ହିଷ୍ଟ୍ରିୟା ଏମିତି ଏକ ୱାର୍ଡ ରୁ ଆସିଛି ହିଷ୍ଟେରୋ ଅର୍ଥାତ୍ ୟୁଟେରସ ବା ଗର୍ଭାଶୟ । ଯେଉଁ ସ୍ତ୍ରୀ ଲୋକମାନେ ପ୍ରେଗଣେନ୍ଟ ଥାନ୍ତି ସେମାନଙ୍କର ମୁଣ୍ଡ ବୁଲେଇବା , ଅଚେତ ହୋଇଯିବା , ଚିଡଚିଡା ହେବା , ଏପଟସେପଟ କଥା ହେବା ଏମିତି ସବୁ ଲକ୍ଷଣ ଦେଖା ଯାଇଥାଏ । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ହୋଇପାରେ , ଆଧୁନିକ ଗବେଷକ ମାନେ ମାନସିକ ବିଶେଷଜ୍ଞ ମାନେ ଏହି ୱାଡ କୁ ରିଫ୍ଲେସ କରି କନଭରସନ ଡିଜଡ ନା ଦେଇଛନ୍ତି । ଏହାର କାରଣ ହିଷ୍ଟିୟା ୱାର୍ଡ ବହୁତ ଖରାପ ମିନିଙ୍ଗ ରେ ୟୁଜ୍ କରାଯାଉଛି ।
ଏହାକୁ ଚିହ୍ନିବେ କେମିତି :-
ଏହି କନଭରସନ ଡିଜଡ୍ ଗୁଡିକର ବହୁତ ଗୁଡିଏ ଲକ୍ଷଣ ରହିଛି , ଏହା ଡେଲି ଲାଇଫ୍ ରେ ବହୁତ କମନ୍ କିନ୍ତୁ ଏହା ଆମେ ଜାଣି ପାରି ନଥାଉ । ଉଦାହରଣ ସ୍ୱରୂପ ଜଣେ ସ୍ତ୍ରୀ ଲୋକ ନୂଆକରି ବାହା ହୋଇଯାଇଛି । ଆଗରୁ ସେ ବାପଘରେ ସେମିତି କିଛି କାମ ଜଣି ନଥାଏ କିନ୍ତୁ ଶାଶୁଘରେ ଅଧିକ କାମର ପ୍ରେସର ପଡିଲା , ଶାଶୁ ତାଙ୍କୁ ଛୋଟ ଛୋ଼ଟ କଥା ରେ କମେଣ୍ଟ ମଧ୍ୟ ମାରିଲେ । ଏହିସବୁ ମାନସିକ ଚାପ ପଡିବା ଦ୍ୱାରା ସେ ନିଜକୁ ଅସହାୟ ଫିଲ କରି ଏକ ପାରାଲିସ୍ ହୋଇଯାଇଛି ।
ସେ ଆଉ ଚାଲିପାରୁ ନାହିଁ , ଏ କ୍ଷେତ୍ରରେ ତାଙ୍କୁ ଡକ୍ଟର ପାଖକୁ ନିଆଯାଏ । ଟ୍ରିଟମେଣ୍ଟ ପରେ ସବୁ ନରମାଲ ହିଁ ଆସିଥାଏ , ଶେଷରେ ମାନସିକ ଚାପ ଯୋଗୁଁ ଏମିତି ହୋଇଛି ବୋଲି ଜଣା ପଡିଥାଏ । ହିଷ୍ଟ୍ରିୟା ଜନିତ ମୂର୍ଚ୍ଛା , ସେଥିରେ ସେ କେବେ ନିଦରେ ହେବ ନାହିଁ , ବହୁତ ସମୟ ପାଇଁ ହେବ । ଅଧଘଣ୍ଟେ , 2 ଘଣ୍ଟା , 3 ଘଣ୍ଟା ସେନ୍ସଲେସ୍ ହୋଇ ଲୋକେ ପଡି ରହିଥିବେ , ଏଥିରେ ଜିଭରୁ ରକ୍ତ ବାହାରିବ ନାହିଁ । ଲୁଗାରେ ପରିସ୍ରା ହେବ ନାହିଁ , ଏହା ଗୋଟେ ମାନସିକ ଚାପ ପରେ ଷ୍ଟାଟ ହୋଇଥାଏ । ତେଣୁ ମାନସିକ ଚାପର କାରଣ ଜାଣିବାକୁ ପଡିବ ତା ପରେ ଏହାର ଟ୍ରିଟମେଣ୍ଟ କରିବାକୁ ପଡିବ ।
ହିଷ୍ଟ୍ରିୟା ହେଉଛି ଏକ ମାନସିକ ରୋଗ :-
ଏହା ଏକ ମାନସିକ ରୋଗ , ଏହା କେବଳ ସାଇକାଡ୍ ଡକ୍ଟର ହିଁ ଟ୍ରିଟମେଣ୍ଟ କରିପାରିବେ । ଟ୍ରିଟମେଣ୍ଟ କରିବା ପୂର୍ବରୁ ତାଙ୍କର ପ୍ରପର ହିଷ୍ଟ୍ରୀ ନେବାକୁ ପଡିବ , ଏହି ହିଷ୍ଟ୍ରୀ ନେବା ଦ୍ୱାରା ରୋଗୀର ମାନସିକ ଚାପ ବିଷୟରେ ଜାଣିପାରିଥାଉ । ଏହାପରେ 2 ପ୍ରକାର ଚିକିତ୍ସା କରାଯାଇଥାଏ , ଗୋଟିଏ ହେଉଛି ମନସ୍ତ୍ୱାତ୍ତିକ ଚିକିତ୍ସା ଓ ଅନ୍ୟଟି ମେଡିସିନ । ମନସ୍ତ୍ୱାତିକ ଚିକିତ୍ସାରେ ରୋଗୀର ମାନସିକ ଚାପକୁ ଠିକ୍ ଭାବରେ ବାହାର କରୁ । ଏହାପରେ ତାଙ୍କୁ କିଛି ମେଡିସିନ ଦିଆଯାଏ ଏଣ୍ଟି ଡିପେରେସନ ବା ଏଣ୍ଟିଆନଜାଇଟି ଏବଂ କାଉନସିଲ ଦୁଇଟା ମିଶେଇ ଟ୍ରିଟମେଣ୍ଟ କଲେ ଭଲ ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।