ହିଷ୍ଟ୍ରିୟା କ’ଣ ? ଏହା ଏକ ରୋଗ ନା ମାନସିକ ସମସ୍ୟା | Dr.JAYA CHHABAR

କୁହା ଯାଇଥାଏ କି ସ୍ବାସ୍ଥ୍ୟ ହିଁ ସମ୍ପଦ।ଆମେ ଆମ ଶରୀରକୁ ସୁସ୍ଥ ରଖିବା ନିହାତି ଜରୁରୀ ହୋଇ ଥାଏ। ସ୍ବାସ୍ଥ୍ୟ ମଣିଷର ସୁଖ ଓ ସୁସ୍ଥତାର ମୂଳପିଣ୍ଡ ହୋଇଥାଏ।ତେବେ ସ୍ବାସ୍ଥ୍ୟ କେବଳ ଶାରୀରିକ ସୁସ୍ଥତାକୁ ବୁଝାଏ ନାହିଁ, ଯେତେବେଳେ ଜଣ ବ୍ୟକ୍ତି ମାନସିକ ଓ ସାମାଜିକ ଭାବେ ସୁସ୍ଥ ରହିଥାଏ ତାଙ୍କୁ ଆମେ ସୁସ୍ଥ ବୋଲି କହିଥାଉ।

ତେବେ ଆଜିର ଦିନର ଆତ୍ୟାଧୁନିକ ଜୀବନଶୈଳୀ ଏବଂ ଜଳବାୟୁ ପରିବର୍ତ୍ତନ ସୃଷ୍ଟି କରୁଛି ସ୍ବାସ୍ଥ୍ୟ ସମସ୍ୟା ଆଜିର ଦିନରେ ଲୋକେ ବିଭିନ୍ନ ଶାରିରୀକ ଓ ମାନସିକ ରୋଗର ଶୀକାର ହେଉ ଥିବାର ପରିଲକ୍ଷିତ ହେଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ହିଷ୍ଟ୍ରିୟା ରୋଗ ସମ୍ପର୍କରେ କହିବା ପାଇଁ ଯାଉଛୁ। ତେବେ ଆମ ସମାଜରେ ହିଷ୍ଟ୍ରିୟାକୁ ବହୁତ୍ ଖରାପ ନଜରରେ ଦେଖନ୍ତି ଅଧିକାଂଶ ଲୋକେ ଏହାକୁ ମାନସିକ ରୋଗ ବୋଲି ମନେ କରିଥାନ୍ତି। ତେବେ ଏହା ଏକ ରୋଗ ନା ମାନସିକ ସମସ୍ୟା। ଏହାର କାରଣ ଓ ଲକ୍ଷଣ ବାବଦରେ ବିଶେଷଜ୍ଞଙ୍କ ମତ କଣ ରହିଛି ଆସନ୍ତୁ ଜାଣିବା।
ହିଷ୍ଟ୍ରିୟା ରୋଗ କ’ଣ ?

ହିଷ୍ଟ୍ରିୟା ଶବ୍ଦ ହିଷ୍ଟରର ଶବ୍ଦରୁ ଆସିଅଛି ଏହାର ଅର୍ଥ ଗର୍ଭାଶୟ। ଯେତେବେଳେ ମହିଳାଟି ଗର୍ଭବତୀ ଥାଏ ସେହି ସମୟରେ ତାଙ୍କ ଠାରେ କଥା କଥାରେ ମୁଣ୍ଡ ବୁଲେଇବା, ଅଚେତ ହୋଇଯିବା, ଚିଡିଚିଡି ହେବା କିମ୍ବା ଏପଟ ସେପଟ କଥା କହିବା ପାରି ଲକ୍ଷଣ ପରିଲକ୍ଷିତ ହୋଇଥାଏ। ସେହିଙ୍କୁ ହିଁ ହିଷ୍ଟ୍ରିୟା କୁହା ଯାଇଥାଏ। ତେବେ ବୈଜ୍ଞାନିକ ଗବେଷଣାପରେ ଜଣା ପଡିଥିଲା କି ଉଭୟ ପୁରୁଷ ଓ ମହିଳାଙ୍କ ମାନସିକ କ୍ଷେତ୍ରରେ ସମସ୍ଯା ସମସ୍ୟା ଦେଖାଯାଇଥାଏ।ହିଷ୍ଟ୍ରିୟା ଆଧୁନିକ ନାମକାରଣ କରାଯାଇ କନଭରସନ ଡିସଅର୍ଡର ରଖାଯାଇଛି ।

ହିଷ୍ଟ୍ରିୟା ରୋଗର କାରଣ?ଯେତେବେଳେ ମାନସିକ ଚାପଟା ଶାରୀରିକ ରୋଗରେ ରୂପାନ୍ତରିତ ହୋଇ ଥାଏ ସେତେବେଳେ ଆମକୁ ହିଷ୍ଟ୍ରିୟା ବା କନଭରସନ ଡିସଅର୍ଡର ହୋଇଛି ବୋଲି କୁହା ଯାଇଥାଏ।ମାନସିକ କ୍ଷେତ୍ରରେ ଦୁର୍ବଳ, ନିଜ ଭିତରେ ଅନେକ କିଛି କଥା ବହୁ ସମୟ ଧରି ଚାପି ରଖିଥାନ୍ତି, ନିଜେ ନିଜକୁ ଅସହାୟ ମନେ କରନ୍ତି ସେମାନଙ୍କ ପାଖରେ ଏହି ସମସ୍ୟା ଦେଖା ଯାଇଥାଏ।

ହିଷ୍ଟ୍ରିୟା ରୋଗର ଲକ୍ଷଣ କଣ?

ମାନସିକ ଚାପରେ ରହିବା,ନିଜକୁ ଅସହାୟ ମନେ କରିବା, ମୂର୍ଚ୍ଛା ହୋଇଯିବା,ବହୁ ସମୟରେ ମନେ ମନେ ନିଜ ସହିତ କଥା ବାର୍ତ୍ତା ହେବା, ଠିକ କରୁଛି କି ଭୁଲ୍ ନିଜେ ଜାଣି ନପାରିବା, ଧଇଁସଇଁ ହେବା, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ।

ହିଷ୍ଟ୍ରିୟା ହେଉଛି ଏକ ମାନସିକ ରୋଗ:-ହିଷ୍ଟ୍ରିୟା ହେଉଛି ଏକ ମାନସିକ ରୋଗ ଯାହାର ଚିକିତ୍ସା ମାନସିକ ରୋଗ ବିଶେଷଜ୍ଞ ମାନେ ହିଁ କରି ପାରିବେ।ମାନସିକ ରୋଗ ବିଶେଷଜ୍ଞ ମାନେ ଏହି ସମସ୍ଯାର ୨ ପ୍ରକାରର ଚିକିତ୍ସା କରିଥାନ୍ତି । ପ୍ରଥମେ ବ୍ୟକ୍ତିର ମାନସିକ ଚାପ ବିଷୟରେ କାଉନସିଲିଙ୍ଗ କରି ତାଙ୍କ ମନର ଅବସ୍ତାକୁ ବୁଝି ତାହାର ସମାଧାନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏହା ସହିତ ବ୍ୟକ୍ତିକୁ ଡିପ୍ରେସନରୁ ରିଲିଫ ମିଳିବା ପାଇଁ ମେଡ଼ିସିନ ଖାଇବାକୁ ମଧ୍ୟ ଦେଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment