରିବାର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment